8 ଇତ୍କେ ଆ ପ୍ରିୟ ସାଙ୍ଗନଡ଼ି, ୱେରଡ଼୍ ବିଷୟ ମାର୍ଙ୍ଗ୍ମାଟ୍ । ଇଶ୍ୱର୍ତେ କଣ୍ଡେତେ ଅଣ୍ଡୟ୍ ଦିନ୍ ନୁ ହଜାର୍ ଏଣ୍ଡ୍କ୍ତାଗାଙ୍କ୍ ବାତେ ୱେରେ ଇଲେ । ଅନ୍ ଗାରେ ଇୱୁ ରେଣ୍ଡ୍ ସାମାନ୍ । 9 ପ୍ରବୁ ତାନ୍ ପ୍ରତିଜ୍ଞା ପୁରା ମାଡ଼ାନଙ୍କ୍ ଲେଟ୍ ମାଡ଼ଣ୍ଡ୍, ଯଦି ବା ବେସ୍କ୍ତୁଡ଼୍ ଇଦିଙ୍କ୍ ଲେଟ୍ ଇଞ୍ଜ ଏର୍କା ମାଡ଼ିତଡ଼୍ ମାତର୍ ପ୍ରବୁ ମି ସେଙ୍ଗେ ଗାଟି ସହନଶିଳ । ଅଣ୍ଡ୍ ଇଚ୍ଛା ମାଡ଼ନ୍, ବେନ ୱେରଣ୍ଡ୍ ବିନଷ୍ଟ ଆଇଣ୍ଡ୍ । ସାରେତଡ଼୍ ନିଜର୍ ନିଜର୍ ପାପତାଗାଙ୍କ୍ ମାଲ୍ୱିଡ଼୍, ଇଦ୍ ଅନାଦ୍ ଇଚ୍ଛା ।
10 3:୧୦ ମାତିଉ ୨୪:୪3; ଲୁକ ୧୨:3୯; ୧ ଥେସଲନିୟ ୫:୨; ପ୍ରକାଶିତ୍ ବାକ୍ୟ ୧୬:୧୫. ଇତ୍କେ ପ୍ରବୁନ୍ ଦିନାମ୍ ଡଙ୍ଗାଲ୍ ଲେକାମ୍ ୱାଦ୍ତେ । ଆଦ୍ ଦିନେ ଅଣ୍ଡୟ୍ ଗାଟି ଲେଙ୍ଗ୍ଦେ ଲୋପେ ମୟଲ୍ ମାୟିଆଦ୍ତେ । ମୟଲ୍ତାଗ୍ ମାନ୍ଦାନ୍ ଗ୍ରହ ନୁ ଉକାକ୍ କାର୍ୱି ଦ୍ୱଂସ ଆଦ୍ତା । ପୃତିବିତଡ଼୍ ତାନାଗ୍ ମାନ୍ଦାନ୍ ସାରେ ବିଷୟ୍ତଡ଼୍ ବିନଷ୍ଟ ଆଦ୍ତେ । 11 ଯଦି ଇଦ୍ଲେକାମ୍ ସାରେ ବିଷୟ ଦସଂ ଆଦ୍ତା, ଆଲେକ୍ ଆଲ୍ସୁଡ଼ାଟ୍, ମିୟାଦ୍ ବେସତ୍ ଜିୱୁଣ୍ଡ୍ ଆଦାନ୍ ଦର୍କାର୍ । ଆଦ୍ ପବିତ୍ର ନୁ ଇଶ୍ୱର୍ତେ ମୁନେ ଉତ୍ସର୍ଗ ଆଦାନାଦ୍ ନିୟାତି ଦର୍କାର୍ । 12 ମିଡ଼୍ ପ୍ରବୁନ୍ ଦିନାମ୍ତିଙ୍କ୍ କେପି ମାନ୍ଦାନ୍ ୱେଲେ, ଆଦ୍ ବେଲାନ୍ ଜାପେ ୱାଦ୍ତେ, ଆଦିନ୍ ସେଙ୍ଗେ ନିଜେତିଙ୍ଗ୍ ତିଆର୍ ମାଡ଼ାଟ୍ । ଆଦ୍ ଦିନେ ମୟଲ୍ କାର୍ୱି ଦ୍ୱଂସ ଆଦ୍ତା । ମୟଲ୍ତେ ଗ୍ରହ ଉକାକ୍ ଗାଟି କାମ୍କେତେ ଉଡ଼୍ୟି ଆଦ୍ତା । 13 3:୧3 ପ୍ରକାଶିତ୍ ବାକ୍ୟ ୨୧:୧.କିନ୍ତୁ ମାମେ ଇଶ୍ୱର୍ତେ ତିଆର୍ ମାଡ଼ିମାନ୍ଦାନ୍ ୱେରଡ଼୍ ପୁନେ ମୟଲ୍ ନୁ ପୁନେ ପୃତିବିତାଗ୍ ମିନ୍ଦେଡ଼୍ । ଆଗେ ଦାର୍ମାମ୍ ନାରୁଡ଼୍ ମାନ୍ଦାନ୍ ପଡ଼୍ୟେ ଆଦ୍ତେ ।