1 ଆଗାକନ୍ ସଦାପ୍ରବୁ ମୋଶାଙ୍କ୍ କେତ୍ତଣ୍ଡ, ମାମ୍ ଅବ୍ରାହାମ୍, ଇସ୍ହାକ ନୁ ଯାକୁବ ଗାରେ ପ୍ରମାଣ ମାଡ଼ି ବେନ୍ ଦେଶ ବିଷୟ୍ତେ କେସମାତ୍ତମ୍, ମିଇ ପିଲୁଡ଼୍ତିଙ୍କ୍ ଇ ଦେଶ ଇଦ୍ତମ୍, ଆ ଦେଶ ଆଦିନ୍ମାଇଦିଙ୍କ୍ ମିଡ଼୍ ନୁ ମିସରକନ୍ ୱାସ୍ମାନ୍ଦାନ୍ ନାରୁଡ଼୍କିଙ୍କ୍ ଇ ପଡ଼ିୟ୍କନ୍ ରଃମୁଟ୍; 2 ମାମ୍ ମିଇ ମୁନେ ମୁନେ ଅଣ୍ଡୟ୍ ଦୂତ୍ ରଃତିତମ୍; ମେଣ୍ଡେ ମାମ୍ କିଣାନୀୟ, ଇମୋରିୟ, ହିତ୍ତୀୟ, ପରିଷୀୟ, ହିବ୍ଦୀୟ ନୁ ଯିବୂଷୀୟ ନାରୁଡ଼୍କିଙ୍କ୍ ତଲିଇଦିକାଡ଼୍। 3 ଇଦିନ୍ ମାଇଦିଙ୍କ୍ ଆ ପାଲ୍ ନୁ ଉର୍ୱେ ପେୟିତାନ୍ ଦେଶ୍ତାଗ୍ ଆନୁଟ୍; ମାତର୍ ମାମ୍ ମିଇ ନାଡ଼୍ମେ ଆସ୍ ଆନ୍ନମ୍; ଆତ୍କେ ମାମ୍ ଆର୍ରଦାଗ୍ ମିକିଙ୍କ୍ ଆୱୁକାନାଦ୍ ମାଡ଼ିତମ୍, ବାତେଙ୍କ୍ଇତ୍କେ ମିଡ଼୍ ଉର୍ଗାଡ଼୍ ନାରୁଡ଼୍।
4 ନାରୁଡ଼୍ ଇ କାରାପ୍ କାବୁର୍ କେଞ୍ଜି ଦୁଃକାମ୍ ମାଡ଼୍ତଡ଼୍; ବେନ୍ ନିଜର ମେନ୍ଦୁଲ୍ତେ ନେଡ଼େମ୍ କେର୍ୱଡ଼୍ ଆତ୍ତଡ଼୍। 5 ବାତେଇତ୍କେ ସଦାପ୍ରବୁ ମୋଶାଙ୍କ୍ କେସ୍ମାତ୍ତଣ୍ଡ୍, ମିଡ଼୍ ଇସ୍ରାଏଲତେ ନାରୁଡ଼୍କିଙ୍କ୍ ଇଦ୍ ଗଟ୍ କେଲ୍ମୁଟ୍, ମିଡ଼୍ ଉର୍ଗାଡ଼୍ ନାରୁଡ଼୍, ବେସୁଙ୍କ୍ ମାମ୍ ଅଣ୍ଡୟ୍ ଜିନିଷ୍ ମିୟାଗ୍ ଆଦ୍ତମ୍, ଆସୁଙ୍କ୍ ମାମ୍ ମିକିଙ୍କ୍ ଆୱୁକାନାଦ୍ ମାଡ଼୍ତମ୍; ମିଡ଼୍ ଇଞ୍ଜେ ନିଜର ମେନ୍ଦୁଲ୍ ତିଙ୍କ୍ ମୁସାନାଦ୍ ଜେକେ ମାଡ଼ାଟ୍, ଆସୁଟ୍ ମିଇ ପର ବାତେ ଦର୍କାର୍ ଆଦ୍ତେ ଆଦ୍ ପୁନ୍ଦିକାଡ଼୍। 6 ଆଗାକନ୍ ଇସ୍ରାଏଲତେ ମାର୍ ହୋରେବ୍ ମେଟେ ଗାରେ ଅଗ୍ରସର୍ ଆସ୍ ଆନ୍ ଆନ୍ ନିଜର ନିଜର ସାରେ ମୁସାନାଦ୍ ଜେକେ ମାଡ଼୍ତଡ଼୍।
7 ଇ ସମୟତେ ଇଲାନେ ମାତ୍ତେ ଯେ, ମୋଶାଲ୍ ଗୁଡ଼ୁସେତାଗ୍ ବାଇଦେ ନୁ ଗୁଡ଼ୁସେତ୍ ଜେକେ ତିଆର୍ ମାଡ଼୍ତଣ୍ଡ୍, ନୁ ତାନ୍ ପେଦେର୍ କାଇଲାନ୍ ଗୁଡ଼ୁସା ଇତ୍ତଣ୍ଡ୍। ସଦାପ୍ରବୁଙ୍କ୍ ମେଃକାନ୍ ସାରେ ନାରୁଡ଼୍ ସାମ୍ଡ଼େତ୍ ବାୟିଦେତ୍ ପାକେ ଆ କାଇଲାନ୍ ଗୁଡ଼ୁସା ଗାରେ ଆଦ୍ତଡ଼୍ । 8 ମେଣ୍ଡେ, ଇଲାନେ ଗଟେମ୍ ଆତ୍ତେ ଯେ, ମୋଶାଲ୍ ପେୟିସ୍ ଆ ଗୁଡ଼ୁସେତ୍ ଗାରେ ଆଦାନ୍ ସମୟ୍ତେ ସାରେ ନାରୁଡ଼୍ ତେଦି ନିଜର ନିଜର ଗୁଡ଼ୁସେତ୍ ଆର୍ଦାଗ୍ ନିତ୍ତଡ଼୍, ମେଣ୍ଡେ ବେସୁଙ୍କ୍ ଆଇନା ମୋଶାଲ୍ ଆ ଗୁଡ଼ୁତାଗ ନେଗଣ୍ଡ୍, ଆସୁଙ୍କ୍ ଆଇନା ଅଡ଼୍ ତାମ୍ ପେର୍କେ ଉଡ଼୍ ମାତ୍ତଡ଼୍। 9 ଆଗାକନ୍ ମୋଶାଲ୍ ମୟଲ୍ତାଗ୍ ନେଙ୍ଗୱାନାକେ, ମୟଲ୍ତେ ଡ଼ିଗି ଗୁଡ଼ୁସେତ୍ ଆର୍ରଦାଗ୍ ୱାସ୍ କୁଦ୍ତେ; ଆସୁଟ୍ ସଦାପ୍ରବୁ ମୋଶାନ୍ ତଡ଼୍ ତିର୍ତଣ୍ଡ୍। 10 ଗୁଡ଼ୁସେତ୍ ଆର୍ରଦାଗ୍ କୁଦତେ ମୟଲ୍ ଉଡ଼୍ ୱାନାକେ, ସାରେ ନାରୁଡ଼୍ ତେଦି ସାରେତଡ଼୍ ନିଜର ନିଜର ଗୁଡ଼ୁସେତ୍ ଆର୍ରଦାଗ୍ ମାଞ୍ଜ୍ ନମସ୍କାର୍ ମାଡ଼୍ତଡ଼୍। 11 ନାରୁଡ଼୍ ବେଲା ସାଙ୍ଗତଡ଼୍ ତିର୍ୟିତଡ଼୍, ଆଲେନେ ସଦାପ୍ରବୁ ସାମ୍ନା ସାମ୍ନି ଆସ୍ ମୋଶାନ୍ ତଡ଼୍ ତିର୍ତଣ୍ଡ୍; ଆଗାକନ୍ ମୋଶାଲ୍ ସାମ୍ଡ଼େତା ମାଲ୍ସ୍ ୱାତ୍ତଣ୍ଡ୍, ମାତର୍ ନୁନର୍ତେ ମାର୍ ଯିହୋଶୂୟ୍ ପେଦେର୍ତଣ୍ଡ୍ ତାମ୍ ଲେୟିଣ୍ଡ୍ ଚାଲାମାଡ଼୍ନଣ୍ଡ୍ ଗୁଡ଼ୁସେତାଗାଙ୍କ୍ ପେୟିସ୍ ଆତ୍ତଣ୍ଡ୍।
12 ତାନ୍ପେର୍କେ ମୋଶାଲ୍ ସଦାପ୍ରବୁଙ୍କ୍ କେତ୍ତଣ୍ଡ, ଉଡ଼୍, ନିମେ ଇ ନାରୁଡ଼୍କିଙ୍କ୍ ଅଦାନ୍ ମାଇଦିଙ୍କ୍ ନାକିଙ୍କି କେତୁତି, ମାତ୍ର ନିମେ ନାତଡ଼୍ ବେନଙ୍କ୍ ରତ୍ତି, ଇଦି ମିଡ଼୍ ନାକିଙ୍କ୍ ପୁଞ୍ଜ୍ୱିଡ଼୍। ଆଗେକ୍ବା ମିଡ଼୍ କେତୁତିଡ଼୍, ମାମ୍ ପେଦେର୍ତଡ଼୍ ମିକିଙ୍କ୍ ପୁତ୍ତମ୍ ନୁ ମିଡ଼୍ ମାଆ କଣ୍ଡେତେ ଅନୁଗ୍ରହ ଆସ୍ମିନ୍ଦେନ୍। 13 ସାୟ୍, ନାନ୍ ବେସୁଙ୍କ୍ ମିଇ କଣ୍ଡେତେ ଅନୁଗ୍ରହ ଆସ୍ମିନ୍ଦେନ୍, ଆଦିଙ୍କ୍ ପ୍ରାର୍ତନା ମାଡ଼ୁତା, ନାନ୍ ମିଇ କଣ୍ଡେତେ ଅନୁଗ୍ରହ ପାୟେମ୍ ଆଦାନ୍ ଆସତେ ବେଲା ନିକିଙ୍କ୍ ପୁନ୍ଦଦେ ପାର୍ତାନ୍, ଇଦିନ୍ମାଇଦିଙ୍କ୍ ଇଞ୍ଜେ ନିମେ ନାକିଙ୍କ୍ ନିଜର ଆର୍ଦେ ପୁଞ୍ଜ୍ପାନ୍; ମେଣ୍ଡେ ଇ ଗୋଷ୍ଟି ବେଲା ମିଇ ନାରୁଡ଼୍, ଇଦି ଏର୍କେମାଡ଼୍। 14 ଆସୁଟ୍ ଅଣ୍ଡ୍ କେତ୍ତଣ୍ଡ୍, ନା ମୁନେ ମିଇ ତଡ଼୍ ଆଦ୍ତିଡ଼୍, ମେଣ୍ଡେ ମାମ୍ ମିକିଙ୍କ୍ ରମାନ୍ଦିନାମ୍ ଇଦ୍ତମ୍। 15 ଆସୁଟ ଅଣ୍ଡ୍ ଅକିଙ୍କ୍ କେତ୍ତଣ୍ଡ୍, ଯଦି ମିଇ ମୁନେ ମା ତଡ଼୍ ଆନ୍ମାଟ୍, ଇ ପଡ଼ିୟେକନ୍ ମାକିଙ୍କ୍ ଅୟିମାଟ୍।" 16 ବାତେଙ୍କ୍ଇତ୍କେ ନାନ୍ ନୁ ମିଇ ଇ ନାରୁଡ଼୍ ବେଲା ମିଇ କଣ୍ଡେତେ ଅନୁଗ୍ରହ ଆସ୍ ମାଡ଼ମିନ୍ଦେମ୍, ଇଞ୍ଜ ଇଦି ବେଲା ବାତେ ପୁଞ୍ଜ୍ପିତମ୍ ? ବେଲାନେ ନାନ୍ ନୁ ମିଇ ନାରୁଡ଼୍ ପୃତିବିତେ ସାରେ ନାରୁଡ଼୍କନ୍ ସାୟେ ନାରୁଡ଼୍ ଆଦ୍ତାଡ଼୍, ମାତଡ଼୍ ମିଇ ଆଦାନ୍ଆର୍ର କି ଇଦ୍ କେଞ୍ଜ୍ସ୍ପାନଙ୍କ୍ ଆୟ।
17 ତାନ୍ପେର୍କେ ସଦାପ୍ରବୁ ମୋଶାଙ୍କ୍ କେତ୍ତଣ୍ଡ, ଇଦି ବେନ୍ ଗଟ୍ ମିଡ଼୍ କେତ୍ତିଡ଼୍, ଆଦ୍ଦେ ହିଁ ମାମ୍ ମାଡ଼୍ତମ୍, ବାତେଙ୍କ୍ଇତ୍କେ ମିଡ଼୍ ମା ଅଣ୍ଡ୍ ଅନୁଗ୍ରହ ପାହେମ୍ ଆତ୍ତିଡ଼୍, ମେଣ୍ଡେ ମାଆ ପେଦେର୍ତେ ନିକିଙ୍କ୍ ପୁତ୍ତମ୍। 18 ମେଣ୍ଡେ ଅଣ୍ଡ୍ କେତ୍ତଣ୍ଡ୍, ପ୍ରାର୍ତନା ମାଡ଼ୁତାନ୍ ନିମେ ନାକିଙ୍କି ନିଜର ଗୌରବ୍ ତମ୍।
19 ଅଣ୍ଡ୍ ଉତ୍ତର ମାଡ଼୍ତଣ୍ଡ୍, "ମାମ୍ ନି ମୁନେଇସ୍ ନିଜେତେ ସାରେ ସାୟେତ୍ ଆର୍ ଅଦ୍ତମ୍, ମି ମୁନେ ସଦାପ୍ରବୁନ୍ ପେଦେର୍ କେତିତମ୍; ମାମେ ବାତ୍ତେ ଅନୁଗ୍ରହ ମାଡ଼୍ତମ୍, ଅକିଙ୍କ୍ ଅନୁଗ୍ରହ ମାଡ଼ିତମ୍ ନୁ ବେନଙ୍କ୍ ଦୟା ମାଡ଼ିତମ୍, ଅକିଙ୍କି ଦୟା ମାଡ଼ିତମ୍ । 20 ଅଣ୍ଡ୍ ମେଣ୍ଡେ କେତ୍ତଣ୍ଡ୍, ମିଡ଼୍ ନା ମକମ୍ ଉଡ଼୍ ପାର୍ୱିଡ଼୍; ବାତେଙ୍କ୍ଇତ୍କେ ନାରୁଡ଼୍ ନାକିଙ୍କି ଉଡ଼୍ ଗେଲ୍ସଡ଼୍।" 21 ସଦାପ୍ରବୁ କେତ୍ତଣ୍ଡ୍, ଉଡ଼୍, ମାଆ ଗାରେ ଅଣ୍ଡୟ୍ ପୟଡ଼୍ ମିନ୍ଦେ, ମିଡ଼୍ ଆ କାଲ୍ଦେ ପର ନିତିତ୍; 22 ଆସୁଟ୍ ମିଇ ଗାରେ ଇସ୍ ନା ଗୌରବ୍ ୱାଦାନ୍ ସମୟତେ ନା ମିକିଙ୍କ୍ କାଲ୍ଦେ ଆ ଚିହ୍ନେତାଗ୍ ନେତିତାନ୍ ନୁ ମା ଆଦ୍ଦାନ୍ ଶେଷ ଆଇନା ନିଜର କାଇଦେ ନିକିଙ୍କି ମୁଚିତାନ୍। 23 ତାନ୍ପେର୍କେ ମାମ୍ ନିଜର କାଇ ଟେଣ୍ଡେ ଅତ୍କେ ନିମେ ମା ମେନ୍ଦୁଲ୍ ଉଡ଼୍ତି, ମାତ୍ର ମା ମକମ୍ ତନ୍ଦ।