1 ତାନ୍ପେର୍କେ ସଦାପ୍ରବୁ ମୋଶାଙ୍କ୍ କେତ୍ତଣ୍ଡ୍, 2 ମିଡ଼୍ ପ୍ରତମ୍ ନେଲ୍ଞ୍ଜିନେ ପ୍ରତମ୍ ଦିନ୍ତେ କାଇଲାନ୍ ଗୁଡ଼ୁସେତାଗ୍ ଲନ୍ ତିଆର୍ ମାଡ଼୍ତିଡ଼୍। 3 ମେଣ୍ଡେ ଆଗାକନ୍ ନିୟମତେ ସିନ୍ଦୁକ୍ ନେଃସ୍ ଲିକ୍ତେ ଚିଲେ ୱେସ୍ ଆ ସିନ୍ଦୁକ୍ ମୁସିତିଡ଼୍। 4 ଇଦିନ୍ମାଇଦିଙ୍କ୍ ସାମ୍ଡ଼େତେ ଲପେ ତାସ୍ ଆ ପରତ୍ ସାମାନ୍ ନେଃତାନ୍ ଲେକାମ୍ ନେତିତିଡ଼୍; ମେଣ୍ଡେ ୱେସ୍ମାଡ଼େତେ ଲପେତାସ୍ ଆଗେତ୍ ୱେସ୍ ସାରେ ନିଡ଼୍ସ୍ପିତିଡ଼୍। 5 ନିୟମତେ ସିନ୍ଦୁକ୍ ମୁନେ ସନ୍ତେ ଦୁପାମ୍ ବେଦି ନେତିତିଡ଼୍, ମେଣ୍ଡେ ଲତ୍ତେ ଦୁୱାଡ଼୍ତେ ମୁସାନ୍ ଚିଲେ ୱେତିଡ଼୍। 6 ମେଣ୍ଡେ କାଇଲାନ୍ ଗୁଡ଼ୁସେତାଗ୍ ଦୁୱାଡ଼୍ତେ ମୁନେ ଦୁପାମ୍ ବେଦି ନେତିତିଡ଼୍। 7 କାଇଲାନ୍ ଗୁଡ଼ୁସେତାଗ୍ ନୁ ବେଦିତ୍ ନାଡ଼୍ମେ ନର୍ଦାନାଦ୍ ଜିନିଷ ୱାଟି ଆଗେ ଏର୍ ଇଦିତିଡ଼୍। 8 ମେଣ୍ଡେ, ସାରେପାକା ଆର୍ ତିଆର୍ ମାଡ଼ିତିଡ଼୍ ନୁ ଆର୍ଦେ ଦୁୱାଡ଼୍ତାଗ୍ ମୁସାନ୍ ଚିଲେ ୱେଃତିତିଡ଼୍। 9 ତାନ୍ପେର୍କେ ଅବିଷେକ୍ତେ ନିୟ୍ଅସ୍ ଲତ୍ତେ ନୁ ଆଗେତ୍ ସାରେ ସାମାନ୍ ପର ଅବିଷେକ୍ ମାଡ଼ି ଆଦ୍ ନୁ ଆୱିନ୍ ସାରେ ସାମାନ୍ ପବିତ୍ର ମାଡ଼ିତିଡ଼୍, ଆସୁଟ୍ ଆୱୁ ପବିତ୍ର ଆଦ୍ତା। 10 ମେଣ୍ଡେ ମିଡ଼୍ ଦୁପାମ୍ ବେଦି ନୁ ଆଗେତ୍ ସାରେ ସାମାନ୍ ଅବିଷେକ୍ ମାଡ଼ି ପବିତ୍ର ମାଡ଼ିତିଡ଼୍; ଆସୁଟ୍ ଆ ବେଦି ଅଦିକ୍ ପବିତ୍ର ଆଦ୍ତେ। 11 ମେଣ୍ଡେ ମିଡ଼୍ ନର୍ଦାନ୍ ସାମାନ୍ ନୁ ଆଗେତ୍ କୁଦାନାଦ୍ ଅବିଷେକ୍ ମାଡ଼ି ପବିତ୍ର ମାଡ଼ିତିଡ଼୍। 12 ତାନ୍ପେର୍କେ ମିଡ଼୍ ହାରୋଣତେ ନୁ ତାନ୍ ମାର୍କିଡ଼୍ କାଇଲାନ୍ ଗୁଡ଼ୁସେତାଗ୍ ଗାରେକନ୍ ତାସ୍ ଏର୍ତଡ଼୍ ମିସ୍ପିତିଡ଼୍। 13 ମେଣ୍ଡେ ମା ମାଇଦିଙ୍କ୍ ଯାଜକ୍ ପାଡ଼ିୟ୍ ମାଡ଼ାନ୍ ମାଇଦିଙ୍କ୍ ହାରୋଣତିଙ୍କ୍ ପବିତ୍ର ଚିଲେ କେର୍ସ୍ପି ଅବିଷେକ୍ ମାଡ଼ି ତିଆର୍ ମାଡ଼ିତିଡ଼୍। 14 ମେଣ୍ଡେ ତାନ୍ ମାର୍କିଡ଼୍ ତାସ୍ ଚକା କେର୍ସ୍ପିତିଡ଼୍। 15 ମେଣ୍ଡେ ଅଡ଼୍ ବାବାଙ୍କ୍ ବେଲାନେ ଅବିଷେକ୍ ମାଡ଼୍ତିଡ଼୍, ଆଦ୍ଲେକାମ୍ ଅଡ଼କ୍ ଅବିଷେକ୍ ମାଡ଼ିତିଡ଼୍, ଆସୁଟ ଅଡ଼୍ ମା ଯାଜକ୍ ପାଡ଼ିୟ୍ ମାଡ଼ିତଡ଼୍; ଆ ଅବିଷେକ୍ତେ ଅଡ଼୍ ଆନିଦାଦି ଲେକାମ୍ ତେରୱଯାକ୍ ଯାଜକ୍ତେ ମୁକ୍ୟ ଆଦ୍ତଣ୍ଡ୍ ।
16 ମୋଶାଲ୍ ଇଲାନେ ମାଡ଼୍ତଣ୍ଡ୍, ଅଣ୍ଡ୍ ସଦାପ୍ରବୁନ୍ ଆଜ୍ଞାଲେକାମ୍ ସାରେ ମାଡ଼୍ତଣ୍ଡ୍। 17 ଲପେକନ୍ ମୋଶାନ୍ ପର ସଦାପ୍ରବୁନ୍ ଆଜ୍ଞାଲେକାମ୍ ଦ୍ୱିତିୟ ୱାଡ଼୍ସେତେ ପ୍ରତମ୍ ନେଲ୍ଞ୍ଜ୍ତେ ପ୍ରତମ୍ ଦିନ୍ତେ ଲନ୍ ତିଆର୍ ଆତ୍ତେ। 18 ମେଣ୍ଡେ, ମୋଶାଲ୍ ଲନ୍ ତିଆର୍ ମାଡ଼ି ଆଗାକନ୍ ଦର୍ ଇସ୍ ବାଲେ କୁସ୍ପି ଟେଙ୍ଗା ନାଡ଼୍ମେ ଆଗେତ୍ ଗୁଞ୍ଜେ ନିଲ୍ସ୍ପିତଣ୍ଡ୍। 19 ଆସୁଟ୍ ଅଣ୍ଡ୍ ଲତ୍ତେ ପର ଗୁଡ଼ୁସେ ମାଡ଼୍ତଣ୍ଡ୍ ନୁ ଗୁଡ଼ୁସେତ୍ପର୍ ୱେସ୍ରାମ୍ ଇତ୍ତଣ୍ଡ୍; 20 ତାନ୍ପେର୍କେ ମୋଶାନ୍ ପର ସଦାପ୍ରବୁନ୍ ଆଜ୍ଞାଲେକାମ୍ ଅଣ୍ଡ୍ ସାକ୍ଷ୍ୟଆକ୍ ଅସ୍ ସିନ୍ଦୁକ୍ତେ ଲପେ ୱାଟ୍ତଣ୍ଡ୍ ନୁ ପେଟେ ଟେଙ୍ଗା ଟୁଞ୍ଚ୍ପି ପେଟେ ପର ପାପ୍ନର୍ଦାନ୍ ୱାଟ୍ତଡ଼୍; 21 ମେଣ୍ଡେ ଲତ୍ତେ ଲପେତ୍ ସିନ୍ଦୁକ୍ ତାସ୍ ନୁ ମୁସାନାଦ୍ ପରଦା ଚିଲେ ୱେଃସ୍ ସାକ୍ଷ୍ୟପେଟେ ମୁସ୍ତଡ଼୍। 22 ଆଦିନାଗାଙ୍କ୍ ମୋଶାନ୍ ପର ସଦାପ୍ରବୁନ୍ ଆଜ୍ଞାଲେକାମ୍ ଆଦ୍ ଲତ୍ତେ ଉତ୍ତର ପାକେ ପରଦା ଚିଲେତେ ବାୟିଦେ କାଇଲାନ୍ ଗୁଡ଼ୁସେତାଗ୍ ସାମ୍ଡ଼େ ନେଃତଣ୍ଡ୍; 23 ମେଣ୍ଡେ ଆ ସଦାପ୍ରବୁନ୍ ମୁନେ ପାଲନ୍ ମାଡ଼ାନ୍ ନିୟମଲେକାମ୍ ଆଦିନ୍ ପର ରୋଟି ନେଃତଡ଼୍। 24 ତାନ୍ପେର୍କେ ମୋଶାନ୍ ପର ସଦାପ୍ରବୁନ୍ ଆଜ୍ଞାଲେକାମ୍ ସାମଡ଼େତ୍ ମୁନେ ଲତ୍ତେ ତିନ୍ଦେପାକେ କାଇଲାନ୍ ଗୁଡ଼ୁସେତାଗ୍ ୱେସ୍ ନେଃତଡ଼୍ 25 ନୁ ସଦାପ୍ରବୁନ୍ ମୁନେ ୱେସ୍ ନିଡ଼୍ସ୍ପ୍ତଡ଼୍। 26 ମେଣ୍ଡେ ମୋଶାନ୍ ପର ସଦାପ୍ରବୁନ୍ ଆଜ୍ଞାଲେକାମ୍ ଆ କାଇଲାନ୍ ଗୁଡ଼ୁସେତାଗ୍ ଲିକ୍ତେ ଚିଲେତ୍ ମୁନେ ସୁନାତ୍ ବେଦି ନେଃତ୍ତଣ୍ଡ୍ 27 ନୁ ଆଦିନ୍ ପର ସାୟେ ଗାବ୍ ମାନ୍ଦାନ୍ ଦୁପାମ୍ ନିଡ଼୍ସ୍ପିତଡ଼୍। 28 ମେଣ୍ଡେ ମୋଶାନ୍ ପର ସଦାପ୍ରବୁନ୍ ଗଟ୍ ଲେକାମ୍ ଆ ପରଦାତିଙ୍କ୍ ଦୁୱାଡ଼୍ତେ ମୁସାନ୍ ଚିଲେ ୱେଃତଡ଼୍ 29 ନୁ କାଇଲାନ୍ ଗୁଡ଼ୁସେତାଗ୍ ଦ୍ୱାର୍ଗାରେ ଦୁପାମ୍ ବେଦି ନେଃସ୍ ଆଦିନ୍ ପର ହୋମବଲି ନୁ ନୈବେଦ୍ୟ ଉତ୍ସର୍ଗ ମାଡ଼୍ତଡ଼୍। 30 ତାନ୍ପେର୍କେ ମୋଶାନ୍ ପର ସଦାପ୍ରବୁନ୍ ଆଜ୍ଞାଲେକାମ୍ ଅଣ୍ଡ୍ କାଇଲାନ୍ ଗୁଡ଼ୁସେତାଗ୍ ନୁ ବେଦି ନାଡ଼୍ମେ ପଡ଼ିୟେତ୍ ନର୍ଦାନାଦ୍ ସାମାନ୍ ୱାଟି ଆଗେତ୍ ନର୍ଦାନ୍ ମାଇଦିଙ୍କ୍ ଏର୍ ଇତ୍ତଡ଼୍। 31 ଆସୁଟ୍ ମୋଶାଲ୍, ହାରୋଣ ନୁ ତାନ୍ ମାର୍କ୍ନଡ଼୍ ନିଜେ ନିଜେତ୍ ଡେକା କାଇକ୍ ନର୍ତଡ଼୍। 32 ବେନ୍ଆଇ ସମୟ୍ତେ ଅଡ଼୍ କାଇଲାନ୍ ଗୁଡ଼ୁସେତାଗ୍ ନେଙ୍ଗ୍ତଡ଼୍ ବା ବେଦିତ୍ ଗାରେ ଆତ୍ତଡ଼୍, ଆ ସମୟତେ ଅଡ଼୍ ଡେକା ନର୍ତଣ୍ଡ୍। 33 ଆଦିଙ୍କ୍ ଆଦ୍ ଲତ୍ତେ ନୁ ବେଦିତ୍ ସାର୍ପାକା ଆର୍ ତିଆର୍ ମାଡ଼୍ତଡ଼୍ ନୁ ଆର୍ଦେ ଗାରେ ମୁସାନ୍ ଚିଲେ ୱେଃତ୍ତଡ଼୍, ଇଲାନେ ମୋଶାଲ୍ ଆ ସାରେ ପାଡ଼୍ୟି ତେର୍ସ୍ପତଡ଼୍।
34 ଆସୁଙ୍କ୍ ମୟଲ୍ ଆ କାଇଲାନ୍ ଗୁଡ଼ୁସେତାଗ୍ ମୁସ୍ତେ ନୁ ସଦାପ୍ରବୁନ୍ ଗୌରବ୍ ଗୁଡ଼ୁସେତିଙ୍କ୍ ମୁସ୍ତେ। 35 ଆସୁଟ୍ ମୋଶାଲ୍ କାଇଲାନ୍ ଗୁଡ଼ୁସେତାଗ୍ ନେଙ୍ଗ୍ପାର୍ୱଣ୍ଡ୍ ଆତ୍ତଣ୍ଡ୍, ବାତେଙ୍କ୍ଇତ୍କେ ମାବ୍ ଆଦିନ୍ ପର ଡିଗିମାତ୍ତେ ନୁ ସଦାପ୍ରବୁନ୍ ଗୌରବ୍ ଗୁଡ଼ୁସେତିଙ୍କ୍ ମୁସିମାତ୍ତେ। 36 ମେଣ୍ଡେ ଗୁଡ଼ୁସେତ୍ ପର୍ରୁ ବେସୁଙ୍କ୍ ମାବ୍ ଆତ୍ତେ, ଇସ୍ରାଏଲତେ ନାରୁଡ଼୍ ନିଜେ ଆଦାନଙ୍କ୍ ପସପଡ଼୍। 37 ମାତର୍ ମୟଲ୍ ବେସୁଙ୍କ୍ ପର ଆନ୍ନ ଆତ୍ତେ ଆସୁଙ୍କ୍ ପର ମାୟିୱେ ଦିନ୍ଜାକ ଅଡ଼୍ ଆନ୍ଡ଼ ଆତ୍ତଡ଼୍। 38 ବାତେଙ୍କ୍ଇତ୍କେ ସାରେ ଇସ୍ରାଏଲ୍ତେ ପିଲୁଡ଼୍ତେ କଣ୍ଡେତେ ଅଡ଼୍ ସାରେ ଆଦାନ୍ଦିନେତ୍ ୱେଲେ ସଦାପ୍ରବୁନ୍ ମୟଲ୍ ନୁ ନାର୍କେ କିସ୍ ଲତ୍ତେ ପର କୁଦ୍ତେ।