20 ସିଲତ୍ତେ ଆନିନ୍ ଡୋଲନ୍ ଆପେୟନ୍ ଆମଙ୍ ଜିରେନ୍ ।"
"ବନ୍ଡ ଆନିନ୍ ସଙାୟ୍ଲୋଙ୍ ଆଡ୍ରକୋଏନ୍ ଆଡିଡ୍ ମା ଆପେୟନ୍ ଆନିନ୍ଆଡଙ୍ ଗିୟ୍ଲେ ଆର୍ଗୁଡ଼ିଡାଏନ୍ ଆରି ଇର୍ରେ ଇୟ୍ଲେ କୋଣ୍ଡୋଡାଲେ ଜୋର୍ଜୋରେ । 21 ଡାଙ୍ଗଡ଼ାଅନନ୍ ଆନିନ୍ଆଡଙ୍ ଗାମେନ୍, ‘ଆପେୟ୍, ଇସ୍ୱରନ୍ ଆ ବିରୁଦଲୋଙ୍ ଡ ଗନିୟ୍ଗିୟ୍ଲୋଙ୍ନମ୍ ଞେନ୍ ଇର୍ସେନ୍ ଲୁମ୍ଲାୟ୍, ଡାଙ୍ଗଡ଼ାଅନ୍ନମ୍ ଗାମ୍ଲେ ଅନୋଡ୍ଡେନ୍ ଆସନ୍ ଞେନ୍ ଆରି ଜିଞ୍ଜିନ୍ ତଡ୍ ।’ 22 ବନ୍ଡ ଆପେୟନ୍ ଆ କମ୍ୱାରିମରଞ୍ଜିଆଡଙ୍ ବରେଞ୍ଜି, ‘ଅଡ଼୍କୋନ୍ ସିଲଡ୍ ମନଙ୍ ଅଙ୍ଗିନ୍ ଲପାଙ୍ଲେ କେନ୍ ଆନିନ୍ଆଡଙ୍ ଅବ୍ରବା, କେନ୍ ଆ ଅଣ୍ଡେର୍ସିଲୋଙନ୍ ଏନ୍ସିନ୍ ଡ ତାଲ୍ଜଙ୍ଲୋଙନ୍ ପାଣ୍ଡୋୟନ୍ ଅବ୍ରବା, 23 ଆରି ଅବୟ୍ ଜେଲ୍ଜେଲ୍ ଜନ୍ତୁନ୍ ପାଙ୍ଲେ ରବ୍ବୁବା, ୟବା, ଇନ୍ଲେଞ୍ଜି ଗାଲେ ଜୋମ୍ଲେ ଏସର୍ଡାନେବା ।