ନିୟମ-ସିନ୍ଦୁକ
10 ଆଉ, ସେମାନେ ଅଢ଼ାଇ ହସ୍ତ ଦୀର୍ଘ, ଦେଢ଼ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ ଶିଟୀମ୍ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କରିବେ। 16 ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ସାକ୍ଷ୍ୟପତ୍ର ଦେବା, ତାହା ସେହି ସିନ୍ଦୁକରେ ରଖିବ।
17 ଏଉତ୍ତାରେ ତୁମ୍ଭେ ଶୁଦ୍ଧ ସୁବର୍ଣ୍ଣରେ ଅଢ଼ାଇ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ଏକ ପାପାଚ୍ଛାଦନ ନିର୍ମାଣ କରିବ। 18 ତୁମ୍ଭେ ସୁବର୍ଣ୍ଣର ଦୁଇ କିରୂବ ପ୍ରସ୍ତୁତ କରିବ; ପିଟାକର୍ମରେ ତାହା ପ୍ରସ୍ତୁତ କରି ସେହି ପାପାଚ୍ଛାଦନର ଦୁଇ ମୁଣ୍ଡରେ ଦେବ। 21 ତୁମ୍ଭେ ସେହି ପାପାଚ୍ଛାଦନ ସେହି ସିନ୍ଦୁକ ଉପରେ ରଖିବ, ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ସାକ୍ଷ୍ୟପତ୍ର ଦେବା, ତାହା ସେହି ସିନ୍ଦୁକ ଭିତରେ ଥୋଇବ।