3 ମିଡ଼୍ ବେଲାବା ପବିତ୍ର ଜିୱା ଆୟ୍ମୁଟ୍, ଇଶ୍ୱର୍ତେ ଇଚ୍ଛା, ମିଡ଼୍ ବେଲାନ୍ ବା ଯୌନ ଲାଲସା ତାଗାଙ୍କ୍ ଦୁରାମ୍ ମାନୁଟ୍ । 4 ବେନଡ଼୍ ପର୍ମେଶ୍ୱର୍ତିଙ୍କ୍ ପୁନଡ଼୍, ଅଡ଼୍ ନିଜେତ୍ ମେନ୍ଦୁଲ୍ତିଙ୍କ୍ ହିଦ୍ଲେକାମ୍ ବ୍ୟବହାର୍ ମାଡ଼ିତଡ଼୍ । 5 ଇଶ୍ୱର୍ତିଙ୍କ୍ ପୁନ୍ୱେମାନ୍ଦାନ୍ ଅଣଯିହୁଦୀ ନାରୁଡ଼୍ ଲେକାମ୍ ସାରେତଡ଼୍ ନିଜେ ନିଜେତ୍ ମୁତେନ୍ ତଡ଼୍ ବେଲାନ୍ ଯୌନ ଲାଲସା ଆୟ୍ୟକଟ ପବିତ୍ର ନୁ ସମ୍ମାନ୍ତଡ଼୍ ବାଦ୍କାନଡ଼ାଦ୍ ସାୟେ, ଆଦ୍ ମିକିଂଙ୍କ୍ ପୁନ୍ନ୍ଦେ ୱେଇତିତ୍ । 6 ବେନ୍ କ୍ରିଷ୍ଟିୟାନ୍ ବିଶ୍ୱାସୀ ଦାଦାନ୍ ସେଙ୍ଗେ କାରାପ୍ କାମ୍ ମାଡ଼୍ମାଟ୍, ବା ଅଂକିଙ୍କ୍ ପାସ୍କ୍ମାଟ୍, ଇଦ୍ ଗଟ୍ ମାମ୍ମେ ମୁନେଙ୍କ୍ କେସ୍ମିନ୍ତେମ୍ ନୁ ଡୁଟାଙ୍ଗ୍ତେ ସାବ୍ଦାନ୍ ମାଡ଼ିତ୍ତମ୍ ଜେ, ବେନଡ଼୍ ଆଦ୍ଲେକାମ୍ ମାଡ଼ିତଡ଼୍, ପ୍ରବୁ ଅଡ଼୍କିଂଙ୍କ୍ ଦଣ୍ଡ ହିଦ୍ତନ୍ । 7 ଇଶ୍ୱର୍ ମାନ୍ ଅଶୁଚି ବାଦ୍କାନ୍ ସେଙ୍ଗେ କାର୍ଙ୍ଗାନାଦ୍ ମାଡ଼ନ୍, ବାତେଙ୍କ୍ ଇତ୍କେ ପବିତ୍ର ଜିୱାତେ ଆଶେ ମାନ୍ଦାନ୍ ସେଙ୍ଗେ ମାନାଡ଼୍ ୱାତ୍ତାଡ଼୍ ।
Publicidade