1 ମେଣ୍ଡେ ନିମେ ଶିଟିମ୍ ୱେର୍କ୍ତେ ଏଇଙ୍ଗ୍ କାଇକ୍ ବେଡ଼ିୟେ ନୁ ଏଇଙ୍ଗ୍ କାଇକ୍ ଓସାର୍ତେ ବେଦି ତିଆର୍ ମାଡ଼ିତିତଡ଼୍, ଆ ବେଦି ନାଲୁମୁଲା ଆଦ୍ତେ; ଆଦିନ୍ ଡ଼େଙ୍ଗ୍ ମୁଣ୍ଡ୍ କାଇକ୍ ଆଦ୍ତେ। 2 ମେଣ୍ଡେ ଆ ନାଲୁ ମୁଲାନ୍ ପର ମୃସ୍ ମାଡ଼ିତିଡ଼୍, ମେଣ୍ଡେ ଆ କର୍ ବେଦିତେ ଅଣ୍ଡୟ୍ ଦୁଡ଼େ ଆଦ୍ତେ ନୁ ଆଦ୍ ପିତ୍ତଲ୍ତେ ମାଡ଼୍ପିତିଡ଼୍। 3 ମେଣ୍ଡେ ଆଗେତ୍ ନିର୍ ଟେଣ୍ଡିଅଦାଙ୍କ୍ ମାଇଦିଙ୍କ୍ ନିର୍ୱାଟାନାଦ୍ ମାଡ଼ିତିଡ଼୍ ନୁ ଆଗେତ୍ କାଇଦେପହିସ୍ ଆଟାନ୍ ଉକୁଡ଼୍ ନୁ କୁଣ୍ଡେ, ତ୍ରିଶୁଲ୍, କିସ୍ ଡ଼େୱାନ୍ବେଲ୍ସା ମାଡ଼ିତିଡ଼୍; ଆଗେତ୍ ସାରେ ଜିନିଷ୍ ପିତ୍ତଲ୍ତେ ତିଆର୍ ମାଡ଼ିତିଡ଼୍। 4 ମେଣ୍ଡେ ପିତ୍ତଲ୍ତେ ଅଣ୍ଡୟ୍ ୱାଲେ ଗାଡ଼୍ ମାଡ଼ିତିଡ଼୍ ନୁ ଆ ପର ନାଲୁ ମୁଲାନାଗ୍ ପିତ୍ତଲ୍ତେ ନାଲୁ ଉକ୍ ତିଆର୍ ମାଡ଼ିତିଡ଼୍। 5 ଇଦ୍ ଗାଡ଼୍ ବେଦିତ୍ ବେଡ଼୍ତେ ମଦଲ୍ ଆଞ୍ଚିନ୍ ବାଗ୍ତା ୱାଟିତିଡ଼୍ ନୁ ୱାଲେତ୍ ବେଦିତେ ନାଡ଼୍ମେ ଏୱୁନାତେ ପାହେମ୍ଆଦ୍ତେ। 6 ମେଣ୍ଡେ ବେଦିତ୍ ମାଇଦିଙ୍କ୍ ଶିଟିମ୍ ୱେର୍କ୍ ତଡ଼୍ ମାଡ଼ିତିଡ଼୍ ନୁ ଆଦ୍ ପିତ୍ତଲ୍ତେ ମାଡ଼୍ପିତଡ଼୍। 7 ମେଣ୍ଡେ ବେଦି କାଞ୍ଜାନ୍ ୱେଲେ ଆଗେତ୍ ରେଣ୍ଡ୍ପାକାନ୍ ପର କଡ଼ାତଡ଼୍ ଆ ଡ଼ାଣ୍ଡେ ମାନ୍ତା । 8 ନିମେ ପମ୍ପା ନେଃସ୍ ବାଲାନେ ଆଦ୍ ମାଡ଼ିତ୍, ମେଟେତାଗ୍ ମିକିଙ୍କ୍ ବେନ୍ଲେକାମ୍ ତସମାତ୍ତମ୍ , ଆଲେନେ ନାରୁଡ଼୍ ମାଡ଼ିତଡ଼୍।
9 ତାନ୍ପେର୍କେ ମିଡ଼୍ ଲତ୍ତେ ଏର୍ୱାଲ୍ ମାଡ଼ିତିଡ଼୍; ଆ ଏର୍ୱାଲ୍ତେ ଦକ୍ଷିଣ୍ ପାକେ ବଲା ପାଣ୍ଡ୍ରିଲାଦ୍ ଚୁଦୁଲାଦ୍ ନୁଲ୍ ତିଆର୍ତେ ପରଦା ମାଡ଼ିତିଡ଼୍; ଆଗେତ୍ ଅଣ୍ଡୟ୍ ପାକେ ଜର୍କା ଏକଶତ୍ କାଇ ଆଦ୍ତେ। 10 ଆଗେତ୍ କୋଡ଼ିଏଟାନ୍ ଗୁଞ୍ଜେ ନୁ କୋଡ଼ିଏଟାନ୍ ଚୁଙ୍ଗି ପିତ୍ତଲ୍ତେ ଆଦ୍ତେ, ମେଣ୍ଡେ ଗୁଞ୍ଜେତ୍ ଆଙ୍କ୍ଡ଼ା ନୁ ରୂପାତେ କଡ଼ା ଲେକାମ୍ ଆଦ୍ତେ। 11 ଆଲେନେ ଉତ୍ତର୍ତେ ପାକେ ଏକଶତ୍ କାଇ ବେଡ଼ିୟ୍ ପରଦା ଆଦ୍ତେ ନୁ ଆଗେତ୍ କୋଡ଼ିଏଟାନ୍ ଗୁଞ୍ଜେ ନୁ କୋଡ଼ିଏଟାନ୍ ଚୁଙ୍ଗି ପିତ୍ତଲ୍ତେ ଆଦ୍ତେ; ମେଣ୍ଡେ ଗୁଞ୍ଜେ ଆଙ୍କଡ଼ା ନୁ ବନ୍ଦନି ରୁପା ଆଦ୍ତା। 12 ମେଣ୍ଡେ ପେର୍କେତ୍ ପାକେତ୍ ଏର୍ୱାଲ୍ତେ ଓସାତ୍ ମାଇଦିଙ୍କ୍ ପଚାଶ କାଇ ପରଦା ନୁ ଆଗେତ୍ ଦଶଟାନ୍ ଗୁଞ୍ଜେ ନୁ ଦଶଟାନ୍ ଚୁଙ୍ଗି ମାଡ଼ିତିଡ଼୍। 13 ମେଣ୍ଡେ ମୁନେତ୍ ପାକେତ୍ ଏର୍ୱାଲ୍ତେ ଓସାର୍ ପଚାଶ କାଇ ଆଦ୍ତେ। 14 ଦୁୱାର୍ତେ ଅଣ୍ଡୟ୍ ପାକେତ୍ ଆର୍ କାଇ ପରଦା ନୁ ମୁଣ୍ଡୁ ଗୁଞ୍ଜେ ନୁ ମୁଣ୍ଡୁ ଚୁଙ୍ଗି ଆଦ୍ତା। 15 ମେଣ୍ଡେ ମେଣ୍ଡନ୍ ପାକେତ୍ ଆର୍ଦେ କାଇ ପରଦା ନୁ ମୁଣ୍ଡୁ ଗୁଞ୍ଜେ ନୁ ମୁଣ୍ଡୁ ଚୁଙ୍ଗି ଆଦ୍ତା। 16 ମେଣ୍ଡେ ଲତ୍ତେ ଏର୍ୱାଲ୍ତେ ଦୁୱାର୍ତେ ମାଇଦିଙ୍କ୍ ନିଲ ନୁ ଉମେ, ସିନ୍ଦୁର୍ ରଙ୍ଗ୍, ବଲା ପାଣ୍ଡ୍ରି ଚିଲେ ଚୁଦୁଲାଦ୍ ନୁଲ୍ଦେ ଶିଲ୍ପପାଡ଼ିୟ୍ଦେ କୋଡ଼ିଏଟାନ୍ କାଇ ଅଣ୍ଡୟ୍ ମୁସାନ୍ଚିଲେ ନୁ ଆଗେତ୍ ନାଲୁ ଗୁଞ୍ଜେ ନୁ ନାଲୁ ଚୁଙ୍ଗି ଆଦ୍ତା। 17 ମେଣ୍ଡେ ଗଡ଼େତ୍ ଚାର୍ପାକା ମାନ୍ଦାନ୍ ଗୁଞ୍ଜେସାରେ ରୁପା ବନ୍ଦନୀତେ ବନ୍ଦଆଦ୍ତା ନୁ ଆଗେତ୍ ଆଙ୍କଡ଼ା ରୁପା ନୁ ଚୁଙ୍ଗି ପିତ୍ତଲ୍ ଆଦ୍ତା। 18 ଗଡ଼େତ୍ ଏକଶତ୍ କାଇ ବେଡ଼ିୟ୍ ନୁ ସାରେ ପଚାଶ କାଇ ଓସାର୍ ନୁ ଏଇଙ୍ଗ୍ କାଇ ଲାଟି, ମେଣ୍ଡେ ସାରେ ବଲା ପାଣ୍ଡ୍ରି ଚିଲେ ଆପେକରଲ୍ ନୁଲ୍ଦେ ତିଆର୍ ନୁ ଆଗେତ୍ ପିତ୍ତଲ୍ ଚୁଙ୍ଗି ଆଦ୍ତେ। 19 ମେଣ୍ଡେ ଲତ୍ତେ ସାରେ ପାଡ଼ିୟ୍ ବିଷୟ୍ତେ ଗିନେ ନୁ କୟେ ନୁ ଏର୍ୱାଲ୍ତେ ସାରେ କୟେ ପିତ୍ତଲ୍ ଆଦ୍ତା।
20 ମେଣ୍ଡେ ନିତାଲ୍ ନିତାଲ୍ ୱେସ୍ ମାଡ଼ାନ୍ମାଇଦିଙ୍କ୍ ନିର୍ମଳ ତମି ମାନ୍ଦାନ୍ ଜୀତ ମାଡ଼େତ୍ ନିୟ୍ ମି ଗାରେତାନ୍ ମାଇଦିଙ୍କ୍ ଇସ୍ରାଏଲତେ ମାର୍କିଡ଼୍ ଆଦେଶ୍ ଇଦ୍ତାନ୍। 21 ମେଣ୍ଡେ କାଇଲାନ୍ ଗୁଡ଼ୁସେତାଗ୍ ସାକ୍ଷ୍ୟସିନ୍ଦକତେ ମୁନେ ଲିକ୍ତେ ଚିଲେନେ ବାଇଦେ ହାରୋଣ ନୁ ତାନ୍ ମାର୍କ୍ ମୁଲ୍ପୁଟ୍ ସମୟତେକନ୍ ନାର୍କୁକ୍ ଆଇନା ସଦାପ୍ରବୁନ୍ ମୁନେ ଆଦ୍ ସଜାମାଡ଼ି ନେଃତିଡ଼୍; ଇଦି ଇସ୍ରାଏଲତେ ନାରୁଡ଼୍ ଆନିଦାଦିଡ଼୍ତେ ପାଲନ୍ମାଡ଼ାନ୍ ସାରେଦିନେତ୍ ନିୟମ୍ ଆଦ୍ତେ।