1 ମିଡ଼୍ ମିଚ୍ ଗଟ୍ତେ ତେତାନ୍ କୁସ୍ପାନ୍ ମାଡ଼୍ମାଟ୍; ୱେର୍ତଡ଼୍ ସାକ୍ଷି ଆସ୍ ଦୁଷ୍ଟଙ୍କ୍ ସାହାଯ୍ୟ ମାଡ଼୍ମାଟ୍। 2 ମିଡ଼୍ ଦୁଷ୍କର୍ମ ମାଡ଼ାନଙ୍କ୍ ନାର୍ଗେ ନାରୁଡ଼୍ ପେର୍କେ ଆନ୍ମାଟ୍, ମେଣ୍ଡେ ନ୍ୟାୟ୍ ବିଚାର ୱେର୍ କାରାପ୍ ମାଡ଼୍ନ୍ମାଇଦିଙ୍କ୍ ନାର୍ଗେନାରୁଡ଼୍ ତଡ଼୍ କାଇଲି କେଲ୍ମାଟ୍। 3 ବିଚାର ମାଡ଼ାନ୍ ସମୟତେ ମକମ୍ ଉଡ଼ି ବିଚାର୍ ମାଡ଼୍ମାଟ୍। ମେଣ୍ଡେ ଗରିବ୍ନଡ଼୍କିଙ୍କ୍ ଇନ୍ ମାଡ଼୍ମାଟ୍। 4 ମିଡ଼୍ ନିଜର ଶତ୍ରୁନ୍ ଗଡ୍ କି ଗଦ ଆର୍ବୁଲ୍କା ଆସ୍ ଆଦାନାଦ୍ ଉଡ଼୍କେ, ନିଜାମ୍ ଆଦିଙ୍କ୍ ତାମ୍ ଗାରେ ଆଦ୍ତିଡ଼୍। 5 ମିଡ଼୍ ନିଜର ଶତ୍ରୁଡ଼୍ ଗଦତିଙ୍କ୍ ବଜ୍ତେ ମଦଲ୍ ରାଲି ମାନ୍ଦାନାଦ୍ ଉଡ଼୍କେ, ତାଙ୍କ୍ ଉଡ଼ି ଅଦାଙ୍କ୍ ଇଚ୍ଛା ମାଡ଼୍ମାଟ୍, ମିଡ଼୍ ନିଜାମ୍ ଆଦିନ୍ ତଡ଼୍ ତାଙ୍କ୍ ମୁକ୍ତି ମାଡ଼ିତିଡ଼୍। 6 ଗରିବ୍ନଡ଼୍ ବିଚାରତାଗ ମିଡ଼୍ ଅନ୍ ପର ଅନ୍ୟାୟ୍ ମାଡ଼୍ମାଟ୍। 7 ମିଚ୍ ବିଷୟ୍କନ୍ ନିଜ୍ତିଙ୍କ୍ ଯେକେ ନେଃମୁଟ୍; ମେଣ୍ଡେ ଦୋଷ୍ଇଲ୍ୱେନଡ଼୍ ନୁ ଦାର୍ମିକିଡ଼୍ ଦଣ୍ଡ ଇମାଟ୍; ବେଲାକି ମାମ୍ ଦୁଷ୍ଟଡ଼୍କିଙ୍କ୍ ଦୋଷ୍ଇଲ୍ୱେନଡ଼୍ ମାଡ଼ିତମ୍। 8 ମିଡ଼୍ ଲାଞ୍ଚ୍ ଅୟ୍ମାଟ୍, ବାତେଙ୍କ୍ଇତ୍କେ ଲାଞ୍ଚ୍ତାଗ୍ କଣ୍ଡାମାନ୍ଦାନ୍ ନାରୁଡ଼୍କିଙ୍କ୍ କାନାଲ୍ମାଡ଼ିତେ, ନୁ ଦାର୍ମିକ୍କିଡ଼୍ ବାକ୍ୟ କାନାଲ୍ ମାଡ଼ିତ୍।
9 ମିଡ଼୍ ବିଦେଶିନ୍ ପ୍ରବାସି ପର କାରାପ୍ ମାଡ଼୍ମାଟ୍, ବାତେଙ୍କଇତ୍କେ ମିଡ଼୍ ବିଦେଶିନ୍ ମନ୍ ପୁନ୍ଦ୍ତିଡ଼୍, ବେଲାକି ମିଡ଼୍ ମିସରଦେଶ୍ତାଗ୍ ବିଦେଶି ମାତ୍ତିଡ଼୍।
10 ମେଣ୍ଡେ ମିଡ଼୍ ନିଜର ବୁମ୍ଦାଗ୍ ଆରୁଏଣ୍ଡେକ୍ ଆୟିନା ୱିଜେ ଗାଜେ ମାଡ଼ିତିଡ଼୍ ନୁ ଆସୁଟ୍ ଆଗେ ଆଦାନ୍ ଫସଲ୍ ଗୁଡ଼୍ପିତିଡ଼୍। 11 ମାତର୍ ସାତ୍ଏଣ୍ଡ୍ଦେ ଆଦିଙ୍କ୍ ରମାନଙ୍କ୍ ଇଦ୍ତିଡ଼୍ ନୁ ପଡ଼ିୟେ ନେଃତିତିଡ଼୍; ଆସୁଟ୍ ମିଇ ଗରିବ୍ନଡ଼୍ ତିନ୍ଦାନଙ୍କ୍ ପାହେମ୍ ଆଦ୍ତଡ଼୍; ଅଡ଼୍ ତିଞ୍ଜ୍ପାଞ୍ଜି ବାତ୍ ନେଃତିଡ଼୍, ଆଦ୍ ମେଟେତେ ଜିୱାକ୍ ତିନ୍ତା। ମେଣ୍ଡେ, ମିଇ ଅଙ୍ଗୁର୍ୱାୟେତାଗ୍ ନୁ ଜୀତ ମାଡ଼େ ମିକା ଆଦ୍ଲେକାମ୍ ମାଡ଼ିତିଡ଼୍।
12 ମିଡ଼୍ ଆରୁଦିନା ନିଜର କାମ୍ ମାଡ଼ି ସାତ୍ଦିନ୍ତେ ରମିତିଡ଼୍, ଆସୁଙ୍କ୍ ମିଇ ଗଡ୍କ୍ ନୁ ଗଦ ରମିତା, ମେଣ୍ଡେ, ମି ଦାସିନ୍ମାର୍ ନୁ ବିଦେଶୀ ପ୍ରବାସି ନାରୁଡ଼୍ ରୋମିତଡ଼୍ ।
13 ମାମ୍ ମିକିଙ୍କ୍ ବାତେ ବାତେ କେସ୍ ମିନ୍ଦେମ୍, ଆ ସାରେ ବିଷୟତେ ସାବଦାନ୍ ଆୟିମୁଟ୍; ୱେର୍ ଦେୟାକି ପେଦେର୍ ଏର୍କେ ମାଡ଼୍ମାଟ୍, ବା ମିଇ ପାୟୁର୍ତାଗାଙ୍କ୍ ଆଦ୍ କେଞ୍ଜାନଙ୍କ୍ ଆଇମାକି।
14 ମିଡ଼୍ ଏଣ୍ଡେକ୍ତିଙ୍କି ମୁଣ୍ଡୁଦାମ୍ ନା ପେର୍ଦେତେ ପାଣ୍ଡୁମ୍ ମାଡ଼ିତିଡ଼୍। 15 ତାଡ଼ି କାଇଲିତେ ରୋଟି ପାଣ୍ଡୁମ୍ ମାଡ଼ିତିଡ଼୍; ନା ଲେକାମ୍ ଆବିବ୍ ନେଲ୍ଞ୍ଜ୍ ଟିକ୍ ସମୟତେ ସାତ୍ ଦିନ୍ ତାଡ଼ି କାଇଲିତେ ରୋଟି ତିନ୍ତିଡ଼୍, ବାତେଙ୍କଇତ୍କେ ମିଡ଼୍ ଆସୟତେ ମିସର୍ ଦେଶକନ୍ ମୁକ୍ତି ପାଏମ୍ ଆସମିନ୍ଦେଡ଼୍; ମେଣ୍ଡେ ବେନ୍ ଆସାମ୍ କାଇଦେ ନା ଗାରେ ନିଲ୍ମାଟ୍।
16 ମେଣ୍ଡେ ମିଡ଼୍ ପାଣ୍ଟ୍ତେ ପୁଜେ ପାଣ୍ଡୁମ୍, ଇତ୍କେ, ୱାୟେତାଗ୍ ବାତେ ୱିତିତଡ଼୍, ଆଗେତ୍ ପ୍ରତମ୍ ଗୁଡ଼୍ତେ କାୟ୍ତେ ପାଣ୍ଡୁ ମାଡ଼ାଟ୍, ମେଣ୍ଡେ ଏଣ୍ଡେକ୍ ତେର୍ତେ ପେର୍କେତ୍ କାୟା ଗୁଡ଼୍ପାନ୍ ସମୟତେ କାୟା ପାଣ୍ଡୁମ୍ ମାଡ଼ିତିଡ଼୍। 17 ଏଣ୍ଡେକ୍ତିଙ୍କ୍ ମୁଣ୍ଡୁଦାମ୍ ମିଇ ସାରେ ପେକଡ଼୍, ମାନେୟି ଜାତି ପ୍ରବୁ ସଦାପ୍ରବୁନ୍ ପାକେ ମାନ୍ଦ୍ତଡ଼୍।
18 ମିଡ଼୍ ତାଡ଼ିଯୁକ୍ତ ଦ୍ରବ୍ୟ ତଡ଼୍ ନା ନେତୁର୍ତେ ବଲିଦାନ୍ ପାଣ୍ଡୁମ୍ ମାଡ଼୍ମାଟ୍, ମେଣ୍ଡେ ନା ପାଣ୍ଡୁମ୍ ସମ୍ଫର୍କତେ କଡ଼୍ୱେସ୍ ନାର୍କାପାଲି ନାର୍କକ୍ ଆୟିନା ନେହେମାଟ୍।
19 ମିଡ଼୍ ବୁମ୍ଦେ ପ୍ରତମ୍ ଆଦ୍ତେ କାୟା ମିଇ ସଦାପ୍ରବୁ ପରମେଶ୍ୱରଦେ ଲତ୍ତାଗ ତାତିତିଡ଼୍। ମିଡ଼୍ ମେଣ୍ଢ୍ପିଲାଙ୍କ୍ ତାନ୍ ୟାୟନ୍ ପାଲ୍ ଉସ୍ପ୍ମାଟ୍।
20 ଉଡ଼୍ଆଟ୍, ମାମ୍ମିକିଙ୍କ୍ କାଲ୍ଦାଗାଙ୍କ୍ ରକ୍ଷାମାଡ଼ାନ୍ ମାଇଦିଙ୍କ୍ ନୁ ମିକିଙ୍କ୍ ମାୟାଦ୍ ତିଆର ମାଡ଼୍ତେ ପଡ଼ିୟେତାଗ ତାନ୍ମାଇଦିଙ୍କ୍ ମିଇ ମୁନେ ମୁନେ ଅଣ୍ଡୟ୍ ଦୂତ୍ ରସମିନ୍ଦେମ୍। 21 ତାନ୍ ବିଷୟ୍ତେ ସାବଦାନ୍ ଆୟିମୁଟ୍ ନୁ ତାନ୍ ଲେଙ୍ଗ୍ଦେ ଦୋଷ ମାଡ଼୍ମାଟ୍; ତାନ୍ କପାମ୍ ମାଡ଼୍ମାଟ୍; ବାତେଙ୍କ୍ଇତ୍କେ ଆଦ୍ ମିକିଙ୍କ୍ ପାପ୍କନ୍ କ୍ଷମା ମାଡ଼୍; ବେଲାକି ଅନାଗେ ମାୟାଦ୍ ପେଦେର୍ମିନ୍ଦେ। 22 ମାତର୍ ମିଡ଼୍ ବେସୁଙ୍କୁ ନିତାଲ୍ ତାନ୍ ଲେଙ୍ଗ୍ କେଞ୍ଜିତିଡ଼୍, ମେଣ୍ଡେ ମାମ୍ ବାତେ କେତିତମ୍,ଆଦ୍ ମାଡ଼୍ତିଡ଼୍; ଆସୁଟ୍ ମାମ୍ ମିଇ ଶତ୍ରୁଡ଼୍ ଶତ୍ରୁ ନୁ ମିଇ ବିରଦ୍ଦ୍କିଙ୍କ୍ ବିରଦି ଆଦ୍ତାଡ଼୍। 23 ବାତେଙ୍କ୍ଇତ୍କେ ମାଆ ଦୂତ୍ ମିଇ ମୁନେ ମୁନେ ଆଞ୍ଜ୍ ମିକିଙ୍କ୍ ଇମୋରିୟ ନୁ ହିତ୍ତୀୟ, ପରିଷୀୟ, କିଣାନୀୟ, ହିବ୍ଦୀୟ ନୁ ଯିବୂଷୀୟଡ଼୍କ୍ ଦେଶ୍ତାଗ୍ ତାତିତଣ୍ଡ୍, ମେଣ୍ଡେ ମାମ୍ ଅଡ଼୍କିଙ୍କ୍ ଲିକିଦ୍ତମ୍। 24 ମିଡ଼୍ ଅଡ଼୍ ଦେୟାକି ମଡ଼କ୍ମାଟ୍ ନୁ ଅଡ଼୍ ସେବା ମାଡ଼୍ମାଟ୍, ମେଣ୍ଡେ ଅଡ଼୍ ପାଡ଼ିୟ୍ଲେକେ ମିଡ଼୍ ପାଡ଼ିୟମାଡ଼୍ମାଟ୍, ମାତର୍ ଅଡ଼୍କିଙ୍କ୍ ମଦଲ୍କନ୍ ଟେଣ୍ଡିଦ୍ତିଡ଼୍ ନୁ ଅଡ଼୍ ଗୁଡ଼ୁସା ସାରେ ଉଃତିତଡ଼୍। 25 ମିଡ଼୍ ମି ନିଜର ସଦାପ୍ରବୁ ପରମେଶ୍ୱରଦେ ସେବା ମାଡ଼ିତିଡ଼୍; ଆସୁଟ ଅଣ୍ଡ୍ ମିକିଙ୍କ୍ ଆନାମ୍ ଆଦାନାଦିଙ୍କ୍ ଆଶିର୍ବାଦ୍ ମାଡ଼ିତଣ୍ଡ୍, ମେଣ୍ଡେ ମାମ୍ ମିୟାଗାଙ୍କ୍ ରୋଗ୍ ଜେକେ ମାଡ଼ିତମ୍। 26 ମିଡ଼୍ ଦେଶ୍ତାଗ୍ ବେନନାଦ୍ ଡଙ୍ଗେତ୍ ଆୟ, ମେଣ୍ଡେ, ବେନ୍ ୱାଞ୍ଜଆୟ୍ୱିଡ଼୍, ମାମ୍ ମି ବୟସ୍ ପୁରା ମାଡ଼ିତମ୍ ।
27 ମାମ୍ ମିଇ ମୁନେ ମୁନେ ମା ବିଷୟ ୱେର୍ ରଃତିତମ୍; ମେଣ୍ଡେ ମିଇ ବେନ୍ ସାରେ ନାରୁଡ଼୍ ଗାରେ ନିତିତାନ୍, ଅଡ଼୍କିଙ୍କ୍ ଦାନ୍ଦେ ମାଡ଼ିତମ୍ ନୁ ମାମ୍ ମିଇ ଶତ୍ରୁଡ଼୍ଆଗାଙ୍କ୍ ଗେଲ୍ସ୍ପିତମ୍। 28 ମାମ୍ ମିଇ ମୁନେ ମୁନେ କାନ୍ଡ଼୍ରୁମ୍ତିଙ୍କ୍ ରଃତିତମ୍; ଅଡ଼୍ ହିବ୍ଦୀୟ ନୁ କିଣାନୀୟ ନୁ ହିତ୍ତୀୟନଡ଼୍କ୍ ମିଇ ମୁନେ ତଲିଦ୍ତଡ଼୍। 29 ମାତର୍ ଅଣ୍ଡୟ ବର୍ଷ ମିଇ ମୁନ୍କନ୍ ଆୱିଙ୍କ୍ ମୁସିୱାଡ଼୍, ଆଲାନ୍ଆତ୍କେ ଦେଶ୍ ସିମ୍ସାମ୍ ଆଦ୍ତେ ନୁ ମିଇ ପାକେ ମେଟେତ୍ ଜିୱାକ୍କିନ୍ ସଂକ୍ୟା ନାର୍ଗେ ଆଦ୍ତା। 30 ମିଡ଼୍ ବେସୁଙ୍କ୍ଆଇନା ପୁନ୍ୱିଡ଼୍ ନୁ ଦେଶତିଙ୍କ୍ ଅଦିକାର୍ ମାଡ଼ାଙ୍କ୍ ପାର୍ୱିଡ଼୍, ଆସୁଙ୍କ୍ ଆଇନା ମାମ୍ ମିଇ ମୁନେ ଆୱିଙ୍କ୍ ପେର୍କେ ପେର୍କେ ତଲିଦ୍ତମ୍। 31 ମେଣ୍ଡେ ମାମ୍ ସୂଫ ସାଗର୍ତାଗ ପଲେଷ୍ଟିୟଡ଼୍କିଙ୍କ୍ ସମୁଦ୍ର ୱେଉନା ନୁ ଆଞ୍ଚିନାଗ୍ ଫରାତ୍ ବେଡ଼େମ୍ ୱେୟିନା ମିଇ ସିମା ତିଆର୍ ମାଡ଼୍ତାନ୍; ବାତେଙ୍କ୍ଇତ୍କେ ମାମ୍ ଆ ଦେଶତେ ନାରିଡ଼୍କିଙ୍କ୍ ମିଇ କାଇଦେ ପସ୍ପିଦ୍ତମ୍; ଆସୁଟ ମିଡ଼୍ ନିଜର ମୁନେକନ୍ ଅଡ଼୍କିଙ୍କ୍ ତଲିଦ୍ତମ୍। 32 ମିଡ଼୍ ଅଡ଼୍ତଡ଼୍ କି ଅଡ଼୍ ଦେୟାକିନ୍ତଡ଼୍ ବେନ୍ବା ନିୟମ୍ ପାଲନ୍ ମାଡ଼୍ମାଟ୍। 33 ଅଡ଼୍ ମିଇ ଦେଶତାଗ୍ ବାସେ ମାଡ଼ଡ଼୍, ଆଲେକେ ଅଡ଼୍ ମା ବିରୁଦ୍ଧତେ ମିକିଙ୍କ୍ ପାପ୍ ମାଡ଼ାଙ୍କ୍ମାଡ଼ିତଡ଼୍; ବେଲାକି ମିଡ଼୍ ବେସୁଙ୍କ୍ ଅଡ଼୍ ଦେୟାକ୍ ସେବା ମାଡ଼୍କେ, ଆସୁଟ ଆଦ୍ ମିଇ ମାଇଦିଙ୍କ୍ ଉଡ଼ିୟିଇନା ଆଦ୍ତେ।