ଅବୟ୍ ଡଅଙ୍ଲୋଙନ୍ ଗୋଗୋୟ୍ କେଣ୍ଡାର୍ ଡଅଙନ୍
12 ୧୨:୧୨ ରୋମିଅ ୧୨:୪,୫ ଏଙ୍ଗାଲେ ଡଅଙନ୍ ଆବୟନ୍ ଆରି ତେତ୍ତେ ଗୋଗୋୟ୍ କେଣ୍ଡାର୍ ଡଅଙଞ୍ଜି ଡକୋ, ବନ୍ଡ ଡଅଙ୍ଲୋଙନ୍ ଅଡ଼୍କୋ କେଣ୍ଡାର୍ ଡଅଙଞ୍ଜି ଗୋଗୋୟ୍ ଡକୋଏନ୍ ଜନଙ୍ଡେନ୍ ଡଅଙନ୍ ଆବୟନ୍ ଡକୋ, କ୍ରିସ୍ଟନ୍ ନିୟ୍ ତିଅନ୍ତମ୍ । 13 ଇନ୍ଲେଞ୍ଜି ଜିଉଦି ଡେଏତୋ କି ଏର୍ଜିଉଦି ଡେଏତୋ, କମ୍ୱାରିମର୍ ଡେଏତୋ କି କମ୍ବାରିମର୍ ଡେଡଙ୍ ତଡ୍, ଅଡ଼୍କୋନ୍ଲେନ୍ ଆବୟନ୍ ଆ ପୁରାଡ଼ା ବାତ୍ତେ ଆବଡଅଙନ୍ ଆଡନେ ଆସନ୍ ତବ୍ବୁବ୍ଡାଲନ୍ବୋ, ଆରି ଅଡ଼୍କୋନ୍ଲେନ୍ ଆବପୁରାଡ଼ାଲୋଙନ୍ ସିଲଡ୍ ଗାଲବୋ ।
14 ଡଅଙନ୍ ଆବୟନ୍ ଆ କେଣ୍ଡାର୍ ଡଅଙ୍ ବାତ୍ତେ ଅଃଗଡେଲ୍ଲୋ, ଆର୍ପାୟ୍ ଗୋଗୋୟ୍ କେଣ୍ଡାର୍ ଡଅଙଞ୍ଜି ମାୟ୍ଲେ ଅବୟ୍ ଡଅଙନ୍ ଗଡେଲେନ୍ । 15 "ଞେନ୍ ଅସି ତଡ୍, ତିଆସନ୍ ଞେନ୍ ଡଅଙ୍ଲୋଙନ୍ ଆମାୟ୍ନେ ତଡ୍," ଗାମ୍ଲେ ତାଲ୍ଜଙନ୍ ବର୍ରନ୍ ଡେନ୍, ଏତ୍ତେଲ୍ଡେନ୍ ତିଆତେ ଡଅଙନ୍ ଆ କେଣ୍ଡାର୍ ଡଅଙ୍ ଅନ୍ତମ୍ ଏର୍ଡକୋନେନ୍ ଡକୋଲନ୍ ଅଃର୍ରପ୍ତିଏ । 16 "ଞେନ୍ ଅମଡ୍ ତଡ୍, ତିଆସନ୍ ଞେନ୍ ଡଅଙ୍ଲୋଙ୍ ଆମରାୟ୍ନେ ତଡ୍" ଗାମ୍ଲେ ଅଲୁଡନ୍ ବର୍ରନ୍ ଡେନ୍, ଏତ୍ତେଲ୍ଡେନ୍ ତିଆତେ ଡଅଙନ୍ ଆ କେଣ୍ଡାର୍ ଡଅଙ୍ ଅନ୍ତମ୍ ଏର୍ଡକୋନେନ୍ ଡକୋଲନ୍ ଅଃର୍ରପ୍ତିଏ । 17 ଅଡ଼୍କୋ ଡଅଙନ୍ ଅମଡନ୍ ଡେଏନ୍ ଡେନ୍, ଏତ୍ତେଲ୍ଡେନ୍ ଏଙ୍ଗାଡାଲେ ଅମ୍ଡଙ୍ବୋ ? ଆରି ଅଡ଼୍କୋ ଡଅଙନ୍ ଅଲୁଡନ୍ ଡେଏନ୍ ଡେନ୍, ଏତ୍ତେଲ୍ଡେନ୍ ଏଙ୍ଗାଡାଲେ ଞୁତବୋ ? 18 ବନ୍ଡ ଇସ୍ୱରନ୍ ଆ ଲନଡଜନ୍ ବାତ୍ତେ ତଙ୍ବୟ୍ ତଙ୍ବୟ୍ କେଣ୍ଡାର୍ ଡଅଙନ୍ ଡଅଙ୍ଲୋଙନ୍ ଜୁଡ଼େଏନ୍ । 19 ତି ଅଡ଼୍କୋନ୍ ଆବୟନ୍ କେଣ୍ଡାର୍ ଡଅଙନ୍ ଡେଏନ୍ ଡେନ୍, ଡଅଙନ୍ ଏଙ୍ଗାଗୋ ଡେତେ ବନ୍ ? 20 ତିଆସନ୍, କେଣ୍ଡାର୍ ଡଅଙଞ୍ଜି ଗୋଗୋୟ୍ଡମ୍ ଡକୋ ବନ୍ଡ ଡଅଙନ୍ ଆବୟନ୍ ।
21 ଅମଡନ୍ ଅସିନ୍ଆଡଙ୍ ବର୍ରେ ଅଃର୍ରପ୍ତିଏ, "ଞେନ୍ ଆମନ୍ଆଡଙ୍ ସନାୟ୍ସାୟ୍ ତଡ୍ ।" ଅଡ଼େ ଅବବନ୍ ତାଲ୍ଜଙନ୍ ବର୍ରେ ଅଃର୍ରପ୍ତିଏ, "ଅମଙ୍ବେନ୍ ଞେନ୍ ଇନ୍ନିଙ୍ ସନାୟ୍ସାୟ୍ ତଡ୍ ।" 22 ଡଅଙ୍ଲୋଙନ୍ ଅଡ଼୍କୋନ୍ କେଣ୍ଡାର୍ ଡଅଙଞ୍ଜି ଏର୍ବପ୍ପୁନ୍ ଅନ୍ତମ୍ ଅବ୍ଡିସୟ୍ଲବେନ୍ ଡେନ୍, ତିଆତେ ଅଡ଼୍କୋନ୍ ସନାୟ୍ସାୟ୍ । 23 ଡଅଙ୍ଲୋଙନ୍ ଅଙ୍ଗା କେଣ୍ଡାର୍ ଡଅଙଞ୍ଜି ଇନ୍ଲେନ୍ ଆସନ୍ ଗୋଗୋୟ୍ ସନାୟ୍ସାୟ୍ ତଡ୍ ଗାମ୍ଲେ ଅବ୍ଡିସୟ୍ଲବୋ ଡେନ୍, ତିଆତେଜି ଇନ୍ଲେନ୍ ଗୋଗୋୟ୍ ଜୁବାୟ୍ତବୋ ଆରି ଡଅଙ୍ଲୋଙନ୍ ମନଙ୍ତଡନ୍ ଆ କେଣ୍ଡାର୍ ଡଅଙଞ୍ଜି ଆସନ୍ ଇନ୍ଲେନ୍ ଗୋଗୋୟ୍ ଅନିଃୟମ୍ଲେନ୍ ଡକୋ । 24 ଡଅଙ୍ଲୋଙ୍ଲେନ୍ ଆମନଙ୍ କେଣ୍ଡାର୍ ଡଅଙଞ୍ଜି ଆସନ୍ ଇନ୍ଲେନ୍ ଜନୁବାୟନ୍ ଆସନ୍ ଅଃନ୍ନିୟମ୍ବୋ, ବନ୍ଡ ଇସ୍ୱରନ୍ ଡଅଙ୍ଲେନ୍ ଏନ୍ନେଲେ ଗବ୍ଡେଲେନ୍ ଡ ଅଙ୍ଗା କେଣ୍ଡାର୍ ଡଅଙ୍ଜି ଜନୁବାୟନ୍ ଆସନ୍ ସନାୟ୍ସାୟ୍, ତିଆତେଜି ଗୋଗୋୟ୍ ମନଙ୍ଡମ୍ । 25 ତିଆସନ୍ ଡଅଙ୍ଲୋଙନ୍ ଆ କେଣ୍ଡାର୍ ଡଅଙଞ୍ଜି ତରଙ୍ଆନ୍ନା ଡେଲେ ଅଃର୍ରପ୍ତିଏ, ଆର୍ପାୟ୍ କେଣ୍ଡାର୍ ଡଅଙଞ୍ଜି ତର୍ଡମ୍ ଆ ସନୁକ୍କାଞ୍ଜି ଆସନ୍ ଇୟମ୍ତଜି । 26 ଅବୟ୍ କେଣ୍ଡାର୍ ଡଅଙନ୍ ବତ୍ତାଏନ୍ ଡେନ୍, ଅଡ଼୍କୋ କେଣ୍ଡାର୍ ଡଅଙଞ୍ଜି ବତ୍ତାତଜି; ଅବୟ୍ କେଣ୍ଡାର୍ ଡଅଙନ୍ ଗନୁଗୁ ପନେମେଙନ୍ ଞାଙେନ୍ ଡେନ୍, ଅଡ଼୍କୋ କେଣ୍ଡାର୍ ଡଅଙଞ୍ଜି ଆନିନ୍ ସରିନ୍ ସର୍ଡାତଞ୍ଜି ।
27 ଆମ୍ୱେଞ୍ଜି କ୍ରିସ୍ଟନ୍ ଆ ଡଅଙ୍, ଆମ୍ୱେଞ୍ଜି ଅଡ଼୍କୋନ୍ବେନ୍ ତି ଆ ଡଅଙ୍ ଆ କେଣ୍ଡାର୍ ଡଅଙଞ୍ଜି ।