1 ଯିରିମୀୟନ୍ ମକମ୍ଇସ୍ ଆ ସଦାପ୍ରବୁନ୍ ବାକ୍ୟ ଲେକାମ୍ ପାରସ୍ୟ ରାଜାଲ୍ କୋରସ୍ ରାଜତ୍ୱତେ ପ୍ରଥମ ୱାଡ଼୍ସେତେ ସଦାପ୍ରବୁ ପାରସ୍ୟ ରାଜାଲ୍ କୋରସ୍ତେ ମନ୍ଦାଗ୍ ଗଟ୍ କେସୱାନାକେ, ଅଣ୍ଡ ନିଜର ରାଜ୍ୟତେ ସାରେ ଆଦେଶ୍ ମାଡ଼୍ତଣ୍ଡ୍, ମେଣ୍ଡେ ଲେକ୍ନାମାଡ଼ି ଇ ଗଟି ପ୍ରଚାର ମାଡ଼୍ତଣ୍ଡ୍, 2 "ପାରସ୍ୟତେ ରାଜାଲ୍ କୋରସ୍ ଇଲା କେଲ୍ନଣ୍ଡ୍, ସଦାପ୍ରବୁ ସ୍ୱର୍ଗତେ ପରମେଶ୍ୱର, ପୃଥିବୀତେ ସାରେ ରାଜ୍ୟ ମାକିଙ୍କ୍ ଇସ୍ ମିନ୍ଦେଣ୍ଡ୍; ମେଣ୍ଡେ, ଅଣ୍ଡ ଯିହୁଦା ଦେଶ୍ତେ ଯିରୁଶାଲମତାଗ୍ ଅନ୍ ମାଇଦିଙ୍କ୍ ପ୍ରାର୍ତନା ଲନ୍ ତିଆର୍ ମାଡ଼ାନଙ୍କ୍ ମାକିଙ୍କ୍ କେସ୍ ମିନ୍ଦେଣ୍ଡ୍। 3 ଅଡ଼୍ ସାରେ ନାରୁଡ଼ାଗାଙ୍କ୍ ମି ବେନ୍ଆୟି, ଅନ୍ ପରମେଶ୍ୱର ଅନ୍ତଡ଼୍ ଆୟିଣ୍ଡ୍ ନୁ ଅଣ୍ଡ ଯିହୁଦା ଦେଶତେ ଯିରୁଶାଲମତାକ୍ ଆଞ୍ଜ ସଦାପ୍ରବୁ ଇସ୍ରାଏଲତେ ପରମେଶ୍ୱରତେ ଯିରୁଶାଲମତେ ପ୍ରାର୍ତନା ଲନ୍ ତିଆର୍ ମାଡ଼ିଣ୍ଡ୍; ଅଣ୍ଡ୍ ପରମେଶ୍ୱର ଆଦ୍ତଣ୍ଡ୍। 4 ମେଣ୍ଡେ, ବେନ୍ ଆୟି ବେନ୍ଆୟି ପଡ଼ିୟେତାଗ୍ ମାଞ୍ଜ ନେଙ୍ଗ ମିନ୍ଦେଣ୍ଡ୍, ଅନାଦ୍ ଆ ପଡ଼ିୟେ ନାରୁଡ଼୍ ପରମେଶ୍ୱର ଯିରୁଶାଲମତେ ଲତ୍ତେ ମାଇଦିଙ୍କ୍ ନିଜେତ୍ ଇଚ୍ଛାତେ ଇସ୍ମାନ୍ଦାନ୍ ନୈବେଦ୍ୟ ୱିଡ଼୍ସି ରୁପା ନୁ ସୁନା, ନାର୍ଗେ ପ୍ରକାର୍ ସାମାନ୍ ନୁ ପଶୁ ଇସ୍ ଅନ୍ ସାହାଯ୍ୟ ମାଡ଼ିଣ୍ଡ୍।"
5 ଆସୁଙ୍କ୍ ଯିହୁଦା ନୁ ବିନ୍ୟାମିନ୍ତେ ଆନିଦାଦିଡ଼୍ ପିଲୁଡ଼୍ତେ ବାଡ଼ିୟଡ଼୍, ମେଣ୍ଡେ ଯାଜକିଡ଼୍ ନୁ ଲେବିୟଡ଼୍, ଇତ୍କେ, ସଦାପ୍ରବୁନ୍ ଯିରୁଶାଲମ୍ ପ୍ରାର୍ତନା ଲନ୍ ତିଆର୍ ମାଡ଼ି ଆଦାନ୍ ମାଇଦିଙ୍କ୍ ପରମେଶ୍ୱର ବେନ୍ ସାରେତଡ଼୍ ଗଟ୍ ଇସ୍ମାତଣ୍ଡ୍, ଅଡ଼୍ ତେଦ୍ତଡ଼୍। 6 ମେଣ୍ଡେ, ନିଜର୍ ଇଚ୍ଛାତାୱୁ ସାମାନ୍ ୱିଡ଼୍ସି ଅଡ଼୍କିଂଙ୍କ୍ ତିଡ଼ିୟ୍ପାକାତେ ନାରୁଡ଼୍ ସାରେତଡ଼୍ ରୁପା ଗିନେ, ସୁନା, ନାର୍ଗେ ଲେକାମ୍ ସାମାନ୍, ପଶୁ ନୁ ନାର୍ଗେ ଦାମିନ୍ ସାମାନ୍ ଇସ୍ ଅଡ଼୍ କାଇ ଡ଼ୁଟାଙ୍କ୍ ମାଡ଼୍ତଡ଼୍।
7 ମେଣ୍ଡେ, ନବୂଖଦ୍ନିତ୍ସତେ ସଦାପ୍ରବୁନ୍ ଲତ୍ତେ ବେନ୍ସାରେ ଗିନେ ଯିରୁଶାଲମକନ୍ ତାସ୍ ନିଜର ଦେୟାମ୍ ମନ୍ଦିର୍ତାଗ୍ ନେଃସ୍ମାତ୍ତଣ୍ଡ୍, କୋରସ୍ ରାଜା ଆୱୁସାରେ ପେସ୍ପିତାତ୍ତଣ୍ଡ୍। 8 ପାରସ୍ୟତେ ରାଜାଲ୍ କୋରସ୍ କୋଷାଧ୍ୟକ୍ଷ ମିତ୍ରଦାତାନ୍ କାଇତଡ଼୍ ଆୱୁସାରେ ପେସ୍ପିତାସ୍ ଯିହୁଦାତେ ଅଦିପତି ଶେଶବସର୍ତିଙ୍କ୍ ୱାଡ଼୍ସେତିଙ୍କ୍ ଲେକି ଇତ୍ତଣ୍ଡ୍। 9 ଆ ସାମାନ୍ତେ ସଂକ୍ୟା ଇୱୁ; ତିରିଶ ସୁନା ତାଲି, ଏକ ହଜାର୍ ରୂପା ତାଲି, ଅଣତିରିଶ ସୁର୍; 10 ତିରିଶ ସୁନା ତିନ୍ଦାନ୍ ଉନ୍ଦାନ୍ ଗିନେ, ଚାରି ଶହ ଦଶ ରୁପା ନାଡ଼୍ମେତ୍ ତିନ୍ଦାନ୍ ଉନ୍ଦାନ୍ ଗିନେ, ମେଣ୍ଡେ ଏକ ହଜାର୍ ୱେର୍ ୱେର୍ତାୱୁ ଗିନେ, 11 ସାରେ ପାଞ୍ଚ ହଜାର୍ ଚାରି ଶହ ସୁନା ନୁ ରୁପା ଗିନେ ମାତ୍ତା; ବନ୍ଦି ନାରୁଡ଼୍ ବାବିଲ୍କନ୍ ଯିରୁଶାଲମ୍ତିଙ୍କ୍ ତାତାନ୍ ସମୟତେ ଶେଶବସର ୱାଡ଼୍ସେତେ ଇୱୁ ସାରେ ସାମାନ୍ ତାତ୍ତଣ୍ଡ୍।