6 ଇନିଆସନ୍ଗାମେଣ୍ଡେନ୍ ଇସ୍ୱରନ୍ ଅଡ଼୍କୋ ମନ୍ରାନ୍ ରମ୍ମଙ୍ ରମ୍ମଙ୍ ଆର୍ଲୁମେଞ୍ଜି ଆ ବଡି ତିୟ୍ତଜି । 7 ଲାଙ୍ଲେନ୍ନେ ଗନୁଗୁ ପନେମେଙନ୍, ଲନୋମନ୍ ଡ ଅଃର୍ରବୁଏନ୍ ଆନମେଙ୍ ଆଞନାଙ୍ ଆସନ୍ ସଏଲେ ଅନୁୟୁବନ୍ ବାତ୍ତେ ମନଙ୍ କାବ୍ବାଡ଼ାନ୍ ଲୁମ୍ତଜି, ଆନିଞ୍ଜିଆଡଙ୍ ଇସ୍ୱରନ୍ ଅଃନ୍ନଞିଡେନ୍ ଆନମେଙ୍ ତିୟ୍ତଜି । 8 ଲାଙ୍ଲେନ୍ନେ ଞେନ୍ ତୁମ୍ ଆଗ୍ରାମ୍ତେନ୍ ଆ ମନ୍ରା, ଆରି ଆଜାଡ଼ିନ୍ ଆ ତଙର୍ ଅମ୍ରେଙ୍ଲେ ଆନ୍ନା ଆ ତଙର୍ଗଡ୍ ଞାତଞ୍ଜି, ଆମଙଞ୍ଜି ଇସ୍ୱରନ୍ ଆ ବନ୍ଡ୍ରାବ୍ ଲାତେ । 9 ଆନାଜି ପେଲ୍ଲା କାବ୍ବାଡ଼ାଲୋଙନ୍ ମଗାଡ୍ତଜି, ଆନିଞ୍ଜି ଆସନ୍ ପନବ୍ରଡନ୍ ଡ ଡନଣ୍ଡାୟ୍ ଡିନ୍ନାନ୍ ଜିର୍ତାୟ୍, ପର୍ତମ୍ମୁ ଜିଉଦିମରଞ୍ଜି ଡ ଗ୍ରିକ୍ମରଞ୍ଜି ଆମଙ୍ବା ଅଡ଼ୋତାୟ୍ । 10 ବନ୍ଡ ଆନାଜି ମନଙ୍ କାବ୍ବାଡ଼ାନ୍ ଲୁମ୍ତଜି, ଇସ୍ୱରନ୍ ଆନିଞ୍ଜିଆଡଙ୍ ମାନ୍ନେତଜି, ଗନୁଗୁ ପନେମେଙନ୍ ଡ ସନୟୁନ୍ ତିୟ୍ତଜି । ଆମ୍ମୁଙ୍ ଜିଉଦିମରଞ୍ଜି ଆରି ଆତନିକ୍କି ଏର୍ଜିଉଦିମରଞ୍ଜି ତିୟ୍ତଜି । 11 ଇନିଆସନ୍ଗାମେଣ୍ଡେନ୍ ଇସ୍ୱରନ୍ ଅଡ଼୍କୋ ମନ୍ରାନ୍ଆଡଙ୍ ଆବସରିନ୍ ପନ୍ସୁଆତିତଜି ।