1 ରାମ୍କିନେ ତିନ୍ଦାନାଗ୍ ପୁରା ଲତ୍ତେ ବାଦୁଲ୍ତେ ଶାନ୍ତିତଡ଼୍ ୱାସ୍ତେ ରୁଟି ତିନ୍ଦାନାଦ୍ ସାୟେ । 2 ବେନ୍ ଦାସ ବୁଦ୍ଦ୍ତେ ମୁନେ ତାକିତଣ୍ଡ୍, ଅଣ୍ଡ୍ ସିଗ୍ତେ ମାର୍ଦେ ପର ସାଶନ୍ ମାଡ଼ିତଣ୍ଡ୍, ମେଣ୍ଡେ, ଦାଦାଲଡ଼୍ତଡ଼୍ ଅଦିକାର୍ ଦୁଡ଼େ ବାଗ୍ ପାହେମ୍ ଆଦ୍ତଣ୍ଡ୍ । 3 ରୁପା ନୁ ସୁନାତିଙ୍କ୍ କିସ୍ତଡ଼୍ ପରିକ୍ଷା ମାଡ଼ିତଡ଼୍; ମାତର୍ ସଦାପ୍ରବୁ ନାରୁଙ୍କ୍ ହୃଦୟତିଙ୍କ୍ ପରିକ୍ଷା ମାଡ଼ିତଣ୍ଡ୍ । 4 କରାପ୍ ପାଡ଼ିୟ୍ଦେ ନାରୁଣ୍ଡ୍ ଦୁଷ୍ଟ ପାୟୁର୍ତେ ଗଟି କେଞ୍ଜିତଡ଼୍, ମେଣ୍ଡେ, ମିଚ୍ ଗଟିନଡ଼୍ ହିଂସା ୱାଞ୍ଜେର୍ତେ କେୱୁତାରିତଣ୍ଡ୍ । 5 ବେନ୍ ନାରୁଡ଼୍ ଗରିବ୍ତିଙ୍କ୍ ଅପମାନ୍ ମାଡ଼ିତଣ୍ଡ୍, ଅଣ୍ଡ୍ ତାନ୍ ସୃଷ୍ଟିକର୍ତ୍ତାଙ୍କ୍ ନିନ୍ଦା ମାଡ଼ିତଣ୍ଡ; ମେଣ୍ଡେ, ବିପଦ୍ତେ ବେନ ୱେଡ଼୍କେ ମାଡ଼ିତଣ୍ଡ୍, ଅଣ୍ଡ୍ ନିଜାମ୍ ଦଣ୍ଡ ପାହେମ୍ ଆଦ୍ତଣ୍ଡ୍ । 6 ମାର୍କିଡ଼୍ ମାର୍କ୍ ମୁୟିତ୍ତେନଡ଼୍ ସଜ୍; ମେଣ୍ଡେ, ମାର୍କିଡ଼୍ ଆଶିର୍ବାଦ୍ ଅଡ଼୍ ୟାୟ୍ ବାବାଲଡ଼୍ । 7 ମୁର୍କନ୍ ପରୁ ସାୟେ କେତାନାଦ୍ ଟିକ୍ ଇଲେ, ସାଶନ୍ମାଡ଼ାନ୍ ନାରୁଡ଼୍ ମିଚ୍ କେତାନାଦ୍ ଅନାଗ୍ ଇଲେ । 8 ଲାଞ୍ଚଇଦାନ୍ ନାରୁଡ଼୍କନ୍ ଅଣ୍ଡୟ୍ ମଣି ଲେକାମ୍ ତନ୍ଦିତ୍, ଅଡ଼୍ ବେନ୍ପାକେ ଉଡ଼ିତଡ଼୍ ଆଗେଅଡ଼୍ ପୁରା ଆଦ୍ତେ । 9 ବେନ କାରାପ୍ତିଙ୍କ୍ କ୍ଷମା ମାଡ଼ିତଣ୍ଡ୍, ଅଣ୍ଡ୍ ପ୍ରେମ ମେଃକିତଣ୍ଡ୍; ମାତର୍ ବେନ ସେନେକ୍ ସେନେକ୍ ୱେରଡ଼୍ ଗଟ୍ତିଙ୍କ୍ କେତିତଣ୍ଡ୍, ଅଣ୍ଡ୍ ନାର୍ଗେ ସାଙ୍ଗଡ଼୍କିଙ୍କ୍ ୱେର୍ ମାଡ଼ିତଣ୍ଡ୍ । 10 ମୁର୍କଙ୍କ୍ ଶହେଦେବ୍ ରେଃତାନ୍ ବାଦୁଲ୍ତେ ବୁଦ୍ଦ୍ମାନ୍ଦାନଙ୍କ୍ ପଦେନ୍ ଗଟ୍ ଅଦିକ୍ ନଦ୍ତେ । 11 କାରାପ୍ ନାରୁଣ୍ଡ୍ ମାତର୍ ରାମ୍କ୍ ମେଃକିତଣ୍ଡ୍, ଆଦିଙ୍କ୍ ଅନ୍ ବିରୁଦ୍ଦତେ ଗାଡ଼୍ସିନ୍ କାବୁର୍ ରତିତଣ୍ଡ୍ । 12 ମୁର୍କ ନାରୁନ୍ ଗାରେ ଆଦାନ୍ ବାଦୁଲ୍ତେ ପିଲା ମାପିମାନ୍ଦାନ୍ ଏଡ଼୍ଜ୍ତେ ଗାରେ ଆଦାନାଦ୍ ସାୟେ । 13 ବେନ୍ ନାରୁନ୍ ସାୟେ ବାଦୁଲ୍ତେ କାରାପ୍ ମାଡ଼ିତଣ୍ଡ୍, ଅନ୍ ଲତ୍ତାଗ୍ କାରାପ୍ ବେସୁଙ୍କ୍ବା ୱିଡ଼୍ସ । 14 ରାମ୍କିନ୍ ଆରାମ୍ ବେନ ଏର୍ୱୁ ଡେୱି ଏର୍ ୱିଡ଼୍ସିଦାନ୍ ଲେକାମ୍; ଆଦିଙ୍କ୍ ରାମ୍କ୍ ଆଦାନ୍ ମୁନେ ୱିଡ଼୍ସାନାଦ୍ ସାୟେ । 15 ବେନ ଦୁଷ୍ଟଙ୍କ୍ ଦଷ୍ ମାଡ଼ଣ୍ଡ୍ ନୁ ବେନ ଦାର୍ମିକତିଙ୍କ୍ ଦଷ୍ ମାଡ଼ିତଣ୍ଡ୍, ଅଡ଼୍ ଇର୍ୱୁଡ଼୍ ସଦାପ୍ରବୁନାଗ୍ ସମାନ ଇନା ପାସ୍କାନଡ଼୍ । 16 ଜ୍ଞାନ୍ ଆସାନ୍ ମାଇଦିଙ୍କ୍ ମୁର୍କନ୍ କାଇଦାଗ୍ ବାତ୍ତିଙ୍କ୍ ଦନ୍ ମାନ୍ତେ ? ଅଙ୍କ୍ ତ ବୁଦ୍ଦ୍ ଇଲ୍ଲେ । 17 ସାଙ୍ଗ ସାରେଦାମ୍ ପ୍ରେମ ମାଡ଼ିତଣ୍ଡ୍, ମେଣ୍ଡେ ଦାଦାଲ୍ ବିପଦ୍ କାଲାମ୍ତେ ମାଇଦିଙ୍କ୍ ନିତିତଣ୍ଡ୍ । 18 ମୁର୍କ ନାରୁଣ୍ଡ୍ କାଇ ଇସ୍ ନିଜେତ୍ ଲତ୍ତେ ଗାରେତଡ଼୍ ମୁନେ ଅଣ୍ଡ୍ ଦାୟି ଆଦ୍ତଣ୍ଡ୍ । 19 ବେନ ରାମ୍କିଙ୍କ୍ ବଲ୍ ପାହେମ୍ ଆଦ୍ତଣ୍ଡ୍, ଅଣ୍ଡ୍ କାରାପ୍ତିଙ୍କ୍ ପସନ୍ଦ୍ ମାଡ଼ିତଣ୍ଡ୍, ମେଣ୍ଡେ, ବେନ ନିଜେତ୍ ଆର୍ଦିଙ୍କ୍ ଡ଼େଙ୍ଗ୍ ମାଡ଼ିତଣ୍ଡ୍, ଅଣ୍ଡ ନଷ୍ଟତିଙ୍କ୍ ମେଃକିତଣ୍ଡ୍ । 20 ବେନ କାରାପ୍ ହୃଦୟତଣ୍ଡ୍, ଅଣ୍ଡ୍ ମଙ୍ଗଲ ପାଏମ୍ ଆୟଣ୍ଡ୍; ମେଣ୍ଡେ, ବେନନାଦ୍ ଇକ୍ଆକ୍ କେତାନ୍ ୱାଞ୍ଜେର୍, ଅଣ୍ଡ୍ ବିପଦ୍ତାଗ୍ ପଡ଼େମ୍ ଆଦ୍ତଣ୍ଡ୍ । 21 ବେନ ମୁର୍କତିଙ୍କ୍ ଜନମ୍ ଇଦ୍ତଣ୍ଡ୍ ଅଣ୍ଡ୍ ଆଗାକଙ୍କ୍ ଦୁଃକାମ୍ ପାଏମ୍ ଆଦ୍ତଣ୍ଡ୍; ମେଣ୍ଡେ, ମୁର୍କନ୍ ବାବାଲ୍ ୱେଡ଼୍କେ ଆୟଣ୍ଡ୍ । 22 ୱେଡ଼୍କେତ୍ ହୃଦୟ ସାୟେତ୍ ମାତ୍; ମାତର୍ ଉରୁଙ୍ଗ୍ତେ ଆତ୍ମା ବୁଲାଙ୍କ୍ସାରେ ୱାସ୍ପିତେ । 23 ଦୁଷ୍ଟ ନାରୁଡ଼୍ ବିଚାର୍ତେ ଆର୍ ୱାଙ୍କ୍ସାନଙ୍କ୍ ଟିକିଡ଼୍କନ୍ ଲାଞ୍ଚ୍ ଅଦ୍ତଣ୍ଡ୍ । 24 ବୁଦ୍ଦିମାନ୍ତେ ମୁନେତ୍ ଜ୍ଞାନ ମାନ୍ତେ, ମାତର୍ ମୁର୍କନ୍ କଣ୍ଡେ ନଜର୍ ପୃତିବିତେ ଆଞ୍ଚିନା ମାନ୍ତେ । 25 ମୁର୍କ ମାର୍ ନିଜର ବାବାନ୍ ଦୁଃକାମ୍ ନୁ ନିଜର୍ ୟାୟନ୍ ଦୁଃକାମ୍ ଇନା ଆଦ୍ତଣ୍ଡ୍ । 26 ଦାର୍ମିକତିଙ୍କ୍ ଦଣ୍ଡ୍ ଇଦାନଙ୍କ୍ ବା ସନ୍ମାନ୍ତେ ନାରୁଡ଼୍କିଙ୍କ୍ ଅଡ଼୍ ଗୁନ୍ତେ ମାଇଦିଙ୍କ୍ ରେଃତାନାଦ୍ ସାୟେ ଆୟ । 27 ବେନ ଇସୁର୍ ବାକ୍ୟ କେତିତଣ୍ଡ୍, ଅଙ୍କ୍ ଜ୍ଞାନ୍ ମାନ୍ତେ; ମେଣ୍ଡେ, ବେନନାଦ୍ ଶାନ୍ତି ଆତ୍ମା, ଅଣ୍ଡ୍ ବୁଦ୍ଦିମାନ୍ । 28 ବୁଦ୍ଦ୍ଇଲ୍ୱେନଣ୍ଡ୍ କଟ ଆତ୍କେ, ଜ୍ଞାନ୍ମାନ୍ଦାନଡ଼୍ ଲେକା ଆଦ୍ତଡ଼୍; ମେଣ୍ଡେ, ଅଣ୍ଡ୍ ନିଜର୍ ପାୟୁର୍ ବନ୍ଦ ମାଡ଼୍କେ, ବୁଦ୍ଦିମାନ୍ ଲେକା ଆଦ୍ତେ ।
Publicidade
Publicidade