1 ତାନ୍ପେର୍କେ ସଦାପ୍ରବୁ ମୋଶାଙ୍କ୍ କେତ୍ତଣ୍ଡ୍, "ମିଡ଼୍ ଫାରୋନ୍ ଗାରେ ଆନୁଟ୍; ବାତେଙ୍କ୍ଇତ୍କେ ମାମ୍ ବେଲା ନାରୁଡ଼୍ ଲପେ ଇଦ୍ ସାରେ ବାକ୍ୱା ପାଡ଼ିୟ୍ ତତିତମ୍, 2 ମେଣ୍ଡେ, ମାମ୍ ମିସ୍ରିୟନଡ଼୍ ପରୁ ବାତେ ବାତେ ମାଡ଼ିମିନ୍ଦେମ୍ ନୁ ଅଡ଼୍ଲପେଙ୍କ୍ ନିଜର୍ ବାକ୍ୱା ପାଡ଼ିୟ୍ ଲେକ୍ତାଦ୍ ବେନ୍ ବେନା ପାଡ଼ିୟି ମାଡ଼ିମିନ୍ଦେମ୍, ଆୱୁ ସାରେ ବୁସା ମିଡ଼୍ ବେଲା ନିଜେତ୍ ମାର୍ ନୁ ନାତିଡ଼୍ କେୱୁଦାଗ୍ କେତିତିନ୍, ମେଣ୍ଡେ, ମାମ୍ମେ ଯେ ସଦାପ୍ରବୁ ଇଞ୍ଜ ବେଲା ପୁନ୍ତିଡ଼୍, ଇଦିନ୍ ମାଇଦିଙ୍କ୍ ମାମ୍ମେ ଫାରୋ ନୁ ତାନ୍ ଦାସନଡ଼୍ ହୃଦୟ ଢ଼ାଟାମ୍ ମାଡ଼୍ତମ୍।" 3 ଆସୁଟ୍ ମୋଶାଲ୍ ନୁ ହାରୋଣ ଫାରୋନ୍ ଗାରେ ଆଞ୍ଜ କେତ୍ତଣ୍ଡ୍, "ଏବ୍ରିୟନଡ଼୍ ସଦାପ୍ରବୁ ପରମେଶ୍ୱର କେତିତଣ୍ଡ୍, ନିମେ ମା ତଡ଼୍ ନମ୍ର ଆଦାନଙ୍କ୍ ବେସ୍କ୍ ଦିନା ମାନ୍ତିନ୍ ମାଡ଼ିତିଡ଼୍ ? ମା ସେବା ମାଡ଼ାନ୍ ମାଇଦିଙ୍କ୍ ମା ନାରୁଡ଼୍କିଙ୍କ୍ ଆଦାନଙ୍କ୍ ଇମ୍। 4 ମାତର୍ ଯଦି ନା ନାରୁଡ଼୍କିଙ୍କ୍ ଆଦାନଙ୍କ୍ ମନା ମାଡ଼ିତିନ୍, ଆଲେକେ ଉଡ଼େ, ମାମ୍ମେ ୱାଦାନ୍ ଦିନେ ମି ଅଞ୍ଚଲ୍ତାକ୍ ଇଟେକ୍ ତାତିତମ୍। 5 ଅଡ଼୍ ବୁମ୍ଦେ ଇଦ୍ଲେକାମ୍ କୁଦିତା ଯେ, ବେନ୍ ଆଦିଙ୍କ୍ ଉଡ଼ାନଙ୍କ୍ ପାର୍ୱଡ଼୍, ମେଣ୍ଡେ, ଆଦୁର୍ ଗାଡାନ୍ ୱାର୍ସାମ୍ତେ ନେଃମାନ୍ଦାନ୍ ନୁ ଇଦ୍ଲେକାମ୍ ବାତେ ଆୟି ବାତେ ଆୟି ମିୟାଦ୍ ମିନ୍ଦେ, ଆୱୁ ତିନ୍ତା, ମେଣ୍ଡେ, ମି ୱାୟେତାଗ୍ ସାରେ ପଦ୍ଲା ତିନ୍ଦ୍ତା। 6 ମେଣ୍ଡେ, ଅଡ଼୍ ତଡ଼୍ ମିୟାଦ୍ ଲନ୍, ମିଇ ଦାସନଡ଼୍ ଲନ୍ ନୁ ସାରେ ମିସ୍ରିୟନଡ଼୍ ଲନ୍ ନିଣ୍ଡି ଆଦ୍ତେ; ଇ ଦେଶତାଗ୍ ମିଇ ଆନିଦାଦିଡ଼୍ ନୁ ଅଡ଼୍ ଆନିଦାଦିଡ଼୍ ଜନ୍ମକନ୍ ନେଣ୍ଡ୍ ଆୟିନା ବେସୁଙ୍କ୍ ଇଦ୍ଲେକାମ୍ ତନ୍ଦ।" ଆସୁଙ୍କ୍ ମୋଶାଲ୍ ମକମ୍ ମାଲ୍ପି ଫାରୋନ୍ ଗାରେ ପେଇସ୍ ଆତ୍ତଣ୍ଡ୍।
7 ତାନ୍ପେର୍କେ ଫାରୋନ୍ ଦାସନଡ଼୍ ଅକିଙ୍କ୍ କେତ୍ତଡ଼୍, "ଇ ନାରୁନି ବେସ୍କ୍ କାଲାମ୍ ମା ଉଡ଼ିୟି ଇନା ଆସ୍ ମାନ୍ନ୍ତିନ୍ ?" ଇ ନାରୁଡ଼୍ ସଦାପ୍ରବୁ ପରମେଶ୍ୱରଦେ ସେବା ମାଡ଼ାନ୍ ମାଇଦିଙ୍କ୍ ଇଡ଼୍କିଙ୍କ୍ ଆଦାନଙ୍କ୍ ଇମ୍; ମିସର୍ ଦେଶ ଯେ ନଷ୍ଟ ଆଦୁତେ, ଇଦି ବାତେ ନିମେ ଇଞ୍ଜେ ଆୟିନା ବାତେ ବୁଜେମ୍ ଆୟ୍ୱିନ୍ ?
8 ଆସୁଟ୍ ମୋଶାଲ୍ ନୁ ହାରୋଣ ମେଣ୍ଡନ୍ଦାମ୍ ଫାରୋନ୍ ପାକେ ତାତ୍ତାଙ୍କ୍, ଅଣ୍ଡ୍ ଅଡ଼୍କିଙ୍କ୍ କେତ୍ତଣ୍ଡ୍, "ଆନୁଟ୍, ମି ସଦାପ୍ରବୁ ପରମେଶ୍ୱରଦେ ସେବା ମାଡ଼ାଟ୍; ମାତର୍ ବେନ ବେନ ଆଦ୍ତିଡ଼୍ ?"
9 ଆସୁଟ୍ ମୋଶାଲ୍ କେତ୍ତଣ୍ଡ୍, "ମାମ୍ମେ ନିଜର୍ ନିଜର୍ ପେକଡ଼୍ ନୁ ପେଦ୍ୱାଲଡ଼୍ ସାରେତଡ଼୍ ସାଙ୍ଗେ ଅଦ୍ତମ୍ ନୁ ନିଜେ ନିଜେ ମାର୍ ମାୟାସ୍କିଙ୍କ୍, ମେଣ୍ଡେ, ମେକା ଗଡ୍ ମାନ୍ଦେ ମିକା ସାଙ୍ଗେତେ ଅଦ୍ତମ୍, ବେଲାକି ସଦାପ୍ରବୁନ୍ ଉଦ୍ଦେଶ୍ୟତେ ମାମ୍ ପାଣ୍ଡୁମ୍ ମାଡ଼୍ୱେୟିତିତ୍।"
10 ଆସୁଟ୍ ଫାରୋ ଅଡ଼୍କିଙ୍କ୍ କେତ୍ତଣ୍ଡ୍, "ଆୟି, ସଦାପ୍ରବୁ ମିଇ ତଡ଼୍ଦେନଣ୍ଡ୍ ଆୟିଣ୍ଡ୍, ମାମେ ତ ମିକିଙ୍କ୍ ନୁ ମିଇ ପେକଡ଼୍କିଙ୍କ୍ ଆଦାନଙ୍କ୍ ଇଦ୍ତମ୍; ସାବ୍ଦାନ୍, କାରାପ୍ଦିନ୍, ମିଇ ମୁନେ ମିନ୍ଦେ। 11 ଇଦ୍ଲେକାମ୍ ଆୟ, ମିଡ଼୍ ବେସ୍କ୍ତୁଡ଼୍ ମାନେୟିନଡ଼୍ ମିନ୍ଦେଡ଼ି, ଆନୁଟ୍, ସଦାପ୍ରବୁନ୍ ସେବା ମାଡ଼ାଟ୍; ବାତେଙ୍କ୍ଇତ୍କେ ଇଦ୍ ଏକେ ମିଡ଼୍ ଇଚ୍ଛା ମାଡ଼ୁତିଡ଼୍।" ତାନ୍ପେର୍କେ ଅଡ଼୍ ଫାରୋନାଗାଙ୍କ୍ ତଲିତ୍ତଡ଼୍।
12 ତାନ୍ପେର୍କେ ସଦାପ୍ରବୁ ମୋଶାଙ୍କ୍ କେତ୍ତଣ୍ଡ୍, "ନିମେ ଇଟେକ୍କିନ୍ ମାଇଦିଙ୍କ୍ ମିସର୍ ଦେଶତେ ପର ନିୟାଦ୍ କାଇଆମ୍, ଆସୁଟ୍ ଅଡ଼୍ ମିସର୍ ଦେଶ୍କନ୍ ୱାସ୍ ଆଦୁର୍ ଗାଡାନ୍ ୱାସାମ୍ତେ ବୂମ୍ଦେ କୁସିର୍ ଗାଡ଼୍ ସାରେ ତିନ୍ତା।" 13 ଆସୁଟ୍ ମୋଶାଲ୍ ମିସର୍ ଦେଶତେ ପର ନିଜେତ୍ ଡ଼ୁଡ଼୍ ଏସ ୱାନାକେ, ସଦାପ୍ରବୁ ଆଦ୍ ସାରା ନାର୍କାପାଲ୍ଲି ଦେଶ୍ତାଗ୍ ମୁନ୍କନ୍ ଗାଲ୍ ରତ୍ତଣ୍ଡ୍; ନାର୍କୁକ୍ ଆତ୍ତାଙ୍କ୍ ପଡ଼ଦ୍ ପେଇତାନ୍ ପାକେତ୍ ଗାଲ୍ଦଡ଼୍ ଇଟେକ୍ ୱାସ୍ ୱେୟୁଦୁତା। 14 ଆସୁଟ୍ ସାରା ମିସର୍ ଦେଶ୍ତାଗ୍ ଇଟେକ୍ ଏକାମ୍ ଆତ୍ତା, ମିସର୍ତେ ସାରେ ଅଞ୍ଚଳତାଗ୍ ଇଟେକ୍ ରାଇତା; ଆୱୁ ଉଡ଼୍କେ ୱେର୍ ୱେସ୍ତେଲେକ୍ ପିନା ମାତ୍ତା; ଇଦ୍ ଲେକାମ୍ ଇଟେକ୍ ମୁନେଙ୍କ୍ ବେସୁଙ୍କ୍ ବା ଆୟିୱେ ମାତ୍ତେ, କି ମେଣ୍ଡେ ବେସୁଙ୍କ୍ ଆୟ। 15 ଆୱୁ ସାରେ ବୁମ୍ଦାଗ୍ ୱେସି ଆତ୍ତା ନୁ ଅଡ଼୍ତଡ଼୍ ଦେଶ୍ସାରେ ଇକାଡ଼୍ ଆତ୍ତେ, ବୁମ୍ଦେ ବେନେ ଗାଡ଼୍ ନୁ ମାଡ଼୍ତେ ଯେ କାୟା ଆଦୁର୍ ଗାଡ଼ାନ୍ ୱାର୍ସାମ୍ତେ ରକ୍ଷା ପାହେମ୍ ଆସ୍ମାତ୍ତେ; ଆସୁଟ୍ ସାରା ମିସର୍ ଦେଶ୍ତାଗ୍ ବେନ୍ବା ମାଡ଼େ କି ୱାୟେତେ କୁସିର୍ ଗାଡ଼୍ ମେଣ୍ଡେ ବାତ୍ତେ ଇଲ୍ୱେ ମାତ୍ତା। 16 ଆସୁଟ୍ ଫାରୋ ଜାପେ ମୋଶାଙ୍କ୍ ନୁ ହାରୋଣତିଙ୍କ୍ କାର୍ଙ୍ଗି କେତ୍ତଡ଼୍, "ମାମ୍ ମିଇ ସଦାପ୍ରବୁ ପରମେଶ୍ୱରଦେ ନୁ ମିଇ ବିରୁଦ୍ଧ୍ତେ ପାପ୍ ମାଡ଼ିମିନ୍ଦେମ୍। 17 ବିନୟ ମାଡ଼ୁତମ୍, ମାତର୍ ଇଦ୍ ଅଣ୍ଡୟ୍ଦାମ୍ ମାୟାଦ୍ ପାପ୍ କ୍ଷମାମାଡ଼ି ମାୟାଗାଙ୍କ୍ ଇଦ୍ ଲେକାମ୍ ଡଲତାୱୁ ଦୂର୍ ମାଡ଼ାନ୍ ମାଇଦିଙ୍କ୍ ମିଇ ସଦାପ୍ରବୁ ପରମେଶ୍ୱରଦେ ଗାରେ ପ୍ରାର୍ତନା ମାଡ଼ାଟ୍।" 18 ଆସୁଟ୍ ଅଣ୍ଡ୍ ଫାରୋନ୍ ନାଗାଙ୍କ୍ ଆଞ୍ଜ୍ ସଦାପ୍ରବୁନ୍ ଗାରେ ପ୍ରାର୍ତନା ମାଡ଼ୱାନାକେ, 19 ସଦାପ୍ରବୁ ନାର୍ଗେ ପଡ଼ଦ୍ଡ଼ିଗୁଡ଼୍ ଗାଲ୍ ରୟିସ୍ ଦେଶତାଗ୍ ଇଟେକ୍କିଙ୍କ୍ ତେସ୍ଅସ୍ ସୂଫ ସାଗର୍ତାଗ୍ ଏସ୍ତଣ୍ଡ୍; ଆସୁଙ୍କ୍ ମିସରତେ ବେନ୍ ଅଞ୍ଚଳତାଗ୍ ଅଣ୍ଡୟ୍ ବା ଇଟେମ୍ ମାନ ଆତ୍ତା । 20 ମାତର୍ ସଦାପ୍ରବୁ ଫାରୋନ୍ ହୃଦୟତିଙ୍କ୍ ଢ଼ାଟୁଙ୍କ୍ ମାଡ଼୍ତଣ୍ଡ୍, ମେଣ୍ଡେ, ଅଣ୍ଡ୍ ଇସ୍ରାଏଲତେ ନାରୁଡ଼୍କିଙ୍କ୍ ୱିଡ଼୍ସିଇୱଣ୍ଡ୍ ଆତ୍ତଣ୍ଡ୍ ।
21 ମେଣ୍ଡେ ସଦାପ୍ରବୁ ମୋଶାଙ୍କ୍ କେତ୍ତଣ୍ଡ୍, "ନିମେ ମାବ୍ତେ ପାକେ କାଇଆମ୍; ଆସୁଟ୍ ମିସର୍ ଦେଶତାଗ୍ ହିକାଡ଼୍ ଆଦ୍ତେ ନୁ ହିକାଡ଼୍ତେ ମାଇଦିଙ୍କ୍ ନାରୁଡ଼୍ ମେର୍ସ୍କି ଆଦ୍ତଡ଼୍ ।" 22 ତାନ୍ପେର୍କେ ମୋଶାଲ୍ ମାବ୍ତେ ପାକେ କାଇଆସ୍ ୱାନାକେ, ମୁଣ୍ଡ୍ ଦିନାଯାକ ମିସର୍ ଦେଶତେ ସାରା ଇଦ୍ଲେକାମ୍ ଇକାଡ଼୍ ଆତ୍ତେ ଯେ, ବେନ ଉଡ଼ାନଙ୍କ୍ ପାର୍ୱଡ଼୍ ଆତ୍ତଡ଼୍। 23 ନୁ ମୁଣ୍ଡ୍ ଦିନା ଜାକ ବେନ୍ ନିଜର ପଡ଼୍ୟି ତାଗାଙ୍କ୍ ତେଦାଙ୍କ୍ ପାର୍ୱଡ଼୍ ଆତ୍ତଡ଼୍, ମାତର୍ ଇସ୍ରାଏଲତେ ପିଲାକିନ୍ ମାନ୍ଦାନ୍ ପଡ଼ିୟେ ୱେଇସ୍ ମାତ୍ତା।
24 ଆସୁଟ୍ ଫାରୋ ମୋଶାଙ୍କ୍ କାର୍ଙ୍ଗି କେତ୍ତଣ୍ଡ୍, "ମିଡ଼୍ ସଦାପ୍ରବୁନ୍ ସେବା ମାଡ଼ାନଙ୍କ୍ ଆନୁଟ୍; ମାତର୍ ମିଇ ମେକା ଗଡ୍କ୍ ମାନ୍ଦାନ୍ ଗୁଡ଼ୁସା ମାନି; ମିଇ ପେକଡ଼୍ ଆନ୍ତେ ଆନିଡ଼୍।"
25 ଆସୁଟ୍ ମୋଶାଲ୍ କେତ୍ତଣ୍ଡ୍, "ମାମ୍ ମିଇ ସଦାପ୍ରବୁ ପରମେଶ୍ୱରଦେ ଉଦ୍ଦେଶ୍ୟତେ ବେନ୍ ପୁଜେ ନୁ ଦୁପାମ୍ ବେଦି ସାମାନ୍ ବଲିଦାନ୍ ମାଡ଼ିକାଡ଼୍, ଆଦ୍ ଆନ୍ତେ ମାନ୍ କାଇଦାଗ୍ ମିକିଙ୍କ୍ ଇଦାନଙ୍କ୍ ଆଦ୍ତେ। 26 ମା ପଶୁକି ମାତଡ଼୍ ଆଦ୍ତା, ଅଣ୍ଡୟ୍ ପିଲେବା ମାନ; ବାତେଙ୍କ୍ଇତ୍କେ ମାନ୍ ସଦାପ୍ରବୁ ପରମେଶ୍ୱରଦେ ସେବା ମାଇଦିଙ୍କ୍ ମାନ୍ ମାୟିଦିଙ୍କ୍ ଅଡ଼୍ ଲପେଙ୍କ୍ ବଳି ଅଦାନଙ୍କ୍ ଆଦ୍ତେ ; ମେଣ୍ଡେ, ବାତ୍ତେ ଇସ୍ ସଦାପ୍ରବୁନ୍ ସେବା ମାଡ଼ାନଙ୍କ୍ ଆଦ୍ତେ, ଆଦ୍ ଆଗେ ଇଲକଟ୍ ମାତ୍ତେ, ମାମେ ପୁନ୍ଦେପାର୍ୱମ୍ ଆଦ୍ତମ୍।"
27 ମାତର୍ ସଦାପ୍ରବୁ ଫାରୋନ୍ ହୃଦ୍ୟତିଙ୍କ୍ ଢ଼ାଟୁଙ୍କ୍ ମାଡ଼ତଣ୍ଡ୍, ମେଣ୍ଡେ, ଅଣ୍ଡ୍ ଅଡ଼୍କିଙ୍କ୍ ଆଦାନଙ୍କ୍ ସେଙ୍ଗେ ମାନ୍ ଆୟଣ୍ଡ୍ ଆତ୍ତଣ୍ଡ୍ । 28 ଆଦିଙ୍କ୍ ଫାରୋ ଅକିଙ୍କ୍ କେତ୍ତଣ୍ଡ୍, "ମାୟାଗାଙ୍କ୍ ଜେକେ ଆୟିମ୍, ନିଜର୍ ବିଷୟତେ ସାବଦାନ୍ ଆୟିମୁଟ୍, ମାୟାଦ୍ ମକମ୍ ମେଣ୍ଡେ ବେସୁଙ୍କ୍ ବା ଉଡ଼୍ମାଟ୍, ବେନ୍ଦିନେ ମାୟାଦ୍ ମକମ୍ ଉଡ଼ିତିଡ଼୍, ଆଦ୍ ଦିନେ ଡଲିତିଡ଼୍। 29 ଆସୁଟ୍ ମୋଶାଙ୍କ୍ କେତ୍ତଣ୍ଡ୍, ନିମେ ଲେକେତ୍ କେତ୍ତି,ନାନ୍ ମେଣ୍ଡେ ବେସୁଙ୍କୁ ନିଜର ମକମ୍ ତୱଅନ୍।"