ବଇ ନୁ ମେକାଗଲାଲ୍
1 ସିଂହାସନ୍ତାଗ୍ ମାନ୍ଦାନ୍ ନାରୁଣ୍ଡ୍ତେ ତିନ୍ଦେ କାୟ୍ଦାଗ୍ ନାନେ ୱେରଡ଼୍ ବଇ ଉଡ଼୍ତାନ୍; ତାନ୍ ରେଣ୍ଡ୍ ପାକା ଲେକା ଆଶ୍ମାତ୍ତେ ନୁ ସାତ୍ଟାନ୍ ସିଲ୍ତଡ଼୍ ଆଦ୍ ଲେକା ଆସ୍ମାତ୍ତେ । 2 ମେଣ୍ଡେ ନାନେ ଉଡ଼୍ତାନ୍, ୱେରଣ୍ଡ୍ ମହାପରାକ୍ରାନ୍ତ ସ୍ୱର୍ଗଦୂତ ଗାଟି ଲେଙ୍ଗ୍ତେ କେସ ମାନ୍ନୁଣ୍ଡ୍, "ସିଲ୍କିଙ୍କ୍ ଉୱୁସ୍ ଇଦ୍ ବଇତିଙ୍କ୍ ଟେଣ୍ଡାନଙ୍କ୍ ବେନ ଯୋଗ୍ୟ ନାରୁଣ୍ଡ୍ ମାତ୍କେ, ପେଇସ୍ ୱାଡ଼ିଣ୍ଡ୍ ।"