1 ନିଜାତାଦ୍ କାରାପ୍ କେଜିତିଙ୍କ୍ ସଦାପ୍ରବୁନ୍ ପାସ୍କାନ୍ ବିଷୟ । ମାତର୍ ସାୟେତ୍ କେଜିଗୁଣ୍ଡ୍ତିଙ୍କ୍ ଅଣ୍ଡ୍ ପସନ୍ଦ୍ ମାଡ଼ିତତଣ୍ଡ୍ । 2 ଅହଙ୍କାର୍ ୱାତ୍କେ ସିଗ୍ୱାଦ୍ତେ; ମାତର୍ ଲେକେତ୍ ନାରୁନାଗ୍ ଜ୍ଞାନ ମାନ୍ତେ । 3 ସାୟେ ନାରୁଣ୍ଡ୍ ସାୟେତାଦ୍ ଅଡ଼୍କିଙ୍କ୍ ଆର୍ ତତିତ୍, ମାତର୍ ବିଶ୍ୱାସଗାତକିଡ଼୍ କାରାପ୍ ବେବାର୍ ଅଡ଼୍କିଙ୍କ୍ ଦଂସ ମାଡ଼ିତ୍ । 4 କପାମ୍ ଦିନାତେ ଦନ୍ ମାନ, ମାତର୍ ଦାର୍ମିକ୍ତେ ଡଲ୍ତାଗାଙ୍କ୍ ରକ୍ଷା ମାଡ଼ିତଣ୍ଡ୍ । 5 ସାୟେ ନାରୁନ୍ ଦାର୍ମାମ୍ ଅନ୍ ଆର୍ ତିନାଙ୍କ୍ ମାଡ଼ିତଣ୍ଡ୍, ମାତର୍ ଦୁଷ୍ଟ ନିଜେତ୍ ଦୁଷ୍ଟତେ ଡ଼ଲିତଣ୍ଡ୍ । 6 ସାୟେତ୍ ନାରୁଡ଼୍ ଦାର୍ମାମ୍ତେ ଅଡ଼୍କିଙ୍କ୍ ଉଦ୍ଦାର୍ ମାଡ଼ିତ୍, ମାତର୍ ବିଶ୍ୱାସଗାତକନଡ଼୍ ନିଜେ ନିଜେତ୍ କାରାପ୍ତେକଞ୍ଜ୍ ଦରାପଡ଼େମ୍ ଆଦ୍ତଡ଼୍ । 7 ଦୁଷ୍ଟଡ଼୍ ଡ଼ଲ୍କେ, ଅନ୍ ବରସା ନଷ୍ଟ ଆଦ୍ତେ ନୁ ଅଦାର୍ମିକିଡ଼୍ ନାରୁଡ଼୍ ଆଶେ ନଷ୍ଟ ଆଦ୍ତେ । 8 ଦାର୍ମିକ ଦୁଃକାମ୍କଞ୍ଜ୍ ଉଦ୍ଦାର୍ ଆଦ୍ତଣ୍ଡ୍, ମେଣ୍ଡେ, ଦୁଷ୍ଟଅନ୍ ବାଦୁଲ୍ତେ ଆଗାକନ୍ ୱାଦ୍ତଣ୍ଡ୍ । 9 ଦର୍ମଇଲ୍ୱେ ନାରୁଣ୍ଡ୍ ନିଜର ପାୟୁର୍କନ୍ ଗାରେତଙ୍କ୍ ନଷ୍ଟ ମାଡ଼ିତଣ୍ଡ୍, ମାତର୍ ଦାର୍ମିକ୍ ଜ୍ଞାନତେ ଉଦ୍ଦାର୍ ପାହେମ୍ ଆଦ୍ତଣ୍ଡ୍ । 10 ଦାର୍ମିକତେ ସାୟେ ଆତ୍କେ, ନଗର ୱେଡ଼୍କେ ମାଡ଼ିତ୍; ମେଣ୍ଡେ, ଦୁଷ୍ଟନଡ଼୍ ଡ଼ଲ୍କେ, ଜିଡ଼ାନାଦ୍ ଲେଙ୍ଗ୍ ମାଡ଼ିତଡ଼୍ । 11 ଲେକେତ୍ ନାରୁନ୍ ଆଶିର୍ବାଦତେ ନଗର ସାୟେ ଆଦ୍ତେ, ମାତର୍ ଦୁଷ୍ଟ ନାରୁନ୍ ପାୟୁର୍ ନଷ୍ଟ ଆଦ୍ତେ । 12 ବେନ୍ ନିଜର ଗାରେତଡ଼୍କିଙ୍କ୍ ପାସ୍କିତଣ୍ଡ୍, ଅଣ୍ଡ ମୁର୍କ; ମାତର୍ ବୁଦ୍ଦ୍ମାନ୍ଦାନଣ୍ଡ୍ କଟମାନ୍ତଣ୍ଡ୍ । 13 ବେନ୍ ବଲଡ଼ି, ଅଣ୍ଡ ଲପେତ୍ ବିଷୟ କେତିତଣ୍ଡ୍, ମାତର୍ ବେନ ବିଶ୍ୱାସ୍ ମାନ୍ଦାନଣ୍ଡ୍, ଅଣ୍ଡ୍ ଆ ଗଟ୍ତିଙ୍କ୍ ମିଞ୍ଜ୍ସ୍ପି ନେଃତିତଣ୍ଡ୍ । 14 ସାୟେତଡ଼୍ ଅବାବ୍ତେ ଜାତିତେ ମୁଡ଼୍ନ୍ଦି ଆଦ୍ତଡ଼୍, ମେଣ୍ଡେ, ନାର୍ଗେ ମାନ୍ଦେ ନାରୁଡ଼୍ ମନ୍ତ୍ରୀନଡ଼୍ ପର ଜାତିତେ ଜିଡ଼ାନାଦ୍ ଆଦ୍ତେ । 15 ପୁନେୱେ ନାରୁଡ଼୍ ମାଇଦିଙ୍କ୍ ବେନ ନାଡ଼୍ମେତଣ୍ଡ୍ ଆଦ୍ତଣ୍ଡ୍; ଅଣ୍ଡ୍ ନିଜାମ୍ ତିପାଲ୍ ଆଦ୍ତଣ୍ଡ୍; ମାତର୍ ନାଡ଼୍ମେତଣ୍ଡ୍ ଆଦାନଙ୍କ୍ ବେନ ପାସ୍କିତଣ୍ଡ୍, ଅଣ୍ଡ୍ ୱେର୍ଇଲ୍ୱେ ମାନ୍ତଣ୍ଡ୍ । 16 ଅନୁଗ୍ରହତେ ମାନ୍ଦାନ୍ ନାଟାଡ଼୍ ସନ୍ମାନ୍ ପୟିସ୍ ନେଃତିତ୍, ମେଣ୍ଡେ, ଦୟା ଇଲ୍ୱେନଣ୍ଡ୍ ୱେରେ ନାରିନ୍ ସମ୍ଫତ୍ତି ପୟିସ୍ ନେଃତିତଣ୍ଡ୍ । 17 ଦୟାତେ ନାରୁନ୍ ନିଜେତ୍ ଜିୱୁନ୍ତିଙ୍କ୍ ସାୟେ ନେଃତିତଣ୍ଡ୍; ମାତର୍ ବେନ୍ ଦୟାଇଲ୍ୱନଣ୍ଡ୍, ଅଣ୍ଡ୍ ନିଜେତ୍ ମେନ୍ଦୁଲ୍ତିଙ୍କ୍ ଦୁଃକ ଇଦ୍ତଣ୍ଡ୍ । 18 ଦୁଷ୍ଟ ନାରୁନ୍ ମିଚ୍ଗଟି କେତିତଣ୍ଡ୍, ମାତର୍ ବେନ୍ ଦର୍ମୱିଉ ୱିତିତଣ୍ଡ୍, ଅନାଦ୍ ନିଜାମ୍ତେ ପୁରଷ୍କାର୍ ମିନ୍ଦେ । 19 ବେନ୍ ନାରୁଡ଼୍ ଦାର୍ମିକ୍ତାଗ୍ ସତ୍ ମାନ୍ତଣ୍ଡ୍, ଅଣ୍ଡ୍ ଜିଉନ୍ ପାହେମ୍ ଆଦ୍ତଣ୍ଡ୍; ମେଣ୍ଡେ, କାରାପ୍ ପାଡ଼୍ୟିଦେ ପେର୍କେ ବେନ ମିରିତଣ୍ଡ୍, ଅଣ୍ଡ୍ ନିଜେ ଡଲାନାଦ୍ ତାତିତଣ୍ଡ୍ । 20 କପାମ୍ ଗଟିନ୍ ନାରୁଡ଼୍ ସଦାପ୍ରବୁଙ୍କ୍ ପାସ୍କାନଡ଼୍ ଆଦ୍ତଡ଼୍, ମାତର୍ ଲେକେତ୍ ନାରୁଡ଼୍ ଅନ୍ ପାକେ ୱେଡ଼୍କେତ୍ ନାରୁଡ଼୍ ଆଦ୍ତଡ଼୍ । 21 କାରାପ୍ ନାରୁଡ଼୍ କାଇକ୍ ପୟିତା ପହିତି ଆତ୍କେ ବା ଅଡ଼୍ ଦଣ୍ଡିତ୍ ଆଦ୍ତଡ଼୍, ମାତର୍ ଦାର୍ମିକନଡ଼୍ ପିଲୁଡ଼୍ ରକ୍ଷା ପାହେମ୍ ଆଦ୍ତେ । 22 ପାଦ୍ ମୁଟେତାଗ୍ ବେଲାନେ ସୁନାତାଦ୍ ଡଣ୍ଡି, ଆଲାନେ ସାୟେତ୍ ବିଚାର୍ତିଙ୍କ୍ ୱିଡ଼୍ସମାନ୍ଦାନ୍ ସୁନ୍ଦର୍ ମାନ୍ଦାନ୍ ମୁତେ । 23 ଦାର୍ମିକ ନାରୁଡ଼୍ ଆଶେତେ କାୟେ ମାତର୍ ସାୟେତାଦ୍, ନୁ ଦୁଷ୍ଟନଡ଼୍ ଆଶେତେ କାୟେ କପାମ୍ । 24 ବେନ୍ବେନ ଦାନମାଡ଼ି ମେଣ୍ଡେ ପେର୍ସିତଡ଼୍, ମେଣ୍ଡେ, ବେନବେନ ସାୟେତ୍ ରେଟ୍ ଅସ୍ୱିକାର ମାଡ଼୍କେନେ ଆଗେକନ୍ ମାତର୍ ଅବାବ୍ ଜନମ୍ ଆଦ୍ତେ । 25 ଦାନ ଇଦାନ୍ ନାରୁଡ଼୍ ଆଶିର୍ବାଦ୍ ଆଦ୍ତଣ୍ଡ୍, ମେଣ୍ଡେ, ଏର୍ଇଲ୍ସ୍କାନ୍ ନାରୁଡ଼୍ ନିଜେ ବା ଏର୍ ଇଲିସ୍କି ଆଦ୍ତଣ୍ଡ୍ । 26 କାଦି ବେନ ଗୁଡ଼୍ପି ନେଃତିତଣ୍ଡ୍, ଅକିଙ୍କ୍ ନାରୁଡ଼୍ ଅବିଶାପ ଇଦ୍ତଡ଼୍, ମାତର୍ ବେନ୍ ନାରୁଡ଼୍ ଆଦିଙ୍କ୍ ୱାମିତଡ଼୍, ଅଙ୍କ୍ ଆଶିର୍ବାଦ ଆଦ୍ତେ । 27 ବେନ୍ ନାରୁଡ଼୍ ଯତନ୍ତେ ସାୟେତ୍ ବିଷୟ୍ ଚେଷ୍ଟା ମାଡ଼ିତଣ୍ଡ୍, ଅଣ୍ଡ୍ ଅନୁଗ୍ରହ ପାହେମ୍ ଆଦ୍ତଣ୍ଡ୍, ମେଣ୍ଡେ ବେନ ୱେରେତଙ୍କ୍ କାରାପ୍ ମାଡ଼ାନଙ୍କ୍ ମେଃକିତଣ୍ଡ୍, ଅନ୍ ପର ଆଦେ ଗଟେମ୍ ଆଦ୍ତେ । 28 ନିଜର ଦନ୍ତାଗ୍ ବେନ୍ ଆଶେ ନେଃତିତଣ୍ଡ୍, ଅଣ୍ଡ୍ ଡଲିତଣ୍ଡ୍; ମାତର୍ ଦାର୍ମିକ୍ ନାରୁଡ଼୍ କଡ଼୍ସାନ୍ ଆକ୍ ଲେକାମ୍ ଢ଼ାଟାମ୍ ଆଦ୍ତଣ୍ଡ୍ । 29 ନିଜର ପରିବାର୍ଦିଙ୍କ୍ ବେନ ଦୁଃକ ଇଦ୍ତଣ୍ଡ୍, ଅଣ୍ଡ୍ ଗାଲ୍ ଇନା ଅଦିକାର ପାହେମ୍ ଆଦ୍ତଣ୍ଡ୍; ମେଣ୍ଡେ, ବୁଦ୍ଦ୍ଇଲ୍ୱେ ନାରୁଡ଼୍ ବୁଦ୍ଦିନ୍ ନାରୁନ୍ ଦାସ ଆଦ୍ତଣ୍ଡ୍ । 30 ଦାର୍ମିକ୍ ନାରୁଣ୍ଡ୍ କାୟା ଜିଉ ମାନ୍ଦାନ୍ ମାଡ଼େ ଲେକାମ୍ ଆଦ୍ତଣ୍ଡ୍, ମେଣ୍ଡେ, ବେନ୍ ବୁଦ୍ଦିମାନ, ଅଣ୍ଡ୍ ୱେର୍ତଡ଼୍ ଆତ୍ମା ଲାବ୍ ମାଡ଼ିତଣ୍ଡ୍ । 31 ଉଡ଼େ, ପୃତିବିତେ ଦାର୍ମିକିଡ଼୍ ବା ଆଦିନ୍ କାୟେ ପାହେମ୍ ଆଦ୍ତଡ଼୍, ଆସୁଙ୍କ୍ ଦୁଷ୍ଟ ନୁ ପାପିଡ଼୍ ବାତେ ଅଦିକ୍ ପାହେମ୍ ଆୟଡ଼୍ ?
Publicidade
Publicidade