4 ଈଶ୍ବରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେପରି ଏହି ପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ଏଥିନିମନ୍ତେ ଏହି ଜଗତ୍ପତି ଅବିଶ୍ୱାସୀମାନଙ୍କର ଜ୍ଞାନଚକ୍ଷୁ ଅନ୍ଧ କରିଅଛି। 5 କାରଣ ଆମ୍ଭେମାନେ ଆପଣା ଆପଣାକୁ ପ୍ରଚାର କରୁ ନାହୁଁ, ମାତ୍ର ଖ୍ରୀଷ୍ଟ ଯୀଶୁ ଯେ ପ୍ରଭୁ, ପୁଣି, ଯୀଶୁଙ୍କ ସକାଶେ ଆମ୍ଭେମାନେ ଯେ ତୁମ୍ଭମାନଙ୍କର ସେବକ, ଏହା ପ୍ରଚାର କରୁ। 6 ଯେଣୁ ଅନ୍ଧକାରରୁ ଦୀପ୍ତି ପ୍ରକାଶ ପାଉ ବୋଲି ଆଜ୍ଞା ଦେଇଥିଲେ ଯେଉଁ ଈଶ୍ବର, ସେ ଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ବରଙ୍କ ଗୌରବମୟ ଜ୍ଞାନର ଆଲୋକ ଦେଖାଇବା ନିମନ୍ତେ ଆମ୍ଭମାନଙ୍କ ହୃଦୟରେ ଆଲୋକ ପ୍ରକାଶ କରିଅଛନ୍ତି।
Publicidade
୨ କରିନ୍ଥୀୟ 4
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.