1 ବେଲାନେ ଏଦ୍କାଲାତେ ଇମ୍ଏର୍ ନୁ ପସଲ୍ କୟିଦାନ୍ ସମୟତେ ୱାର୍ସାମ୍, ଆଲାନେ ମୁର୍କଙ୍କ୍ ସନ୍ମାନ୍ ଇଦାନାଦ୍ ଟିକ୍ ଇଲ୍ୱେ । 2 ଅବିଚାପ୍ ନିକିଙ୍କ୍ ନଷ୍ଟମାଡ଼୍ଡ଼େ ପାର୍ୱ, ଯଦି ନିମେ ଆଦ୍ ପାହେମ୍ ଆଦାନଙ୍କ୍ ଯଗ୍ଯଇଲେ; ଆୱୁ ପିଟେକିନ୍ ଲେକାମ୍ ବେନା ପାର୍ସ୍ ଆଦ୍ତା ନୁ ବେସୁଙ୍କ୍ କଟ ଆୟ । 3 ଗୁରାତ୍ ମାଇଦିଙ୍କ୍ କରଡ଼ା ଗଦତ୍ ମାଇଦିଙ୍କ୍ ଲଗାମ୍, ମେଣ୍ଡେ, ମୁର୍କନ୍ ମେନ୍ଦୁଲ୍ତେ ମାଇଦିଙ୍କ୍ ଡ଼ୁଡ଼୍ । 4 ମୁର୍କଙ୍କ୍ ଅନ୍ ବୁଦ୍ଦ୍ଇଲ୍ୱେ ଲେକାମ୍ ଉତ୍ତର ଇମାଟ୍, ଇତ୍କେ ମିଡ଼୍ ବା ଅନ୍ ସମାନ୍ ଆଦ୍ତିଡ଼୍ । 5 ମୁର୍କନ୍ ଅନ୍ ବୁଦ୍ଦ୍ଇଲ୍ୱେ ଲେକାମ୍ ଉତ୍ତର ଇମ୍, ଇଲୁକ୍ ଅଣ୍ଡ୍ ନିଜର କଣ୍ଢେତେ ନିଜ୍ତିଙ୍କ୍ ବୁଦ୍ଦ୍ ନାରୁଣ୍ଡ୍ ଇଞ୍ଜ ଆଲ୍ସିତଣ୍ଡ୍ । 6 ମୁର୍କନ୍ କାଇଦେ ବେନ କାବୁର୍ ରତିତଣ୍ଡ୍, ଅଣ୍ଡ୍ ନିଜର ପାଦାମ୍ ନିଜେ ନାଡ଼୍କି କଷ୍ଟ ଆଦ୍ତଣ୍ଡ୍ । 7 କୁଟାନ୍ ଡେକା ବେଲାନେ କୁଟକୁଟ ତାକିତଣ୍ଡ୍, ବୁଦ୍ଦ୍ଇଲ୍ୱେନନ୍ ପାୟୁର୍ତେ ସାୟେତ୍ ବାକ୍ୟ । 8 ରୁୱାଡ଼୍ତାଗେ କାଲ୍ବଦେ ତଃତାନାଦ୍ ବେଲାନ୍, ମୁର୍କ ନାରୁଙ୍କ୍ ସମ୍ମାନ୍ ଇଦାନାଦ୍ ଆଲାନେ । 9 ଅସ୍ତେ ନାରୁନ୍ କାଇଦେ ପୟ୍ସ୍ ମାନ୍ଦାନ୍ କୟେ ବେଲାନେ, ମୁର୍କଡ଼୍ ପାୟୁର୍ତେ ଜ୍ଞାନ୍ ବାକ୍ୟ ଆଲାନେ । 10 ବନ୍ୱାଲ୍ ବେଲାନେ ସାରେତଡ଼୍କିଙ୍କ୍ ସିଲ୍ଦମଲ୍ଦ ମାଡ଼ିତଣ୍ଡ୍, ଆଲାନେ ଆ ନାରୁଣ୍ଡ୍, ବେନ ମୁର୍କଙ୍କ୍ କୁଲ୍ ଇଦ୍ତଣ୍ଡ୍ ନୁ ବେନ୍ ଆର୍ତାକାନଙ୍କ୍ କୁଲ୍ ଇଦ୍ତଣ୍ଡ୍ । 11 ମିଡ଼୍ କାକିମାନ୍ଦାନ୍ ପଡ଼ିୟ୍ତାଗେ ମାଲ୍ଦାନ୍ ନେୟି ବେଲାନେ, ପୁନଃ ପୁନଃ ନିଜର ବୁଦ୍ଦ୍ଇଲ୍ୱେ ଲେକାମ୍ ପାଡ଼୍ୟି ମାଡ଼ାନଣ୍ଡ୍ ମୁର୍କ ଆଲେନେ । 12 ବେନ ନିଜର୍ କଣ୍ଢେତେ ଜ୍ଞାନି, ଇସତ୍ ନାରୁଙ୍କ୍ ଉଡ଼ୁତିଡ଼୍ କି ? ଅନ୍ ବାଦୁଲ୍ତେ ମୁର୍କ ବିଷୟତେ ଅଦିକ୍ ଆଶେ ମିନ୍ଦେ । 13 ମଣ୍ଡି କେତିତଣ୍ଡ, "ଆର୍ଦାଗେ ସିଂହଡୁୱ୍ ମିନ୍ଦେ, ଏରସ୍ତାଗେ ସିଂହଡୁୱ୍ ମିନ୍ଦେ ।" 14 ବେଲାନେ କବ୍ଜାତାଗେ କବାଟ୍ ଉଡିତ୍, ଆଲାନେ ମଣ୍ଡି ନିଜର୍ ଉଞ୍ଜତେ ପଡ଼ିୟେତାଗ୍ ଉଡିତଣ୍ଡ୍ । 15 ମଣ୍ଡିନ୍ ତାଲିତାଗେ କାଇ ଲିଃସ୍ ମେଣ୍ଡନ୍ଦାମ୍ ଆଦ୍ ପାୟୁର୍ତାଗେ ଅଦାନଙ୍କ୍ ଆୟ୍ୱିତଣ୍ଡ୍ । 16 ସାତ୍ଜାନ୍ ଲେକେତ୍ ଆଲ୍ସି ଉତ୍ତର଼୍ ଇଦାନ୍ ବାଦୁଲ୍ତେ ମଣ୍ଡି ନିଜର୍ କଣ୍ଢେତେ ଜ୍ଞାନି ଆଦ୍ତଣ୍ଡ୍ । 17 ବେନ୍ ନାରୁଣ୍ଡ୍ ଆର୍ଦାଗ୍ ଆଞ୍ଜ ଆଞ୍ଜ ନିଜେ ପୁନ୍ୱେ ନାରୁଡ଼୍ ରାମ୍କ୍ ଆଦାନାଗେ ନେଙ୍ଗି କପାମ୍ ଆଦାନଣ୍ଡ୍, ଅଣ୍ଡ ନେୟିଦେ କେୱ୍କିଙ୍କ୍ ପୟିତାନ୍ ନାରୁଣ୍ଡ୍ ଇନା । 18 କିସ୍ମିଟେତ୍ କାଡ଼୍ ନୁ ଡଲ୍ତନାଗ୍ କାଡ଼୍ଏସାନ୍ ଲେକାମ୍ ବକ୍ୱାଲ୍ ଏସାନାଦ୍ ଆଲାନେ; 19 ନିଜର ଗାରେତକିଙ୍କ୍ ବେନ୍ ନାରୁଣ୍ଡ୍ ଉଡ଼୍ସ୍ପି କେତିତଣ୍ଡ୍, "ନାନ୍ ବାତେ ଏସ୍କେ ମାଡ଼ନ୍ ?" ଆ ନାରୁଣ୍ଡ୍ ଆଲାନେ । 20 ୱେର୍କି ତେର୍କେ କିସ୍ ପିୟିଦ୍ତେ, ରାମ୍କ୍ ତାର୍ସ୍ପାନଣ୍ଡ୍ ଇଲକଟ ମାତ୍କେ ରାମ୍କ୍ ସାମ୍କ୍ ଆଦ୍ତା । 21 ବେଲାନେ ନିଡ଼୍ତାନ୍ ତାଡ଼୍ମିଙ୍କ୍ ତାଡ଼୍ମ୍ ନୁ କିସ୍ତିଙ୍କ୍ ୱେର୍କି, ଆଲାନେ ରାମ୍କ୍ ପେର୍ସ୍ପାନଙ୍କ୍ ରାମ୍କିନ୍ ନାରୁଣ୍ଡ୍ । 22 କେୱୁଦାଗ୍ ପେର୍ଲାନ୍ ଗଟ୍ ମିଙ୍ଗ୍ତେ ଲେକାମ୍, ଅନ୍ ହୃଦୟ୍ତେ ଲପେ ଆଦ୍ତେ । 23 କାରାପ୍ ହୃଦୟ୍ତଡ଼୍ ୱେଡ଼୍କେ ମାଡ଼ାନ୍ ପାୟୁର୍ ମାଣ୍ଡୁଲ୍ କୁଣ୍ଡେତାଗ୍ ମେତିମାନ୍ଦାନ୍ ରୂପା ଲେକାମ୍; 24 ପାସ୍କାନଣ୍ଡ୍ ନିଜର ପାୟୁର୍ତେ କପାମ୍ ଆଦ୍ତଣ୍ଡ୍, ମାତର୍ ମନତାଗ୍ ବୁସା ମାଡ଼ାନାଦ୍ ମାନ୍ତେ । 25 ଅଣ୍ଡ୍ ମିଙ୍ଗ୍ତେ ଲେଙ୍ଗ୍ଦେ କେତ୍ତଣ୍ଡ୍, ଆଦିଙ୍କ୍ ବିଶ୍ୱାସ ମାଡ଼୍ମାଟ୍, ବାତେଙ୍କ୍ଇତ୍କେ ଅନ୍ ହୃଦୟତେ ସାତଟାନ୍ ପାସ୍କାନ୍ ବିଷୟ ମିନ୍ତେ । 26 ଅନାଦ୍ ପାସ୍କାନ୍ କପାତେ ନିଜ୍ତିଙ୍କ୍ ମୁସ୍କେ ବା ଅନାଦ୍ କାରାପ୍ ସାରେତଡ଼୍ ମୁନେ ପେୟ୍ତିତ୍ । 27 ବେନ ଦର୍ରେ ଡେୱିତଣ୍ଡ୍, ଅଣ୍ଡ୍ ନିଜେ ଆଦିନ୍ ଲପେ ରାଲିତଣ୍ଡ୍; ମେଣ୍ଡେ, ବେନ କାଲ୍ବଦେ କୁଃତିତଣ୍ଡ୍, ଆଦ୍ ଅନ୍ ପର ରାଲିତେ । 28 ମିଚ୍କେତାନ୍ ୱାଞ୍ଜେର୍ ବେନଙ୍କ୍ ନଷ୍ଟ ମାଡ଼ିତ୍, ଆଦିଙ୍କେ ବା ପାସ୍କିତ୍; ମେଣ୍ଡେ, ପେର୍ଲାନ୍ ଗଟି ସାରେତାୱିଙ୍କ୍ ନଷ୍ଟ ମାଡ଼ିତ୍ ।
Publicidade
Publicidade