1 ଯିରିମୀୟନେ ବ୍ନାଲିର୍ ଏତେ ଆତେନ୍ ମାପ୍ରୁନେ ସାମୁଆଁ ସପଲ୍ ଡିଂ ନ୍ସା ପାରସ୍ୟନେ ରାଜା କୋରସ୍ ଅଦିକାର୍ ଡିଂନେ ପର୍ତୁମ୍ ମୁଆଁ ବେଲା ମାପ୍ରୁ ପାରସ୍ୟନେ ରାଜା କୋରସ୍ନେ ମନ୍ବିତ୍ରେ ସାର୍ଦା ଆଃଡିଂବଗେ । ମେଁ ମେଁନେ ରାଜ୍ୟନେ ସାପାପାକା ପଡ଼େଚେ ଆଃଅଁ ବିଃକେ । ଆତେନ୍ ବ୍ନାଲିର୍ ଦେକ୍ରକମ୍ ଲେଃଗେ ।
2 ପାରସ୍ୟନେ ରାଜା କୋରସ୍ ଦେକ୍ରକମ୍ ବାସଙ୍ଗ୍ଡିଂକେ, ମାପ୍ରୁ ସର୍ଗନେ ପର୍ମେସର୍ ପୁର୍ତିବିନେ ସାପା ରାଜ୍ୟ ଆନେକେ ବିଃବକେ । ବାରି, ମେଁ ଯିହୁଦା ଦେଶ୍ନିଆ ଲେଃକ୍ନେ ଯିରୂଶାଲମନିଆ ମେଁ ଆତ୍ଲା ମୁଇଂ ଡୁଆ ଆଃରେନ୍ସା ଆନେକେ ଆଜ୍ଞା ଡିଙ୍ଗ୍ବକେ । 3 ମେଁ ସାପା ରେମୁଆଁଇଂନେ ବିତ୍ରେ ପେନି ମୁଡ଼ି ରେମୁଆଁଇଂ ଡିଗ୍ ଡିଂଲେ, ମେଁନେ ପର୍ମେସର୍ ଆମେକେ ସାହା ଡିଂଏ ବାରି ମେଁ ଯିହୁଦା ଦେଶ୍ନିଆ ଲେକ୍ନେ ଯିରୂଶାଲମନିଆ ୱେଚେ ମାପ୍ରୁ ଇସ୍ରାଏଲ୍ନେ ପର୍ମେସର୍ନେ ଯିରୂଶାଲମ ଡାଗ୍ରା ଡୁଆ ଆଃରେଲେଃ । ମେଁ ଡାଗ୍ଲା ମେଁ ପର୍ମେସର୍ । 4 ବାରି, ଜାଡିଗ୍ ଆଣ୍ଡିନେ ଜାଗାନ୍ନିଆ ଲେଃଚେ ବାସା ଡିଂଆର୍କେ, ତେନ୍ ଜାଗାନେ ରେମୁଆଁଇଂ ପର୍ମେସର୍ନେ ଯିରୂଶାଲମ ଡାଗ୍ରା ଡୁଆ ଆଃରେନ୍ସା ନିଜର୍ ଇକ୍ଚାରେ ନୈବେଦ୍ୟ ଆନ୍ତାର୍ଚେ ରୁପା ବାରି ସୁନା, ନାନା ରକମ୍ନେ ଜିନିସ୍ ବାରି ପଶୁ ବିଚେ ଆମେକେ ସାଇଜ ଡିଂପା ।
5 ଆତେନ୍ ବେଲା ଯିହୁଦାନେ ବାରି ବିନ୍ୟାମୀନ୍ ବଂସନେ ମୁକିଆଇଂ, ବାରି ପୁଜାରିଇଂ ବାରି ଲେବୀୟଇଂ ଯିରୂଶାଲମ ୱେନ୍ସା ତିଆର୍ ଡିଂଆର୍କେ । ମେଇଂ ଆତ୍ଅରିଆ ମାପ୍ରୁନେ ମନ୍ଦିର୍ ଆଃରେନ୍ସା ୱେଆର୍କେ, ପର୍ମେସର୍ ଜାଣ୍ଡେଃନେ ମନ୍ବିତ୍ରେ ଆଃମ୍ୟାଃକେ, ମେଇଂ ସାପାରେ ୱେନ୍ସା ତଃଡ଼ିଆଃଆର୍କେ । 6 ବାରି, ନିଜର୍ ଇକ୍ଚାରେ ବିଃବକ୍ନେ ଜିନିଷ୍କେ ଆନ୍ତାର୍ଚେ ମେଙ୍ଗ୍ନେ ପିତୁର୍ପାକା ବାସା ଲେଃକ୍ନେ ରେମୁଆଁ ସାପାରେ ରୁପାନେ ତାଲି, ସୁନା, ନାନା ରକମ୍ନେ ଜିନିସ୍ ବାରି ପଶୁ ବାରି ଜାବର୍ ଦାମ୍ନେ ଜିନିସ୍ ବିଃଚେ ମେଙ୍ଗ୍ନେ ନ୍ତିକେ ଇଃତୁଡ଼ା ଡାଟ୍ ଆଃଡିଂଆର୍କେ ।
7 ବାରି, ନବୂଖଦ୍ନିତ୍ସର ମାପ୍ରୁନେ ଡୁଆନିଆ ଉଡ଼ି ଜିନିସ୍ ଲେଃକେ ଆତେନ୍ ଯିରୂଶାଲମବାନ୍ ରାଙ୍ଗ୍ପାଙ୍ଗ୍ଚେ ମେଁନେ ଦେବ୍ ମନ୍ଦିର୍ନିଆ ବଃଗେ, କୋରସ୍ ରାଜା ଆତେନ୍ ସାପା ଜଗ୍ ଆଃତାର୍କେ । 8 ପାରସ୍ୟନେ ରାଜା କୋରସ୍ ଡାବୁ ବୁବଣ୍ଡ୍ରେ ମିତ୍ରଦାତନେ ନ୍ତି ଏତେ ଆତେନ୍ ସାପା ଜଗ୍ ଡୁଂପାଂଚେ ଯିହୁଦାନେ ଇଃସାଙ୍ଗ୍ ଶେଶବସରକେ ଏଜାଚେ ବିଃକେ । 9 ଆତେନ୍ ଜିନିସ୍ନେ ସଂଖ୍ୟା ଦେକ୍ରକମ୍ ଲେଃଗେ; ତିରିଶ୍ଟା ସୁନା ତାଲି, ମୁଇଂ ଅଜାର୍ ରୁପା ତାଲି, ଅନ୍ତିରିସ୍ଟା ସୁରିସଗ୍; 10 ତିରିଶ୍ଟା ସୁନାନେ ଣ୍ଡିଆ ଉଗ୍ନେ ମୁତା, ଅଁ ଶହ ଗୁଆକ୍ଲିଗ୍ ରୁପାନେ ଣ୍ଡିଆ ଉଗ୍ନେ ମୁତା, ବାରି ମୁଇଂ ଅଜାର୍ ବିନ୍ ବିନ୍ ରକମ୍ନେ ମୁତା,
11 ଆକେନ୍ ସାପା ମିସୁଃଚେ ମାଲ୍ ଅଜାର୍ ଚାରି ଶହ ସୁନା ବାରି ରୁପାନେ ମୁତା ଲେଃଗେ । ବନ୍ଦି ରେମୁଆଁଇଂ ବାବିଲ୍ବାନ୍ ଯିରୂଶାଲମନିଆ ରାଙ୍ଗ୍ପାଙ୍ଗ୍ନେ ବେଲା ଶେଶବସର ଆକେନ୍ ସାପା ଜିନିସ୍ ଡୁଂପାଂବଗେ ।