19 ଏକ କିରୂବ ଏକ ମୁଣ୍ଡରେ ଓ ଅନ୍ୟ କିରୂବ ଅନ୍ୟ ମୁଣ୍ଡରେ ସ୍ଥାପନ କରିବ; ଦୁଇ କିରୂବକୁ ପାପାଚ୍ଛାଦନ ସହିତ ସଂଲଗ୍ନ ଓ ତହିଁର ଦୁଇ ପ୍ରାନ୍ତରେ ଉଭା କରି ସ୍ଥାପନ କରିବ। 20 ପୁଣି, କିରୂବମାନେ ପରସ୍ପର ସମ୍ମୁଖୀନ ହୋଇ ପକ୍ଷ ଊର୍ଦ୍ଧ୍ୱକୁ ବିସ୍ତାର କରି ପାପାଚ୍ଛାଦନ ଆବରଣ କରିବେ; ପାପାଚ୍ଛାଦନ ପ୍ରତି କିରୂବମାନଙ୍କର ମୁଖ ରହିବ।
Publicidade