ଜିସୁନ୍ଆଡଙ୍ ରନବ୍ବୁନ୍ ଆସନ୍ ତନ୍ତ୍ରନ୍
1 ଜିସୁନ୍ କେନ୍ ଅଡ଼୍କୋନ୍ ଆ ବର୍ନେଜି ଅବ୍ସୁଜ୍ଜେଏନ୍ କି ଆ ଞଙ୍ନେମରଞ୍ଜିଆଡଙ୍ ବରେଞ୍ଜି, 2 "ଅନେଲାୟ୍ପୁରନ୍ ଆସନ୍ ଆରି ବାଗୁ ଡିନ୍ନା ଡକୋ, କେନ୍ଆତେ ଆମ୍ୱେଞ୍ଜି ଜନା, ଆରି ମନ୍ରା ଡାଙ୍ଗଡ଼ାଅନନ୍ ଆଅକ୍କାଡଙ୍ଲୋଙନ୍ ରନବ୍ବୁନ୍ ଆସନ୍ ସୋରୋପ୍ପାୟ୍ତନେ ।"
3 ତିଆଡିଡ୍ ସୋଡ଼ା ରାଓଡ଼ାଞ୍ଜି ଡ ମନ୍ରାଞ୍ଜି ଆ ପାପୁର୍ମର୍ଜି କାୟାପା ମୁଡ଼ ରାଓଡ଼ାନ୍ ଆ ଡୁଆରାଲୋଙ୍ ଇୟ୍ଲେ ରୁକ୍କୁନେଜି, 4 ସିଲଡ୍ଲ୍ଲନ୍ ଆନିଞ୍ଜି ବାଁୟ୍ସିଡାଲନ୍ ଜିସୁନ୍ଆଡଙ୍ ଞମ୍ଲେ ରନବ୍ବୁନ୍ ଆସନ୍ କଡାଡ଼ିଲଞ୍ଜି । 5 ବନ୍ଡ ଆନିଞ୍ଜି ଗାମେଞ୍ଜି, "ପୁର୍ପୁରିଙନ୍ ଇନ୍ଲେନ୍ କେନ୍ଆତେ ଅଃଲ୍ଲୁମ୍ବୋ, ଅସମୟ୍ ମନ୍ରାଞ୍ଜି ଆମଙ୍ଲୋଙ୍ ଗୋଡ଼େନ୍ ଡୁଙ୍ତନାୟ୍ ।"
ବେତନିଆ ଗଡ଼ାଲୋଙନ୍ ଜିସୁନ୍ ଆ ଅବିସେକ
6 ଜିସୁନ୍ ବେତନିଆନ୍ ମୋଡ୍ଡୋ ସିମନନ୍ ଆସିଂ ଆଡ୍ରକୋଏନ୍ ଆଡିଡ୍, 7 ୨୬:୭ ଲୁକ ୭:୩୭,୩୮ଅବୟ୍ ଆଇମରନ୍ ଅବୟ୍ କୋମ୍ପାଲୋଙନ୍ ମଡ଼ଗାଡମ୍ଆତେ ଲଙିଡ୍ ମିଞଲନ୍ ପାଙ୍ଲେ ଜିସୁନ୍ ଆମଙ୍ ଇୟ୍ଲାୟ୍ କି, ଆନିନ୍ ଆଗ୍ରାଗାଲନ୍ ଆଡିଡ୍ ତି ଆ ମିଞଲ୍ ଆବବ୍ଲୋଙନ୍ ଇୟ୍ଲାୟ୍ ଲାଏ । 8 ଆରି ଞଙ୍ନେମରଞ୍ଜି କେନ୍ଆତେ ଗିୟ୍ଲେ ଅଃଲ୍ଲଡୟ୍ଲଜି କି ବର୍ରଞ୍ଜି, "ଇନିବା କେନ୍ ଆ ମିଞଲ୍ ଅବ୍ମୋସ୍ସାତେ ? 9 କେନ୍ଆତେ ଗୋଗୋୟ୍ ତଙ୍କା ବାତ୍ତେ ତମ୍ଲୋଙ୍ ତମ୍ଲେ ତି ଆ ତଙ୍କା ଡୋଲେୟ୍ମରଞ୍ଜିଆଡଙ୍ ତିୟ୍ତବୋ ବନ୍ ।"
10 ଜିସୁନ୍ କେନ୍ଆତେ ଜନାଡାଲେ ଆନିଞ୍ଜିଆଡଙ୍ ବରେଞ୍ଜି, "ଇନିବା ତି ଆଇମରନ୍ଆଡଙ୍ ବାଉଲ୍ଲି ଏଏମ୍ମେତେ ? ଆନିନ୍ ଞେନ୍ ଆସନ୍ ଅବୟ୍ ମନଙ୍ କାବ୍ବାଡ଼ାନ୍ ଲୁମେନ୍ । 11 ଡୋଲେୟ୍ମରଞ୍ଜି ଡିତାନ୍ ଅମଙ୍ବେନ୍ ଡକୋତଞ୍ଜି, ବନ୍ଡ ଞେନ୍ ଡିତାନ୍ ଅମଙ୍ବେନ୍ ଅଃଡ୍ଡକୋନାୟ୍ । 12 ତରିଲ୍ନେଞେନ୍ ଆସନ୍ ଆନିନ୍ କେନ୍ ଲଙିଡ୍ ମିଞଲନ୍ ଡଅଙ୍ଲୋଙ୍ଞେନ୍ ଲାଏନ୍ । 13 ଞେନ୍ ଆମ୍ୱେଞ୍ଜିଆଡଙ୍ ଆଜାଡ଼ିଡମ୍ ବର୍ତବେନ୍, ସମ୍ପରା ପୁର୍ତିଲୋଙନ୍ ଅଙ୍ଗା ଅଙ୍ଗାଲୋଙ୍ ମନଙ୍ବରନ୍ ଅନପ୍ପୁଙନ୍ ଡେତେ, କେନ୍ ଆଇମରନ୍ଆଡଙ୍ ମନନ୍ନେନ୍ ଆସନ୍ ଆନିନ୍ ଆର୍ଲୁମେନ୍ ଆ କାବ୍ବାଡ଼ା ଆ ବର୍ନେ ନିୟ୍ ତେତ୍ତେ ବନରନ୍ ଡେତେ ।"
ଜିସୁନ୍ଆଡଙ୍ ସନୋରୋପ୍ପାୟନ୍ ଆସନ୍ ଜିଉଦାନ୍ ବାସାଲନେ
14 ତିଆଡିଡ୍ ବାରଜଣ ଞଙ୍ନେମରଞ୍ଜି ଆମଙ୍ଲୋଙ୍ ସିଲଡ୍ ଅବୟ୍ନେ ସୋଡ଼ା ରାଓଡ଼ାଞ୍ଜି ଆମଙ୍ ଇୟେନ୍, ଆଞୁମନ୍ ଇସ୍କାରିତ ଜିଉଦା । 15 ଆନିନ୍ ରାଓଡ଼ାଞ୍ଜିଆଡଙ୍ ଇୟ୍ଲେ ବରେଜି, "ଆମ୍ୱେନ୍ ଞେନ୍ଆଡଙ୍ ଇନି ଏତିୟ୍ତିଁୟ୍ ବର୍ନାବା, ଞେନ୍ ଜିସୁନ୍ଆଡଙ୍ ଅସିଲୋଙ୍ବେନ୍ ସୋରୋପ୍ପାୟ୍ତବେନ୍ ।" ସିଲତ୍ତେ ରାଓଡ଼ାଞ୍ଜି ତିରିସିଟା ରୁପାଡାବନ୍ ତୁଡ଼େଡାଲେ ଜିଉଦାନ୍ଆଡଙ୍ ତିୟ୍ଲାଜି । 16 ଆରି ତି ସିଲଡ୍ଲ୍ଲନ୍ ଜିଉଦାନ୍ ଜିସୁନ୍ଆଡଙ୍ ରାଓଡ଼ାଞ୍ଜି ଆସିଲୋଙ୍ ସନୋରୋପ୍ପାୟନ୍ ଆସନ୍ ରୟଙନ୍ ସାୟ୍ଲେ ଡକୋଲନ୍ ।
ଜିସୁନ୍ ଞଙ୍ନେମରଞ୍ଜି ସରିନ୍ ଏଲାୟ୍ପୁର୍ ଜନୋମ୍ଜୋମନ୍ ଜୋମେନ୍
17 କମିରନ୍ ଏର୍ମନାୟନ୍ ଆ ରୁଟି ଆଜ୍ରୋମ୍ତେଞ୍ଜି ଆ ପୁର୍ପୁରିଙ୍ ପର୍ତମ୍ମୁ ଡିନ୍ନା ଞଙ୍ନେମରଞ୍ଜି ଜିସୁନ୍ ଆମଙ୍ ଜିର୍ରେ ଇୟ୍ଲାୟ୍ ବରେଜି, "ଇନ୍ଲେଞ୍ଜି ଅଙ୍ଗାଲୋଙ୍ ଅନେଲାୟ୍ପୁରନ୍ ଆଗ୍ରାଗାନେ ଆମନ୍ ଆସନ୍ ଏଅବ୍ଜାଡାନାୟ୍ ଗାମ୍ଲେ ଆମନ୍ ଲଡୟ୍ତମ୍ ?"
18 ଜିସୁନ୍ ଗାମେନ୍, "ଗଡ଼ାନ୍ ଜିର୍ରେ ଅବୟ୍ ମନ୍ରାନ୍ଆଡଙ୍ ଇୟ୍ ବର୍ବା, ‘ଞନଙ୍ତିୟ୍ମରନ୍ ଗାମ୍ତେ, ଡିନ୍ନାଞେନ୍ ତୁୟାଲାୟ୍, ଞେନ୍ ଞଙ୍ନେମର୍ଞେଞ୍ଜି ସରିନ୍ ଅନେଲାୟ୍ପୁରନ୍ ଆଗ୍ରାଗାନେ ଅସିଂନମ୍ ପାଡ଼େତନାୟ୍ ।’"
19 ସିଲତ୍ତେ ଜିସୁନ୍ ଞଙ୍ନେମରଞ୍ଜିଆଡଙ୍ ଏଙ୍ଗାଲେ ବାଞେଞ୍ଜି ଏତ୍ତେଲେ ଆନିଞ୍ଜି ଲୁମ୍ଲେ ଅନେଲାୟ୍ପୁରନ୍ ଆଗ୍ରାଗାନେ ଆସନ୍ ଇୟ୍ଲେ ଅବ୍ଜାଡାଏଜି ।
20 ତିକ୍କି ଆର୍ରୁବେନ୍ ସିଲଡ୍ଲ୍ଲନ୍ ଜିସୁନ୍ ବାରଜଣ ଞଙ୍ନେମରଞ୍ଜି ସରିନ୍ ଗାଗାନେନ୍ ତଙ୍କୁମେଞ୍ଜି । 21 ଆନିଞ୍ଜି ଆଗ୍ରାଗାଲଞ୍ଜି ଆଡିଡ୍ ଜିସୁନ୍ ଗାମେନ୍, "ଞେନ୍ ଆମ୍ୱେଞ୍ଜିଆଡଙ୍ ଆଜାଡ଼ିଡମ୍ ବର୍ତବେନ୍, ଅମଙ୍ଲୋଙ୍ବେନ୍ ସିଲଡ୍ ଅବୟ୍ନେ ଞେନ୍ଆଡଙ୍ ବନେରାଞ୍ଜି ଆସିଲୋଙ୍ ସୋରୋପ୍ପାୟ୍ତିଁୟ୍ ।"
22 କେନ୍ ଆ ବର୍ନେ ଅମ୍ଡଙ୍ଡାଲେ ଞଙ୍ନେମରଞ୍ଜି ମାଡ୍ଡ ଡୁକ୍କଡାଲନ୍ ତଙ୍ବୟ୍ନେ ଜିସୁନ୍ଆଡଙ୍ ବରେଞ୍ଜି, "ପ୍ରବୁ ତିଆତେ ଞେନ୍ ପଙ୍ ?"
23 ଜିସୁନ୍ ଆନିଞ୍ଜିଆଡଙ୍ ଜାଲଙେଞ୍ଜି, "ଅଙ୍ଗା ମନ୍ରା ଞେନ୍ ସରିନ୍ ଗିନାଲୋଙନ୍ ଜୋବ୍ଡାସିଲନ୍, ଆନିନ୍ ଞେନ୍ଆଡଙ୍ ବନେରାଞ୍ଜି ଆସିଲୋଙ୍ ସୋରୋପ୍ପାୟ୍ତିଁୟ୍ । 24 ସାସ୍ତ୍ରଲୋଙନ୍ ମନ୍ରା ଡାଙ୍ଗଡ଼ାଅନନ୍ ଆ ବର୍ନେ ଏଙ୍ଗାଲେ ଆଇଡିଡ୍, ଏତ୍ତେଲେମା ଆନିନ୍ ରବୁତେ; ବନ୍ଡ ଅଙ୍ଗା ମନ୍ରା ବନେରାଞ୍ଜି ଆସିଲୋଙ୍ ମନ୍ରା ଡାଙ୍ଗଡ଼ାଅନନ୍ଆଡଙ୍ ସୋରୋପ୍ପାୟ୍ତେ, ୟୋଙ୍, ତି ଆ ମନ୍ରା ପନବ୍ରଡନ୍ ଞାଙ୍ତେ; ତି ଆ ମନ୍ରା କରୋକ୍କୋଡନ୍୨୬:୨୪ ଜନମ୍ମୁ ଅଃଡ୍ଡେଲୋ ନଙ୍ ଆନିନ୍ ଆସନ୍ ମନଙ୍ ଡେତେ ବନ୍ ।"
25 ସିଲତ୍ତେ ଅଙ୍ଗା ଜିଉଦା ଜିସୁନ୍ଆଡଙ୍ ବନେରାଞ୍ଜି ଆସିଲୋଙ୍ ସୋରୋପ୍ପାୟେନ୍, ଆନିନ୍ ଜିସୁନ୍ଆଡଙ୍ ବରେନ୍, "ଏ ଞନଙ୍ତିୟ୍ମର୍, ତିଆତେ ଞେନ୍ ପଙ୍ ?"
ଜିସୁନ୍ ଆନିନ୍ଆଡଙ୍ ଜାଲଙେନ୍, "ତିଆତେ ଆମନ୍ ବର୍ତନେ ।"
ପ୍ରବୁବୋଜନ୍
26 ଆନିଞ୍ଜି ଆଗ୍ରାଗାଲଞ୍ଜି ଆଡିଡ୍ ଜିସୁନ୍ ରୁଟିନ୍ ଞମ୍ଲେ ଆସିର୍ବାଦଏନ୍ କି ତିଆତେ ରେବ୍ଲେ ଞଙ୍ନେମରଞ୍ଜିଆଡଙ୍ ତିୟ୍ଲେ ବର୍ରନେ, "ନବା, ଜୋମ୍ବା, କେନ୍ଆତେ ଡଅଙ୍ଞେନ୍ ।"
27 ସିଲଡ୍ଲ୍ଲନ୍, ଆନିନ୍ ଗିନାନ୍ ଞମ୍ଲେ ସନେନ୍ସେନନ୍ ତିୟେନ୍ କି ତିଆତେ ଞଙ୍ନେମରଞ୍ଜିଆଡଙ୍ ତିୟ୍ଲେ ବର୍ରନେ, "ଅଡ଼୍କୋନ୍ବେନ୍ କେନ୍ତେନ୍ନେ ସିଲଡ୍ ଗାବା, 28 କେନ୍ଆତେ ମିଞାମ୍ଞେନ୍, ଇନିଆସନ୍ଗାମେଣ୍ଡେନ୍ କେନ୍ଆତେ ଅଡ଼୍କୋ ମନ୍ରାନ୍ ଆ ଇର୍ସେ କେମାନ୍ ତନିୟନ୍ ଆସନ୍ ଆଜ୍ରତଡେନ୍ ରଙ୍ ଅନଗଡନ୍ ।