1 ଇଦ୍ ସମୟତେ ମି ନାରୁଡ଼୍ ପିଲାକିଙ୍କ୍ ସାହାଯ୍ୟକାରୀଡ଼୍ ମୀଖାୟେଲ୍ ବେଡ଼ିୟ୍ ଅଦିପତି ନିତିତନ୍ ନୁ ନାରୁଡ଼୍ ନଗର୍ତେ ଦିନାମ୍ତାଗାଙ୍କ୍ ଆଦ୍ ସମୟ ଯାକ ବେଦ୍ ଲେକାମ୍ ସଙ୍କଟ୍ ସମୟ ବେସୁଙ୍କ୍ ଆୟ, ଇଦ୍ଲେକାମ୍ ବିପଦ୍ ସମୟ ହେଉଦ୍ତେ, ମେଣ୍ଡେ, ମି ନଗର୍ତେ ବେନ୍ ସାରେତଡ଼୍ ପେଦେରି ବହିତାଗ୍ ଲେକା ମାନ୍ତା, ଅଡ଼୍ ସାରେତଡ଼୍ ଆଦ୍ ସମୟତେ ଉଦ୍ଦାର୍ ଆଦ୍ତଡ଼୍। 2 ମେଣ୍ଡେ, ପୃତିବୀତେ ମାଣ୍ଡଲ୍ତାଗ୍ ବେନଡ଼୍ କାଇଲିତଡ଼୍, ଅଡ଼୍ଆଗାଙ୍କ୍ ନାର୍ଗେ ଜିଉଆସ୍ ତେଦିତଡ଼୍; ବେସ୍ତୁଡ଼୍ ଅନନ୍ତ ଜିୱୁଣ୍ଡ୍ ନୁ ବେସ୍ତଡ଼୍ ସିଗ୍ ନୁ ସାରେଦିନାମ୍ତେ କଷ୍ଟସେଙ୍ଗେ ବେସ୍କ୍ତଡ଼୍ ତେଦିତଡ଼୍। 3 ମେଣ୍ଡେ, ବେନଡ଼୍ ଜ୍ଞାନବାନ୍, ଅଡ଼୍ ମାବ୍ତାଗ୍ ୱେସ୍ ଲେକାମ୍ ନୁ ବେନଡ଼୍ ନାର୍ଗେନାରୁଡ଼୍କ୍ ଦର୍ମତେ ପାକେ ମାଲ୍ପି ତାତିତଡ଼୍, ଅଡ଼୍ ଉକାକିନ୍ ଲେକାମ୍ ସାରେ କାଲାମ୍ ଯାକ ୱେସ୍ଆଦ୍ତଡ଼୍। 4 ମାତର୍ ହୋ ଦାନିୟେଲ୍, ନିମେ ଶେଷକାଲ ଯାକ ଇଦ୍ ବାକ୍ୟସାରେ ବନ୍ଦମାଡ଼ି ନୁ ଇଦ୍ ବହିକିଙ୍କ୍ ସିଲ୍ ରେସ୍ ନେଃମ୍; ନାର୍ଗେ ଇକେଆକେ ଆର୍ପେ ଆଦ୍ତଡ଼୍ ନୁ ଜ୍ଞାନତେ ନାର୍ଗେଆଦ୍ତା।
5 ଆସୁଙ୍କ୍ ନାନେ ଦାନିୟେଲ୍ ଉଡ଼୍ତାନ୍, ମେଣ୍ଡେ ଉଡ଼େ, ୱେରେ ଇର୍ୱୁଡ଼୍ ନିସ୍ ମିନ୍ଦେଡ଼୍, ୱେରଣ୍ଡ୍ ବେଡ଼େମ୍ତେ ଇପାକେ ନୁ ମେଣ୍ଡେ ଅର୍ତୁଣ୍ଡ୍ ବେଡ଼େମ୍ତେ ଆପାକେ। 6 ମେଣ୍ଡେ, ପାଣ୍ଡ୍ରି ଚକେ କେର୍ତେନଣ୍ଡ୍ ନୁ ବେଡ଼େମ୍ ଏର୍ଦେ ପରୁ ମାନ୍ଦାନ୍ ବେନ୍ ନାରୁଣ୍ଡ୍, ଅଙ୍କ୍ ୱେରଣ୍ଡ୍ କେତ୍ତଣ୍ଡ୍, ଇୱୁସାରେ ଆଶ୍ଚର୍ଯ୍ୟ ବିଷୟତେ ଶେଷ ଯାକ ବେସ୍କ୍ ବର୍ଷ ଲାଗେମ୍ ଆଦ୍ତା ? 7 ଆସୁଙ୍କ୍ ନାନେ କେଞ୍ଜ୍ତାନ୍, ପାଣ୍ଡ୍ରି ଚକେ କେର୍ତେନଣ୍ଡ୍ ନୁ ବେଡ଼େମ୍ତେ ଏର୍ ପରୁ ନିତ୍ତେ ନାରୁଣ୍ଡ୍ ତାନ୍ ଦକ୍ଷିଣ ନୁ ତିନ୍ଦେକାଇ ସ୍ୱର୍ଗପାକେ ତେସ୍ ନିତାଲ୍ ବାଦ୍କାନ୍ ପେଦେର୍ତେ ପ୍ରମାଣ ମାଡ଼ି କେତ୍ତଣ୍ଡ୍, ଇଦ୍ ସାଢ଼େ ତିନି ୱାଡ଼୍ସାଯାକ ଆଦ୍ତେ; ମେଣ୍ଡେ, ଅଡ଼୍ ପବିତ୍ର ନାରୁଡ଼୍ ପରାକ୍ରମ ଉଃତାନାଦ୍ ଶେଷ ମାଡ଼୍ତଣ୍ଡ୍, ଇଦ୍ ସାରେ ବିଷୟତେ ପୁରା ଆଦ୍ତେ। 8 ମେଣ୍ଡେ, ନାନେ କେଞ୍ଜ୍ତାନ୍, ମାତର୍ ବୁଜେମ୍ ଆୟନ୍; ଆସୁଙ୍କ୍ ନାନେ କେତ୍ତାନ୍, ହୋ ନା ପ୍ରବୁ, ଇୱୁ ସାରେତେ ପରିଣାମ ବାତେ ଆଦ୍ତେ ?
9 ଆସୁଙ୍କ୍ ଅଣ୍ଡ୍ କେତ୍ତଣ୍ଡ୍, ହୋ ଦାନିୟେଲ୍, ନିମେ ନି ଆର୍ଦାଗ୍ ତାକେ; ବାତେଙ୍କ୍ଇତ୍କେ ଶେଷ କାଲାମ୍ ଯାକ ଇୱୁ ବାକ୍ୟସାରେ ବନ୍ଦ ନୁ ସିଲ୍ ଆସ୍ମିନ୍ଦେ। 10 ନାର୍ଗେ ନାରୁଡ଼୍ ନିକିଂଙ୍କ୍ ପରିଷ୍କାର୍ ନୁ ପାଣ୍ଡ୍ରି ମାଡ଼ିତଡ଼୍ ନୁ ପବିତ୍ର ଆଦ୍ତଡ଼୍; ମାତର୍ ଦୁଷ୍ଟନଡ଼୍ ଦୁଷ୍ଟକାମ୍ ମାଡ଼ିତଡ଼୍ ନୁ ଦୁଷ୍ଟନଡ଼୍ ଆଗାଙ୍କ୍ ବେନ ବୁଜେମ୍ ଆୟଡ଼୍; ମାତର୍ ଜ୍ଞନୀ ନାରୁଡ଼୍ ବୁଜେମ୍ ଆଦ୍ତଡ଼୍।
11 ମେଣ୍ଡେ, ବେନ୍ ସମୟତେ ନିତାଲ୍ତେ ପୁଜେ ତାଲି ତିଆର୍ ଆଦ୍ତେ ନୁ ନଷ୍ଟମାଡ଼ାନଡ଼୍ ପାସ୍କାନ୍ ଜିନିଷ୍ ଲେକାମ୍ ଆଦ୍ତେ, ଆଦ୍ ସମୟତାଗାଙ୍କ୍ ଏକ ହଜାର୍ ଦୁଇଶହ ନବେ ଦିନ୍ ଆଦ୍ତେ। 12 ବେନ୍ ନାରୁଡ଼୍ କେପି ମାନ୍ତ୍ତଣ୍ଡ୍ ନୁ ଏକ ହଜାର୍ ତିନିଶହ ପଞ୍ଚତିରିଶ୍ ଦିନ୍ଯାକ ମାନ୍ତଣ୍ଡ୍, ଅଣ୍ଡ୍ ଦନ୍ୟ। 13 ମାତର୍ ଶେଷକାଲାମ୍ ଯାକ ନିମେ ନିଜର୍ ଆର୍ଦାଗ୍ ତାକାଟ୍; ବାତେଙ୍କ୍ଇତ୍କେ ନିମେ ରମିତିନ୍ ନୁ କାଲାମ୍ତେ ଶେଷତେ ନିଜେତ୍ ଅଦିକାର୍ତେ ନିତ୍ତିନ୍।