1 ଅନନ୍ତ ଅଡ଼୍ ଏଲିମ୍ତାଗ ଆତ୍ତଡ଼୍, ମେଣ୍ଡେ ମିସର୍ ଦେଶ ୱିଡ଼୍ସୱାନାକେ ଦ୍ୱିତିୟ ନେଲ୍ଞ୍ଜ୍ ପନ୍ଦର ଦିନେତେ ଇସ୍ରାଏଲତେ ମାର୍କକିଡ଼୍ ସାରେ ମଣ୍ଡଲି ଏଲିମ୍ ନୁ ସିନୟର୍ତେ ନାଡ଼୍ମେ ସିନ୍ ଆଞ୍ଚିନା ଏୱୁତଡ଼୍। 2 ଆସୱେଲେ ଇସ୍ରାଏଲତେ ମାର୍କକିଡ଼ାଗାଙ୍କ୍ ସାରେ ମଣ୍ଡଲି ମୋଶାନ୍ ନୁ ହାରୋଣତେ ବିରୁଦ୍ଧତେ ଆଞ୍ଚିନାଗ୍ ପାସ୍କତଡ଼୍। 3 ମେଣ୍ଡେ ଇସ୍ରାଏଲତେ ନାରୁଡ଼୍ ଅଡ଼୍କିଙ୍କ୍ କେତ୍ତଡ଼୍, ହାୟ, .ହାୟ, ମାମ୍ ବେସୁଙ୍କ୍ ଆୱୁଙ୍ଗ୍ କୁଣ୍ଡେତ୍ ଗାରେ କୁଦି ପାଞ୍ଜ୍ନା ଯାକ ତିଞ୍ଜମାତ୍ତମ୍, ଆସୁଙ୍କ୍ ଯଦି ମାମ୍ ମିସର୍ ଦେଶତେ ସଦାପ୍ରବୁନ୍ କାଇଦେ ଡଲେମ୍। ମିଡ଼୍ ଇ ସାରେ ମଣ୍ଡଲିକିଙ୍କ୍ କାର୍ୱିନ୍ ଡଲାନଙ୍କ୍ ମାଇଦିଙ୍କ୍ ପେସ୍ପିସ୍ ଇ ମେଟେ ଆଞ୍ଚିନାଗ୍ ତାସ୍ମିନ୍ଦେଡ଼ି। 4 ଆସୁଟ୍ ସଦାପ୍ରବୁ ମୋଶାଙ୍କ୍ କେତ୍ତଣ୍ଡ ଉଡ଼ାଟ୍, ମାମ୍ ମିଇ ମାଇଦିଙ୍କ୍ ଆକାଶତାଗାଙ୍କ ତିନ୍ଦାନ୍ ଉନ୍ଦାନ୍ ମାଇଦିଙ୍କ୍ ୱାର୍ସାମ୍ ମାଡ଼ିକାଡ଼୍, ମେଣ୍ତେ ନାରୁଡ଼୍ ବାଇଦେ ଆଞ୍ଜ୍ ସାରେଦିନା ଦିନ୍ତେ ସାମାନ୍ ଆଦାନ୍ ଅନୁସାର୍ତେ କାଦି ଗୁଡ଼୍ପିତିଡ଼୍; ଆସୁଟ୍ ଅଡ଼୍ ମା ନିୟମ୍ତେ ଚାଲେମ୍ ଆଦ୍ତଡ଼୍ କି ଇଲ୍ଲେ, ମାମେ ଅଡ଼୍ ଇଦ୍ ପରିକ୍ଷା ଅଦିକାଡ଼୍। 5 ଆରୁଦିନାତେ ଅଡ଼୍ ବାତ୍ତେ ତାତିତଡ଼୍, ଆଦ୍ ଆଟ୍ତଡ଼୍ ନିତାଲ୍ ନିତାଲ୍ ବାତ୍ତେ ଗୁଡ଼୍ପିତଡ଼୍ ଆଦ୍ ରେଣ୍ଡ୍ଗୁଣ ଆଦ୍ତେ। 6 ତାନ୍ପେର୍କେ ମୋଶାଲ୍ ନୁ ହାରୋଣ ଇସ୍ରାଏଲତେ ମାର୍କକିଡ଼୍କିଙ୍କ୍ କେତ୍ତଣ୍ଡ୍, ସଦାପ୍ରବୁ ହେ ମିକିଙ୍କ୍ ମିସରତାଗାଙ୍କ୍ ପେସ୍ପିତାତ୍ତଣ୍ଡ୍ ଇଦି ମିଡ଼୍ ମୁଲ୍ପୁଟ୍ ପୁନ୍ତ୍ତିଡ଼୍। 7 ମେଣ୍ଡେ ର୍ନାକୁକେ ସଦାପ୍ରବୁନ୍ ଗୌରବ୍ ଉଡ଼ିତିଡ଼୍; ବେଲାକି ସଦାପ୍ରବୁନ୍ ବିରୁଦ୍ଧତେ ମିଡ଼୍ କେତାନାଦ୍ କେଞ୍ଜିତଣ୍ଡ୍, ମାମ୍ ବେନଡ଼୍ ଯେ, ମିଡ଼୍ ମା ବିରୁଦ୍ଧତେ କେତ୍ତଡ଼୍। 8 ମେଣ୍ଡେ ମୋଶାଲ୍ କେତ୍ତଣ୍ଡ୍, ସଦାପ୍ରବୁ ମୁଲ୍ପୁଟ୍ତେ ୱେଲେ ତିନ୍ଦାନ୍ ମାଇଦିଙ୍କ୍ ମିକିଙ୍କ୍ ଆୱୁଙ୍ଗ୍ ଇଦ୍ତଣ୍ଡ୍ ନୁ ର୍ନାକୁକେ ପାଞ୍ଜ୍ନା ଦଡ଼୍ ଇଦ୍ତଣ୍ଡ୍, ସଦାପ୍ରବୁନ୍ ବିରୁଦ୍ଧ ମିଡ଼୍ କେତାନାଦ୍ ଅଣ୍ଡ୍ କେଞ୍ଜିତଣ୍ଡ୍, ମାମ୍ ବେନ ? ମା ବିରୁଦ୍ଧତେ ଆୟ୍, ମାତର୍ ସଦାପ୍ରବୁନ୍ ବିରୁଦ୍ଧତେ ମିୟାଦ୍ ଆଦ୍ତେ।
9 ମେଣ୍ଡେ ମୋଶାଲ୍ ହାରୋଣତିଙ୍କ୍ କେତ୍ତଣ୍ଡ୍ ନିମେ ଇସ୍ରାଏଲତେ ମାର୍କକିଡ଼୍କ୍ ସାରେ ମଣ୍ଡଲିକିଙ୍କ୍ କେଲ୍ମୁଟ୍, ମିଡ଼୍ ସଦାପ୍ରବୁନ୍ ମୁନେ ୱାଡ଼ାଟ୍, ଅଣ୍ଡ୍ ମିଡ଼୍ କେତାନାଦ୍ କେଞ୍ଜିମିନ୍ଦେ। 10 ଆସୁଟ୍ ହାରୋଣ ଇସ୍ରାଏଲତେ ମାର୍କକିଡ଼୍କିଙ୍କ୍ ସାରେ ମଣ୍ଡଲିକିଙ୍କ୍ ଇଦି କେତ୍ତାନ୍ୱେଲେ ଅଡ଼୍ ଆଞ୍ଚିନା ଉଡ଼ୱାନାକେ, ଉଡ଼ାଟ୍, ମୟଲ୍ ଗୁଞ୍ଜେ ସଦାପ୍ରବୁନ୍ ଗୌରବ୍ତେ ୱେସ୍ ତନ୍ଦତେ। 11 ମେଣ୍ଡେ ସଦାପ୍ରବୁ ମୋଶାଙ୍କ୍ କେତ୍ତଣ୍ଡ୍, 12 ମାମ୍ ଇସ୍ରାଏଲତେ ମାର୍କିଡ଼୍କିଙ୍କ୍ କେତାନାଦ୍ କେଞ୍ଜ୍ତମ୍; ମିଡ଼୍ ଅଡ଼୍କିଙ୍କ୍ କେଲ୍ମୁଟ୍, ମିଡ଼୍ ମୁଲ୍ପୁଟ୍ ସମୟତେ ଆୱୁଙ୍ଗ୍ ତିନ୍ତିଡ଼୍ ନୁ ନାର୍କୁକ୍ ଦଡ଼୍ ତିଞ୍ଜ୍ପାଞ୍ଜିତିଡ଼୍ ଆସୁଟ୍ ମାମ୍ ଯେ ମିକିଙ୍କ୍ ସଦାପ୍ରବୁ ପରମେଶ୍ୱର ଆଦ୍ ପୁନ୍ତ୍ତିଡ଼୍। 13 ତାନ୍ପେର୍କେ ମୁଲ୍ପୁଟ୍ ସମୟତେ ଆର୍ରଦାଗ୍ ଆଦ୍ଦାନ୍ ପିଟେକି ୱାସ୍ ନିଡ଼୍କେ ପଡ଼ିୟେତାଗ୍ ମୁଚିଆତ୍ତା, ମେଣ୍ଡେ ନାର୍କକୁକେ ନିଡ଼୍କ୍ ପଡ଼ିୟେ ସାରେପାକେ ମାସ୍ ରାଲ୍ତେ। 14 ତାନ୍ପେର୍କେ ମିସ୍ତେ ମାସ୍ ଏର୍ ଅଦିକ୍ ଆତ୍ତାଙ୍କ୍ ବୁମ୍ଦାଗ୍ ମାସ୍ ଏର୍ ଲେକାମ୍ ଗୋଲଦାଉ ସୁଦୁରାୱୁ ଜିନିଷ ଆଞ୍ଚିନ୍ ପରୁ ରାହିମାତ୍ତା। 15 ମେଣ୍ଡେ ଇସ୍ରାଏଲତେ ନାରୁଡ଼୍ ଆଦ୍ ଉଡ଼ି ନିଜର ନିଜର ଲପେ କେତ୍ତଡ଼୍, "ଇଦି ବାତ୍ତେ ଆଦ୍ତେ ?" ବେଲାନ୍ ଆଦ୍ବାତେ ମାତ୍ତେ, ଅଡ଼୍ ପୁନଡ଼୍ ଆତ୍ତଡ଼୍। ଆସୁଟ୍ ମୋଶାଲ୍ କେତ୍ତଣ୍ଡ୍, ଇଦି ମିଇ ମାଇଦିଙ୍କ୍ ତିନ୍ଦାନଙ୍କ୍ ସଦାପ୍ରବୁ ଇତ୍ତେ ଦଡ଼୍ ବା ମାନ୍ନା। 16 ଇଦ୍ ବିଷୟତେ ସଦାପ୍ରବୁ ଆଦେଶ୍ ଇସମିନ୍ଦେଣ୍ଡ୍, ମିଡ଼୍ ସାରେ ତଡ଼୍ ନିଜର ନିଜର ସାକୁର୍ ଶକ୍ତି ଆଲ୍ସି ଆଦ୍ ଗୁଡ଼୍ପାଟ୍, ମିଡ଼୍ ସାରେ ତଡ଼୍ ନିଜର ନିଜର ଗୁଡ଼ୁସେତାଗ୍ ମାନ୍ଦାନ୍ ଜିୱାକିନ୍ ସଂକ୍ୟାଲେକାମ୍ ୱେରଣ୍ଡ୍ ୱେରଣ୍ଡ୍ ମାଇଦିଙ୍କ୍ ଅର୍ରତୁ ଅର୍ରତୁ ମାଇଦିଙ୍କ୍ ୱେରଡ଼୍ ଓମର ନିଣ୍ଡୁଙ୍କ୍ ଆୱୁ ଗୁଡ଼୍ପାଟ୍। 17 ଆସୁଟ୍ ଇସ୍ରାଏଲ୍ତେ ନାରୁଡ଼୍ ଆଦ୍ ଲେକାମ୍ ମାଡ଼୍ତଡ଼୍, ବେନଡ଼୍ ଅଦିକ୍ ବେନଡ଼୍ ସୁକୁକ୍ ଗୁଡ଼୍ପ୍ତଡ଼୍। 18 ତାନ୍ପେର୍କେ ଅଡ଼୍ ଓମରତେ ନିଣ୍ଡୁଙ୍କ୍ ମାଡ଼ ୱାନାକେ, ବେନ୍ ଅଦିକ୍ ଗୁଡ଼୍ପି ମାତ୍ତଣ୍ଡ୍, ଅନାୱୁ ମାୟିୟ୍ ଆତ୍ତା, ମେଣ୍ଡେ ବେନ୍ ସୁକୁକ୍ ଗୁଡ଼୍ପିମାତ୍ତଣ୍ଡ୍ ଅଙ୍କ୍ମିକା ଅବାବ୍ ଆୟଆତ୍ତେ, ଇଦ୍ଲେକାମ୍ ଅଡ଼୍ ତିନ୍ଦାନ୍ ଶକ୍ତି ଲେକାମ୍ ଗୁଡ଼୍ପ୍ତଡ଼୍। 19 ଇଦ୍ଲେକାମ୍ ମୋଶାଲ୍ ଅଡ଼୍କିଙ୍କ୍ କେତ୍ତଣ୍ଡ୍, ମିଡ଼୍ ବେନ୍ ନାର୍କକୁତେ ୱେଲେ ବାତ୍ ବା ନେମାଟ୍। 20 ଆଗେବା ଅଡ଼୍ ମୋଶାନ୍ ଗଟି ମାନେମ୍ ଆୟକଟ୍ ବେନ ବେନ ନାର୍କୁକ୍ ଆୟିନା ଇସୁକ୍ ଇସୁକ୍ ନେଃତ୍ତଡ଼୍, ମାତର୍ ଆଗାକନ୍ ପୁଡ଼୍କ୍ ଆସ ନୁ ଗାବ୍ ପୟିତା। ଆଦିନ୍ମାଇଦିଙ୍କ୍ ମୋଶାଲ୍ ଅଡ଼୍ ପର୍ କପାମ୍ ଆତ୍ତଣ୍ଡ୍। 21 ଇଦ୍ ଲେକାମ୍ ନିତାଲ୍ ନାର୍କକ୍ତେ ୱେଲେ ଅଡ଼୍ ନିଜର ନିଜର ତିନ୍ଦାନ୍ ଶକ୍ତି ଲେକାମ୍ ଆଦ୍ ଗୁଡ଼୍ପ୍ତଡ଼୍,ମାତ୍ର ନାର୍ଗେ ଏଦେ ଆତ୍ତାଙ୍କ୍ ଆୱୁ କାଡ଼୍ଙ୍ଗି ଆତ୍ତା।
22 ଅନନ୍ତ ଆରୁ ଦିନାନେ ଅଡ଼୍ ରେଣ୍ଡ୍ ଗୁଣ, ଇତ୍କେ ସାରେତଡ଼୍ ଇର୍ରୱୁଡ଼୍ ଇର୍ରୱୁଡ଼୍ ଓମର୍ ଦଡ଼୍ ଗୁଡ଼୍ପ୍ତଡ଼୍, ଆସୁଟ୍ ମଣ୍ଡଲିତେ ବାଡ଼ିୟଡ଼୍ ସାରେତଡ଼୍ ୱାସ୍ ମୋଶାଙ୍କ୍ କେଞ୍ଜ୍ସ୍ପ୍ତଡ଼୍। 23 ଆସୁଟ୍ ମୋଶାଲ୍ ଅଡ଼୍କିଙ୍କ୍ କେତ୍ତଣ୍ଡ୍, ସଦାପ୍ରବୁ ଆଦ୍ କେସମିନ୍ଦେଣ୍ଡ୍, ନାଡ଼୍ ପ୍ରବୁନ୍ ରମାନ୍ ଦିନେ, ଇତ୍କେ, ସଦାପ୍ରବୁନ୍ ମାଇଦିଙ୍କ୍ ପବିତ୍ର ରମାନାଦ୍ ଆଦ୍ତେ, ଆଦିନ୍ ମାଇଦିଙ୍କ୍ ବାତେ ୱାଃତାନାଦ୍ ଆଦ୍ ୱାମୁଟ୍, ବାତ୍ ପାକଲେକେତ୍ ମାଡ଼୍ନାଦ୍ ମିନ୍ଦେ ଆଦ୍ ଲେକେତ୍ ମାଡ଼ାଟ୍, ମେଣ୍ଡେ ବାତେ ମାନ୍ତେ, ଆଦ୍ ନାର୍କୁକ୍ ଆଇନା ଗୁଡ଼୍ପିନେଃମୁଟ୍। 24 ଆସୁଟ୍ ଅଡ଼୍ ମୋଶାନ୍ ଆଜ୍ଞାନୁସାର୍ତେ ନାର୍କୁକ୍ ଆଇନା ନେଃତ୍ଡ଼୍, ମେଣ୍ଡେ ଆୱୁ ଗାବ୍ ଆୟଆତ୍ତା, କି ଆଗାଙ୍କ୍ ଇସୁର୍ ବା ପୁଡ଼୍କ୍ ଆୟଆତ୍ତା। 25 ତାନ୍ପେର୍କେ ମୋଶାଲ୍ କେତ୍ତଣ୍ଡ୍, ନେଣ୍ଡ୍ ମିଡ଼୍ ଆଦ୍ ତିନୁଟ୍, ବେଲାକି ନେଣ୍ଡ୍ ସଦାପ୍ରବୁନ୍ ରମାନ୍ ଦିନେ, ନେଣ୍ଡ୍ ଆଦ୍ ୱାୟ୍ତାଗ୍ ଆଦ୍ ଦର୍କ। 26 ମିଡ଼୍ ଆରୁଦିନା ଆୱୁ ଗୁଡ଼୍ପିତିଡ଼୍, ମାତର୍ ସାତ୍ଦିନ୍ନେତେ ରମାନ୍ଦିନେ ଆଦ୍ତେ, ଆଗାଙ୍କ୍ ଇସୁର୍ ବା ଦର୍କ ଆଦ୍ତେ। 27 ଆଗେକ୍ବା ସାତ୍ଦିନେତ୍ ଲପେ ବେନ୍ ବେନ୍ ଆଦ୍ ଗୁଡ଼୍ପାନଙ୍କ୍ ଆତ୍ତଡ଼୍, ମାତର୍ ବାତେ ବା ଦର୍କ ଆତ୍ତେ। 28 ଆସୁଟ୍ ସଦାପ୍ରବୁ ମୋଶାଙ୍କ୍ କେତ୍ତଣ୍ଡ୍, ମିଡ଼୍ ମା ଆଦେଶ୍ ନୁ ନିୟମ୍ ପାଲନ୍ ମାଡ଼୍ନଙ୍କ୍ ବେସ୍କ ଦିନା କେଞ୍ଜକଟ୍ ମାନ୍ତିଡ଼୍ ? 29 ଉଡ଼ାଟ୍, ସଦାପ୍ରବୁ ମିକିଙ୍କ୍ ରମାନ୍ ଦିନ୍ ଆତ୍ତାଙ୍କ୍ ଆରୁଦିନାନେ ରେଣ୍ଡ୍ଦିନାତ୍ ସାକୁର୍ ଇଦ୍ତଣ୍ଡ୍, ମିଡ଼୍ ସାରେତଡ଼ି ସାତ୍ ଦିନ୍ ନିଜର ନିଜର ପଡ଼ିୟେତାଗାଙ୍କ୍ ବାୟିଦେ ଆନୱକନ୍ ନିଜର ନିଜର ପଡ଼ିୟେତାଗ ମାନୁଟ୍। 30 ଆସୁଟ୍ ନାରୁଡ଼୍ ସାତ୍ ଦିନେତ୍ ରମ୍ତଡ଼୍।
31 ମେଣ୍ଡେ ଇସ୍ରାଏଲତେ ପିଲୁଡ଼୍ ଆ ସାକୁର୍ତେ ପେଦେର୍ ମାନ୍ନା ଇତ୍ତଡ଼୍, ଆୱୁ ଦନିଆ ଇନା ପାଲ୍ସେ ନୁ ଆଦ୍ ମିଙ୍ଗ୍ତେ ତେନେ କାଇଲ୍ତେ ରୁଟି ଲେକାମ୍ ମାତ୍ତେ। 32 ତାନ୍ପେର୍କେ ମୋଶାଲ୍ କେତ୍ତଣ୍ଡ୍, ସଦାପ୍ରବୁ ଇଦି ଆଦେଶ୍ ଇସମିନ୍ଦେଣ୍ଡ୍, ଅଣ୍ଡ୍ ମିକିଙ୍କ୍ ମିସର୍ ଦେଶ୍ତାଗାଙ୍କ୍ ତାତାତାନ୍ ୱେଲେ ଆଞ୍ଚିନାଗ୍କଞ୍ଜ୍ ବେନ ଦଡ଼୍ ତିତ୍ତଣ୍ଡ୍, ଆଦ୍ ବେଲା ମିଇ ୱାଦାନ୍ ପିଲୁଡ଼୍ ଉଡ଼୍ତା, ଇଦିନାଗଙ୍କ୍ ଅଡ଼୍ ମାଇଦିଙ୍କ୍ ଅଣ୍ଡୟ୍ ଓମର ପରିମାଣ ମାନ୍ନା ନେମୁଟ୍। 33 ଆସୱେଲେ ମୋଶାଲ୍ ହାରୋଣତିଙ୍କ୍ କେତ୍ତଣ୍ଡ, ମାମେ ଅଣ୍ଡୟ୍ ଗିନେ ଅସ୍ ଅଣ୍ଡୟ୍ ଓମର ପରମାଣ୍ତେ ମାନ୍ନା ନିଃସ୍ ସଦାପ୍ରବୁନ୍ ମୁନେ ନେଃମ୍, ଆଦ୍ ମିଇ ମାନେୟିତେ ପିଲୁଡ଼୍ତେ ମାଇଦିଙ୍କ୍ ନେଃତାନଙ୍କ୍ ଆଦ୍ତେ। 34 ଆସୁଟ୍ ହାରୋଣ ମୋଶାନ୍ ପର ଆ ସଦାପ୍ରବୁନ୍ ଆଜ୍ଞାନୁସାର୍ତେ ସାକ୍ଷ୍ୟସିନ୍ଦୁକ୍ତେ ଗାରେ ନେଃତାନ୍ ମାଇଦିଙ୍କ୍ ଆଦ୍ ଗୁଡ଼୍ପି ନେଃତଣ୍ଡ୍। 35 ଇସ୍ରାଏଲତେ ନାରୁଡ଼୍ ମାନ୍ଦାନ୍ ଦେଶତେ ହେୱୁୱାକେ ଚାଲିଶ ଏଣ୍ଡ୍କ୍ ଆୟିନା ଆ ମାନ୍ନା ତିତ୍ଡ଼୍ ନୁ କିଣାନ୍ ଦେଶତେ ସିମାତାଗ୍ ହେୱୁୱାକେ ଅଡ଼୍ ଆୱୁ ତିତ୍ଡ଼୍। 36 ଅଣ୍ଡୟ୍ ଓମର ଐଫାର୍ତେ ଦଶ ବାଗ୍।