ପିତ୍ତଳ ଜଳକୁଣ୍ଡ
17 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 18 "ତୁମ୍ଭେ ପ୍ରକ୍ଷାଳନ ନିମନ୍ତେ ପିତ୍ତଳର କୁଣ୍ଡ ଓ ତହିଁର ପିତ୍ତଳର ବୈଠିକି ପ୍ରସ୍ତୁତ କରିବ; ପୁଣି, ସମାଗମ-ତମ୍ବୁ ଓ ବେଦି ମଧ୍ୟସ୍ଥାନରେ ରଖି ତହିଁ ମଧ୍ୟରେ ଜଳ ପୂରାଇବ। 19 ଆଉ ହାରୋଣ ଓ ତାହାର ପୁତ୍ରଗଣ ତହିଁରେ ଆପଣା ଆପଣା ହସ୍ତ ଓ ପଦ ପ୍ରକ୍ଷାଳନ କରିବେ। 20 ସେମାନେ ସମାଗମ-ତମ୍ବୁରେ ପ୍ରବେଶ କରିବା ସମୟରେ ଯେପରି ନ ମରନ୍ତି, ଏଥିପାଇଁ ଜଳରେ ଆପଣାମାନଙ୍କୁ ଧୌତ କରିବେ; କିଅବା ସଦାପ୍ରଭୁଙ୍କର ସେବା ନିମନ୍ତେ, ଅର୍ଥାତ୍, ଅଗ୍ନିକୃତ ଉପହାର ଧୂପନ୍ୟାୟ ଦଗ୍ଧ କରିବା ନିମନ୍ତେ ବେଦି ନିକଟକୁ ଆସିବା ସମୟରେ ଯେପରି ନ ମରନ୍ତି, 21 ଏଥିପାଇଁ ସେମାନେ ଆପଣା ଆପଣା ହସ୍ତ ଓ ପଦ ଧୌତ କରିବେ; ଏହା ତାହାର ଓ ତାହା ବଂଶର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।"