2 ଆଦ୍ ଜନ୍ତୁ ଅଣ୍ଡୟ୍ ଚିତା ଡୁୱୁ ଇନା ତଅନ୍ଦ ମାତ୍ତେ । ଅଦିନ୍ ଡେକା ଏଡ଼୍ଜ୍ତେ ଡେକା ଲେକାମ୍ ମେଣ୍ଡେ ପାୟୁର୍ ଗଣ୍ଡ୍ରାସ୍ ପାୟୁର୍ ଲେକାମ୍ । ମୁନେଙ୍କ୍ ଲେକାଆତ୍ତାଦ୍ ନେତୁର୍ ଲେକ୍ତାଦ୍ ପାଃନ୍ତେ ତାଡ଼ାମ୍ ଆଦ୍ ଜନ୍ତୁତିଙ୍କ୍ ନିଜେତ୍ ଶକ୍ତି, ସିଂହାସନ ନୁ ନାର୍ଗେକ୍ଷମତା ଇତ୍ତେ ।
6 ଇଶ୍ୱର୍ତିଙ୍କ୍, ତାନ୍ ପେଦେର୍ ନୁ ତାନାଦ୍ ମାନ୍ଦାନ୍ ପଡ଼ିୟେ ନୁ ସ୍ୱର୍ଗବାସି ସାରେତଡ଼୍କ୍ ଅଣ୍ଡ୍ ଅବିଶାପ୍ ଇଦାଙ୍କ୍ ଆତ୍ତେ । 7 ଇଶ୍ୱର୍ତେ ନାରୁଡ଼୍ ବିରୁଦ୍ଦତେ ଯୁଦ୍ ମାଡ଼ି ଅଡ଼୍କିଂଙ୍କ୍ ଆରା ମାଡ଼ାନଙ୍କ୍ ଅଣ୍ଡ୍ ଆନୁମତି ଦର୍ସ୍ତନ୍ ନୁ ସାରେ ନାକିନ୍, ରାଷ୍ଟ ନୁ ବାଷାବାସି ନୁ ଜାତିତ୍ ପରୁ ଅଙ୍କ୍ କ୍ଷମତା ଇତ୍ତଡ଼ ।