13 ହୋ ଦାଦାନଡ଼ି ନୁ ହେଲାସ୍କ୍ ନାନ୍ ଇଞ୍ଜେ ଆଇନା ଆଦ୍ ପଡ଼ିୟେତାଗ୍ ଏୱନ୍ । ବାତେଙ୍କ୍ଇତ୍କେ ୱେରଡ଼୍ ପାଡ଼ିୟିଦାଗ୍ ନାନ୍ ବିନଷ୍ଟ ମାତ୍ତାନ୍; ପେର୍କେ ୱିଡ଼୍ସି ୱାସ୍ମାନ୍ଦାନ୍ ବିଷୟକିଙ୍କ୍ ମାର୍ଙ୍ଗି, ମୁନେମାନ୍ଦାନ୍ ବିଷୟକିଙ୍କ୍ ଦର୍ସିକି ଆଦାନ୍ ସେଙ୍ଗେ ସେନେକ୍ ମାନକଟ୍ ଆଲ୍ସି ମାଡ଼ୁତାନ୍ । 14 ଆଦିଙ୍କ୍ କ୍ରିଷ୍ଟ ଜିସୁନ୍ ତୋଡ଼୍ତନ୍ ବେନ୍ ସ୍ୱର୍ଗିୟ ଜିୱୁନ୍ ଲାବ୍ ମାଡ଼ାନ୍ ସେଙ୍ଗେ ଇଶ୍ୱର୍ ନାକିଂଙ୍କ୍ କାର୍ଙ୍କ୍ ତନ୍ ଆଦ୍ ପୁରସ୍କାର୍ ସେଙ୍ଗେ କଣ୍ଡେ ୱାଟି ନାନ୍ ମେଲ୍ତା ପଡ଼ିୟେତାଗ୍ ମିର୍ତାନ୍ ।