1 ବାବିଲ୍ତେ ରାଜାଲ୍ ବେଲ୍ଶତ୍ସରତେ ରାଜତ୍ୱତେ ପ୍ରତମ୍ ୱାଡ଼୍ସେତେ ଦାନିୟେଲ୍ ପାଟ୍ତେ ପରୁ ସାପ୍ନା ନୁ ମାନ୍ତେ ଦର୍ଶନ୍ ଉଡ଼୍ତଣ୍ଡ୍; ଆସୁଙ୍କ୍ ଅଣ୍ଡ୍ ଆଦ୍ ସାପ୍ନା ଲେକ୍ତେ ଗଟ୍ତେ ଗଟ୍ ପ୍ରକାଶ୍ ମାଡ଼୍ତଣ୍ଡ୍। 2 ଦାନିୟେଲ୍ କେତ୍ତଣ୍ଡ୍, "ନାନେ ନାର୍କା ଦର୍ଶନତେ ଉଡ଼୍ତାନ୍ ଯେ, ଉଡ଼େ, ବେଡ଼ିୟିସମୁଦ୍ର ପରୁ ମାବ୍ତେ ସାରେପାକେଙ୍କ୍ ଗାଲ୍ ଗାଟି ୱାତ୍ତେ। 3 ମେଣ୍ଡେ, ଅଣ୍ଡୟ୍ଦାମ୍ ୱେରେ ନାଲୁ ବାଡ଼ିୟାୱୁ ପଶୁ ସମୁଦ୍ରତାଗାଙ୍କ୍ ତେଦି ୱାତ୍ତା। 4 ପ୍ରତମ୍ ପଶୁ ଡ଼ୁୱୁ ଲେକାମ୍ ନୁ ପରୁ ପାର୍ତାନ୍ ପିଟେ ଲେକାମ୍ ତାନାୱୁ ରେକା ମାତ୍ତା; ନାନେ ଉଡ଼୍ତାଙ୍କ୍ ଆଦିନ୍ ଆ ରେକା କୁସ୍ତେ, ମେଣ୍ଡେ ଆଦ୍ ପୃତିବିତାଗାଙ୍କ୍ ଟେଣ୍ଡ୍ତଡ଼୍ ନୁ ନାରୁନ୍ ଲେକାମ୍ ରେଣ୍ଡ୍ ଡ଼େକାନେ ନିଲ୍ସ୍ପତଡ଼୍, ମେଣ୍ଡେ ଆଦିଙ୍କ୍ ନାରୁନ୍ ହୃଦୟ୍ ଇତ୍ତଡ଼୍।
5 ତାନ୍ପେର୍କେ ଉଡ଼ାଟ୍, ମେଣ୍ଡେ ୱେରଡ଼୍, ଇତ୍କେ, ଦ୍ୱିତୀୟ ପଶୁ ଏଡ଼୍ଜ୍ ଲେକାମ୍ ମାତ୍ତେ, ଆଦ୍ ମେଣ୍ଡନ୍ ପାକେ ତେଦ୍ତେ ନୁ ତାନ୍ ମକମ୍ତାଗ୍ ପାଲ୍କିନାଗ୍ ମୁଣ୍ଡ୍ ଦୁଡ଼ା ମାର୍ଙ୍ଗ୍ ବୁଲା ମାତ୍ତା; ମେଣ୍ଡେ, ଆଦିଙ୍କ୍ ଇଦ୍ ଗଟ୍ କେତ୍ତଣ୍ଡ୍, ତେଦେ, ନାର୍ଗେ ଆଉଙ୍ଗ୍ ତିନ୍।
6 ତାନ୍ପେର୍କେ ନାନେ ଉଡ଼୍ତାନ୍, ଉଡ଼େ, ଚିତାଡ଼ୁୱୁ ଲେକାମ୍ ମେଣ୍ଡେ ୱେରଡ଼୍ ପଶୁ, ତାନ୍ ପେର୍କେ ପିଟେତ୍ ନାଲୁ ରେକା ମାତ୍ତା; ମିକା ଆଦ୍ ପଶୁତ୍ ନାଲୁ ତାଲ୍ଲା ମାତ୍ତା ମେଣ୍ଡେ, ଆଦିଙ୍କ୍ ଶାସନ ଇତ୍ତଡ଼୍।
7 ନାନେ ନାର୍କେତ୍ ଉସ୍କାଡ଼୍ତେ ଉଡ଼୍ତାନ୍, ଉଡ଼େ, ଚତୁର୍ଥ ପଶୁ, ଆଦ୍ ବୟଙ୍କାର୍, ଶକ୍ତି ନୁ ଗାଟି ଶକ୍ତିତାଦ୍ ନୁ ଆଦିନ୍ ବେଡ଼ିୟାୱୁ ଲୁହାଲେକାମ୍ ପାଲ୍କ୍ ମାତ୍ତା; ଆଦ୍ ଆୱ୍କେ ନୁ ଉଃସ୍ ଗୁଣ୍ଡାଲ୍ ମାଡ଼୍ତେ ନୁ ମେଣ୍ଡେ ବାତ୍ତେ ମାତ୍ତେ, ଆଦ୍ ଡେକେତ୍ ମଦଲ୍ ଗୁଣ୍ଡାଲ୍ ମାଡ଼୍ତେ; ମେଣ୍ଡେ, ଅଣ୍ଡ୍ ଆଦିନ୍ ମୁନେତ୍ ସାରେ ପଶୁକିନାଗାଙ୍କ୍ ୱେରେ, ମେଣ୍ଡେ ଆଦିନ୍ ଦଶ୍ଟାନ୍ କଃକ୍ ମାତ୍ତା। 8 ନାନେ ଆୱୁ କଃକ୍କିନ୍ ବିଷୟତେ ହେର୍କେ ମାଡ଼ ମାଡ଼ ଉଡ଼ାଟ୍, ଆୱୁସାର୍ ତାଗାଙ୍କ୍ ମେଣ୍ଡେ ୱେରଡ଼୍ କଃର୍ ପେୟିତେ, ଆଦ୍ ଇସୁରାଦ୍, ଆଦିନ୍ ମୁନେ ପ୍ରତମ୍ କଃକିନାଗାଙ୍କ୍ ମୁଣ୍ଡ୍ କଃକ୍ କୁସିଆତ୍ତା; ମେଣ୍ଡେ ଉଡ଼ାଟ୍, ଆୱୁ କଃକିନାଗ୍ ନାରୁଡ଼୍ କଣ୍ଡାନ୍ ଲେକାମ୍ କଣ୍ଡା ନୁ ଆଙ୍କାର୍ତେ ବାକ୍ୟତାଦ୍ ମକମ୍ ମାତ୍ତେ।
9 ନାନେ ଉଡ଼ ଉଡ଼, ବେସ୍ ସିଂହାସନ୍ ତିଆର୍ ଆତ୍ତେ, ମେଣ୍ଡେ ନାର୍ଗେ କାଲାମ୍ତେ ମୁୟିତଣ୍ଡ୍ ପେୟିତଣ୍ଡ୍। ଅନ୍ ଚକା ବରପ୍ତେ ଲେକାମ୍ ପାଣ୍ଡ୍ରି, ନୁ ଅନ୍ ତାଲେତେ କେଲ୍କ୍ ସାୟେତ୍ ମେଣ୍ଢେତ୍ ତଲ୍କେ ଲେକାମ୍ ମାତ୍ତେ। ଆଦିନ୍ ସିଂହାସନ୍ କିସ୍ତାଡ଼୍ମିନ୍ ଲେକାମ୍ ନୁ ଆଦିନ୍ ଚକ୍ରସାରେ ନିଡ଼୍ତାନ୍ କିସ୍। 10 ମୁନେଙ୍କ୍କଞ୍ଜ୍ କିସ୍ଗୁଇନ୍ଦେ ତିଆର୍ ଆସ୍ ପେୟିତ୍ତେ; ହଜାର୍ ହଜାର୍ ଅଡ଼ାଦ୍ ସେବା ମାଡ଼୍ତଡ଼୍ ନୁ ଲକ୍ଷ୍ୟ ଲକ୍ଷ୍ୟ ଅନ୍ ମୁନେ ପେଇତା। ବିଚାର୍ମିଟିଙ୍ଗ୍ କୁଦ୍ତେ ନୁ ବହିକି କଲେମ୍ ଆତ୍ତା। 11 ଆଦ୍ କଃର୍ଦେ ଲେକାମାନ୍ଦାନ୍ ବାକ୍ୟତେ ଲେଙ୍ଗ୍ ସେଙ୍ଗେ ଆଦ୍ ସମୟତେ ନାନେ ଉଡ଼୍ତାନ୍; ନାନେ ଉଡ଼୍ତାନ୍ ଯେ, ପେର୍କେ ଆଦ୍ ପଶୁ ଡଲ୍ତେ ନୁ ଆଦିନ୍ ମେନ୍ଦୁଲ୍ ନଷ୍ଟ ଆତ୍ତେ ନୁ ଆଦ୍ କିସ୍ତାଗ୍ କାର୍ୱାନଙ୍କ୍ ସର୍ପା ଆତ୍ତେ। 12 ମେଣ୍ଡେ, ୱେରେ ପଶୁକିନାଗାଙ୍କ୍ ଆୱିନ୍ ଅଦିକାର୍ ଅତ୍ତଡ଼୍; ଆଗେକ୍ବା ବା ଆୱିନ୍ ଜିୱେ ସୁଦୁଟ୍ ସମୟତେ ମାଇଦିଙ୍କ୍ ଗେଲ୍ପ୍ତଣ୍ଡ୍।
13 ନାନେ ନାର୍କା ଦର୍ଶନ୍ତେ ଉଡ଼୍ତାନ୍, ମେଣ୍ଡେ ଉଡ଼େ, ନାରୁଣ୍ଡ୍ପିଲେ ନ୍ୟାୟତେ ୱେରଣ୍ଡ୍ ମାନେଇ ମାବ୍ତେ ମୟଲ୍ତେ ୱାତ୍ତଣ୍ଡ୍; ଅଣ୍ଡ୍ ନାର୍ଗେ କାଲାମ୍ତେ ଆ ମୁୟିତନ୍ ପାକେ ୱାତ୍ତାଙ୍କ୍, ଅଡ଼୍ ଅନ୍ ମୁନେ ଅଙ୍କ୍ ତାତ୍ତଡ଼୍। 14 ମେଣ୍ଡେ, ସାରେ ଗୋଷ୍ଠି, ଦେଶତେନଡ଼୍ ନୁ ବାଷାବାଦିଡ଼୍ ବେଲାନ୍ ଅନ୍ ସେବା ମାଡ଼ିତଡ଼୍, ଆଦିନ୍ ସେଙ୍ଗେ ଅଙ୍କ୍ ଅଦିକାର୍, ମହିମା ନୁ ରାଜ୍ୟ ଇତ୍ତଡ଼୍; ଅନ୍ ଅଦିକାର୍ ଅନନ୍ତକାଳାମ୍ତେ ଅଦିକାର୍, ଆଦ୍ ମାୟ, ମେଣ୍ଡେ ଅନାଦ୍ ରାଜ୍ୟ ବେସୁଙ୍କ୍ ନଷ୍ଟ ଆୟ।
15 ନାନେ ଦାନିୟେଲ୍, ନାୟାଦ୍ ଆତ୍ମା ନା ମେନ୍ଦୁଲ୍ ୱେଦ୍ ୱେଦା ଆତ୍ତେ ନୁ ନାୟାଦ୍ ମାନ୍ତେ ଦର୍ଶନ୍ ନାକିଙ୍କ୍ ୱେର୍ସ୍ପତେ। 16 ନା ପାକେ ବେନଡ଼୍ ନିସ୍ ମାତ୍ତଡ଼୍, ଅଡ଼୍ ଲୋପେଙ୍କ୍ ୱେରନ୍ପାକେ ଆଞ୍ଜ୍ ନାନେ ଇୱୁସାରେ ପଚାର୍ମାଡ଼୍ତାନ୍। ଆସୁଙ୍କ୍ ଅଣ୍ଡ୍ ନାକିଙ୍କ୍ ଆୱୁସାରେତେ ଅର୍ତ କେତ୍ତଣ୍ଡ୍। 17 ଆୱୁ ନାଲୁ ବେଡ଼ିୟାୱୁ ପଶୁ ନାଲୁ ରାଜାଲଡ଼୍, ଅଡ଼୍ ପୃତିବିତାଗ୍ ପେଇତିତଡ଼୍। 18 ମାତ୍ର ସାରେତିଙ୍କ୍ ବେଡ଼ିୟେ ପବିତ୍ରନାରୁଡ଼୍ ରାଜ୍ୟ ପାହେମ ଆଦ୍ତଡ଼୍ ନୁ ସାରେଦିନା, ଇତ୍କେ ଅନନ୍ତ କାଲାମ୍ ଜାକ ରାଜ୍ୟପାହେମ୍ ଆଦ୍ତଡ଼୍।
19 ଆସୁଙ୍କ୍ ବେନ୍ ଚତୁର୍ଥ ପଶୁ, ବେନେ ୱେରେ ମକମ୍ତାଗାଙ୍କ୍ ୱେରେ, ଗାଟି ବୟଙ୍କାର୍, ବେନିନ୍ ପାଲ୍କ୍ ଲୁହାଲେକାମ୍ ନୁ ଇଡ଼୍ଞ୍ଚକ୍ ପିତ୍ତଲ୍ଲେକାମ୍ ମାତ୍ତା, ବେନଙ୍କ୍ ଆୱୁକେ, ଉଃସ୍ ଗୁଣ୍ଡାଲ୍ ମାଡ଼୍ନୁଡ଼୍ ନୁ ମେଣ୍ଡେ ମାନ୍ଦାନାୱିଙ୍କ୍ ସାରେତାୱିଙ୍କ୍ ଡେକେତ୍ ମଦଲ୍ ଆୱୁକ୍ନୁଡ଼୍, ଆଦିନ୍ ଅର୍ଥ ପୁନ୍ଦାନଙ୍କ୍ ନାନେ ଇଚ୍ଛା ମାଡ଼୍ତାନ୍; 20 ମେଣ୍ଡେ, ଆଦିନ୍ ତାଲେତାଗ୍ ବେନ୍ ଦଶ୍ଟାନ୍ କଃକ୍ ମାତ୍ତା ନୁ ୱେରେ ବେନା କଃକ୍ ତେଦ୍ତା ନୁ ବେନିନ୍ ପାକେ ମୁଣ୍ଡ୍ କଃକ୍ ରାଲ୍ତା; ଆଦ୍ବେନ୍ କଃର୍ତେ କଣ୍ଡେ ନୁ ଅହଙ୍କାର୍ ବାକ୍ୟବାଦିଡ଼୍ ମକମ୍ ମାତ୍ତେ, ବେନ୍ ଲେକ୍ତାଦ୍ ତାନ୍ ସାଙ୍ଗନଡ଼୍ ପାକେ ଗାଡ଼୍ସ୍ ମାତ୍ତେ, ଆଦିନ୍ ଅର୍ଥ ପୁନ୍ଦାନଙ୍କ୍ ନାନେ ଇଚ୍ଛା ମାଡ଼୍ତାନ୍।
21 ନାନେ ଉଡ଼୍ତାନ୍, ମେଣ୍ଡେ ଆଦ୍ କଃର୍ ପବିତ୍ରନାରୁନ୍ ସାଙ୍ଗେ ଯୁଦ୍ଦ୍ ମାଡ଼୍ତେ ନୁ ଅଡ଼୍କିଂଙ୍କ୍ ଜିଡ଼୍ତେ; 22 ପେର୍କେ ଆଦ୍ ନାର୍ଗେ କାଲାମ୍ତେ ମାୟିତଣ୍ଡ୍ ୱାତ୍ତଣ୍ଡ୍ ନୁ ସର୍ବଶକ୍ତି ମାନ୍ ପବିତ୍ରନାରୁଙ୍କ୍ ବିଚାର୍ ଦିନାମ୍ ହେୱୁତେ ନୁ ପବିତ୍ରନାରୁନ୍ ରାଜ୍ୟ ଅଦିକାର୍ ମାଡ଼ାନ୍ ସମୟ୍ ଗାରେ ହେଉତ୍ତେ।
23 ଅଣ୍ଡ୍ ଇଦ୍ଲେକାମ୍ କେତ୍ତଣ୍ଡ୍, ଚତୁର୍ଥ ପଶୁ ପୃତିବିତେ ଚତୁର୍ଥ ରାଜ୍ୟ ଆଦ୍ତେ, ଆଦ୍ ୱେରେସାରେ ରାଜ୍ୟତାଗାଙ୍କ୍ ୱେରେ ଆଦ୍ତେ ନୁ ମେଣ୍ଡେ ଡେକେତଡ଼୍ ଆୱ୍କି ଦୁଡ଼ା ଦୁଡ଼ା ମାଡ଼ିତେ ନୁ ଆଦ୍ ଉଃତିତ୍। 24 ମେଣ୍ଡେ, ଆ ଦଶଟାନ୍ କଃକିନ୍ ଅର୍ଥ ଇଦ୍ ଯେ, ଆଦ୍ ରାଜ୍ୟତାଗାଙ୍କ୍ ଦଶ୍ଟାନ୍ ରାଜ୍ୟ ପେଇତିତା; ଅଡ଼୍ ପାକେ ମେଣ୍ଡେ ଅର୍ତୁଣ୍ଡ୍ ପେୟିତିତଣ୍ଡ୍। ଅଣ୍ଡ୍ ମୁନେତ୍ ନାରୁଡ଼ାଗାଙ୍କ୍ ୱେରେ ଆଦ୍ତଣ୍ଡ୍ ନୁ ଅଣ୍ଡ୍ ମୁୱୁଡ଼୍ ରାଜାନଡ଼୍କ୍ ଆର୍ମାଡ଼ିତଣ୍ଡ। 25 ମେଣ୍ଡେ, ଅଣ୍ଡ୍ ସର୍ବଶକ୍ତି ମାନ୍ ପରମେଶ୍ୱର୍ ବିରୁଦ୍ଦ୍ତେ ଗଟ୍ କେତିତଣ୍ଡ୍ ନୁ ସର୍ବଶକ୍ତି ମାନ୍ ପବିତ୍ରନାରୁଡ଼୍କ୍ ଆୱ୍କିତଣ୍ଡ୍; ମେଣ୍ଡେ, ଅଣ୍ଡ୍ କାଲାମ୍ ନୁ ଆଦେଶ୍ତେ ପରିବର୍ତ୍ତନ୍ ମାଡ଼ାନଙ୍କ୍ ବିଚାର୍ ମାଡ଼ିତଣ୍ଡ୍; ମେଣ୍ଡେ, ଅଣ୍ଡୟ ବର୍ଷ, ରେଣ୍ଡ୍ ପବିତ୍ର ପାଣ୍ଡୁମ୍ ନୁ ବେଡ଼ିୟେ ପବିତ୍ର ପାଣ୍ଡୁମ୍ ହେଉନା ଅଡ଼୍ ଆଦିନ୍ କାଇଦେ ସର୍ପା ଆଦ୍ତଡ଼୍। 26 ମାତର୍ ବିଚାର୍ ସଭା କୁଦିତେ ନୁ ଅଡ଼୍ ତେରାନ୍ ଯାକ ଆଦିନ୍ ଶାସନ ନଷ୍ଟ ନୁ ଦଂସ ମାଡ଼ାନଙ୍କ୍ ଆଦିନାଗାଙ୍କ୍ ଆଦ୍ ଅଦ୍ତଣ୍ଡ। 27 ମେଣ୍ଡେ, ଶାସନ୍ କାଲାମ୍ ନୁ ଅଦିକାର୍ ନୁ ମାବ୍ତେମୟଲ୍ ମଦଲ୍ତେ ରାଜ୍ୟ ସାରେପାକେତ୍ ମହିମା, ସର୍ବଶକ୍ତି ମାନ୍ ପବିତ୍ର ନାରୁଡ଼୍କିଙ୍କ୍ ଆୱ୍କିତଡ଼୍; ଅଡ଼୍ ରାଜ୍ୟ ସାରେ କାଲାମ୍ତେ ରାଜ୍ୟ ନୁ ସାରେୱେଲେତ୍ ଶାସନ୍କର୍ତ୍ତା ଆଦିନ୍ ସେବା ମାଡ଼ିତଡ଼୍ ନୁ ଆଦିନ୍ ଗଟିନେ ଆଦ୍ତେ। 28 ଇଗେ ୱେସଡ଼୍ତେ ଶେଷ ନୁ ନାନେ ଦାନିୟେଲ୍, ନାୟାଦ୍ ଏର୍କେ ନାକିଂଙ୍କ୍ ୱେର୍ସ୍ପତେ ନୁ ନାୟାଦ୍ ମକମ୍ ମୁର୍ମୁରା ଆତ୍ତେ, ମାତର୍ ନାନେ ଇ ଗଟ୍ ନା ମାନ୍ତାଗ୍ ନେଃତାନ୍।"