Pular para o conteúdo
Publicidade

ଯାତ୍ରା ପୁସ୍ତକ 26:1,7,14,15,31,33

ଆବାସ (ତମ୍ବୁ)

1 ଆହୁରି ତୁମ୍ଭେ ଦଶ ଯବନିକା ଦ୍ୱାରା ଆବାସ ପ୍ରସ୍ତୁତ କରିବ; ସେହି ସବୁ ଯବନିକା ଶୁଭ୍ର କ୍ଷୋମ, ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ରରେ ନିର୍ମିତ ହେବ, ତହିଁରେ ଶିଳ୍ପିତ କିରୂବମାନଙ୍କର ଆକୃତି ରହିବ।

7 ଆଉ ସେହି ଆବାସ ଉପରେ ଆଚ୍ଛାଦନାର୍ଥକ ତମ୍ବୁ ନିମନ୍ତେ ଛାଗ ଲୋମର ଏକାଦଶ ଯବନିକା ପ୍ରସ୍ତୁତ କରିବ। 14 ଏଉତ୍ତାରେ ତୁମ୍ଭେ ରକ୍ତୀକୃତ ମେଷର ଚର୍ମରେ ତମ୍ବୁର ଏକ ଛାତ କରିବ, ଆଉ ତହିଁ ଉପରେ ଶିଶୁକ ଚର୍ମରେ ଏକ ଛାତ କରିବ।

15 ଏଥିଉତ୍ତାରେ ତୁମ୍ଭେ ଆବାସ ନିମନ୍ତେ ଶିଟୀମ୍‍ କାଷ୍ଠର ଠିଆପଟା ପ୍ରସ୍ତୁତ କରିବ।

31 ଆଉ ତୁମ୍ଭେ ନୀଳବର୍ଣ୍ଣ, ଧୂମ୍ରବର୍ଣ୍ଣ, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ଏକ ବିଚ୍ଛେଦ ବସ୍ତ୍ର ପ୍ରସ୍ତୁତ କରିବ; ତାହା ନିପୁଣ ଶିଳ୍ପାକାରର କର୍ମରେ କିରୂବଗଣର ଆକୃତିବିଶିଷ୍ଟ କରାଯିବ। 33 ପୁଣି, ଆଙ୍କୁଡ଼ା ସବୁର ତଳେ ବିଚ୍ଛେଦ ବସ୍ତ୍ର ଟଙ୍ଗାଇ ସେହି ବିଚ୍ଛେଦ ବସ୍ତ୍ର ମଧ୍ୟକୁ ସାକ୍ଷ୍ୟରୂପ ସିନ୍ଦୁକ ଆଣିବ; ତହିଁରେ ସେହି ବିଚ୍ଛେଦ ବସ୍ତ୍ର ପବିତ୍ର ସ୍ଥାନ ଓ ମହାପବିତ୍ର ସ୍ଥାନ ମଧ୍ୟରେ ଭେଦକ ହେବ।

Estes versículos te tocaram? Ore agora!

+581 estão orando agora.

Junte-se à corrente de oração.