1 ଯାକିରତେ ମାର୍ ଆଗୁରତେ ପାଡ଼୍ୟିଦେ ଗଟି । ଅଣ୍ଡ୍ ନାରୁଡ଼୍ ଇତିୟେଲତିଙ୍କ୍, ବା ଈତିୟେଲ ନୁ ଉକଲତିଙ୍କ୍ କେତିତଣ୍ଡ୍ : 2 ନିଜାମ୍ ନାନ୍ ନାରୁଡ଼୍ ବାଦୁଲ୍ତେ ମୁର୍କନ୍, ମେଣ୍ଡେ, ନାୟାଗାକନ୍ ନାରୁଡ଼୍ ବାତେ କେତାନାଦ୍ ଇଲେ । 3 ନାନେ ଜ୍ଞାନ୍ ନାଡ଼୍ସନ୍, ବା ଇଶ୍ୱର୍ ବିଷୟତେ ଜ୍ଞାନ୍ ନାୟାଗ୍ ଇଲେ । 4 ବେନ ସ୍ୱର୍ଗତାଗ୍ ଆଞ୍ଜ୍ ଆଗାକନ୍ ଡିଗି ମିନ୍ଦେଣ୍ଡ୍ ? ବେନ ନିଜର ମୁଟ୍ତାଗେ ଗାଲ୍ ଅଣ୍ଡୟ୍ ମାଡ଼ିମିନ୍ଦେଣ୍ଡ୍ ? ବେନ ନିଜର ସିଲେତାଗ୍ ଏର୍ଦିଙ୍କ୍ ତଃସ୍ମିନ୍ଦେଣ୍ଡ୍ ? ବେନ ପୃତିବିତେ ସାରେ ସିମା ତିଆର୍ ମାଡ଼ିମିନ୍ଦେଣ୍ଡ୍ ? ଅନ୍ ପେଦେର୍ ବାତେ ? ଅନ୍ ମାର୍ ବାତେ ? ଇଞ୍ଜେ ବେସୁଙ୍କ୍ ପୁନ୍ତଣ୍ଡ୍, ଆସୁଙ୍କ୍ କେଲ୍ମୁଟ୍ । 5 ପରମେଶ୍ୱର୍ ତାଦ୍ ବାକ୍ୟତାଗେ ବାତେ ବୁଲ୍ ଇଲେ; ବେନଡ଼୍ ଅନାଗେ ରମିତଡ଼୍, ଅଣ୍ଡ୍ ଅଡ଼କ୍ ଆମ୍ପାନଣ୍ଡ୍ । 6 ଅନ୍ ବାକ୍ୟତାଗ୍ କାଲ୍ପ୍ମାଟ୍, ମାଡ଼ାକେ ଅଣ୍ଡ୍ ମିକିଙ୍କ୍ ଦେଞ୍ଜ୍କିତଣ୍ଡ୍, ମେଣ୍ଡେ, ମିଡ଼୍ ମିଚ୍କେତାନଡ଼୍କ୍ ପୁନ୍ଦାନଙ୍କ୍ ଆଦ୍ତେ । 7 ନାନ୍ ମିଇ ଗାରେ ଇ ରେଣ୍ଡେ ବିଷୟ ତାଲ୍କିମିନ୍ଦେଣ୍ଡ୍, ନାନ୍ ଡଲାନ୍ ମୁନେ ଆଦ୍ ନାକିଙ୍କ୍ ଇଦାନଙ୍କ୍ ମନା ମାଡ଼୍ମା। 8 ବେକାର୍ ନୁ ମିଚ୍ ଗଟି ନାୟାଗାକନ୍ ଜେକେ ମାଡ଼ାଟ୍; ନାକିଙ୍କ୍ ଗରିବ୍ କି ଦନ ଇମା; ନା' ପଡ଼ିୟେତ୍ ବାଗ୍ ଇସ୍ ନାକିଙ୍କ୍ ପଡ଼୍ପେ । 9 ଇଲୁକ୍ ନା ଦନ୍ ପେର୍ସ୍କକେ ନିକିଙ୍କ୍ ୱିଡ଼୍ସିଦ୍ତାନ୍, ସଦାପ୍ରବୁ ବେନ୍ ? ଇଞ୍ଜ୍ କେତିତାନ୍ ବା ଗରିବ୍ ଆତ୍କେ ଡଙ୍ଗି ନିଜର ପରମେଶ୍ୱର୍ଦେ ପେଦେର୍ ମିଚ୍କେସ ଅଦ୍ତାନ୍ । 10 ବେନ୍ଆୟି ଦାସନ୍ ମାଲିକ୍ତେ ପାକେ ଅନ୍ ଦଷ୍ ମାଡ଼୍ମାଟ୍, ମାଡ଼୍କେ ଅଣ୍ଡ୍ ମିକିଙ୍କ୍ ଅବିଶାପ ଇଦ୍ତଣ୍ଡ୍ ନୁ ନିମେ ଦଷି ଆଦ୍ତିନ୍ । 11 ବେନଡ଼୍ ନିଜର ବାବାଙ୍କ୍ ଅବିଶାପ୍ ଇଦ୍ତଡ଼୍, ମେଣ୍ଡେ, ନିଜର୍ ୟାୟଙ୍କ୍ ଆଶିର୍ବାଦ୍ ମାଡ଼ଣ୍ଡ୍, ଇଲାନେ ଅଣ୍ଡୟ୍ କାର୍ୱିନଡ଼୍ ମିନ୍ଦେଡ଼୍ । 12 ନିଜର୍ କଣ୍ଡେତେ ସାକ୍ସାକା, ଇଲାନେ ଅଣ୍ଡୟ୍ କାର୍ୱିନଡ଼୍ ମିନ୍ଦେଡ଼୍, ଆଗେକ୍ବା ଅଡ଼୍ ନିଜର୍ ମୁରୁକ୍ତାଗାଙ୍କ୍ ନର୍ସ୍ ଆୟଡ଼୍ । 13 ଇଦ୍ଲେକାମ୍ ଅଣ୍ଡୟ୍ କାର୍ୱିନଡ଼୍ ମିନ୍ଦେଡ଼୍, ଅଡ଼୍ କଣ୍ଡାମିଣ୍ଡି ପରୁ ତେଦିମିନ୍ଦେ । 14 ପୃତିବିକନ୍ ଦୁଃକାମ୍ତଡ଼୍କିଙ୍କ୍ ନୁ ନାରୁଡ଼୍ ଲପେଙ୍କ୍ ଗରିବ୍ନଡ଼୍କିଙ୍କ୍ ନଷ୍ଟ ମାଡ଼ାନ୍ ମାଇଦିଙ୍କ୍ ବେନଡ଼୍ ପାଲ୍କ୍ ଚାକୁ ଇନା ନୁ କିସେପାଲ୍କ୍ ଚୁର୍ ଇନା, ଇଲାନେ ଅଣ୍ଡୟ୍ ପିଲୁଡ଼୍ ମିନ୍ଦେ । 15 ଜେଡ଼୍ୟେତିଙ୍କ୍ ରେଣ୍ଡେ ମାୟାସ୍କ୍ ମିନ୍ଦେ, ବେନଡ଼୍ କେତୁତଡ଼୍, "ଇମୁଟ୍, ଇମୁଟ୍ ।" ମୁଣ୍ଡୁ ଜିନିଷ୍ ମିନ୍ଦେ, ବେନ ବେସୁଙ୍କ୍ ପାଞ୍ଜଣ୍ଡ୍, ମେଣ୍ଡେ, ନାଲୁ ଜିନିଷ୍ ବେସୁଙ୍କ୍ କେଲ, "ନାର୍ଗେ ଆତ୍ତା ।" 16 ୱିସ୍କ୍ ନୁ ୱାଞ୍ଜମୁତେ ବେସୁଙ୍କ୍ ଆଦ୍ ଡଙ୍କେତ୍ ଆୟ; ଏର୍ଦେ ୱାସ୍ତେ ବୁମ୍ ନୁ କିସ୍ ବେସୁଙ୍କ୍ ବା କେଲ, ଆଦ୍ତା ଇଞ୍ଜ । 17 ବେନ୍ କଣ୍ଡା ନିଜର ବାବାଙ୍କ୍ ମୁର୍ମୁରା ମାଡ଼ିତଣ୍ଡ୍ ନୁ ୟାୟନ୍ ଗଟି ମାନେମ୍ ଆଦାନଙ୍କ୍ ପାସ୍କ୍କିତଣ୍ଡ୍, ଆୱିଙ୍କ୍ ଉଡ଼ାନ୍ କାୱା ଟେଣ୍ଡିତା, ମେଣ୍ଡେ, ଗାଦେ ପିଟେନ୍ ପିଲା ଆୱୁ ତିନ୍ତା । 18 ମୁଣ୍ଡୁ ଗଟି ନାନେ ପୁନ୍ନନ୍, ମେଣ୍ଡେ, ନାଲୁ ଗଟି ନାନ୍ ପୁନ୍ନ । 19 ମାବ୍ତାଗେ ଗାଦ୍ ପିଟେତ୍ ଆର୍, କାଲ୍ଦାଗ୍ ତାଡ଼ାମ୍ତେ ଆର୍, ସମୁଦ୍ର ନାଡ଼୍ମେ ଜାହାଜତେ ଆର୍, ଲେୟ୍ପିକ୍ତାଗ୍ ମାନେୟିତେ ଆର୍ । 20 ଆଦ୍ ଲେକାମ୍ ଦାରିନାଟାଡ଼୍ତେ ଆର୍, ଆଦ୍ ତିଞ୍ଜ୍ ମକମ୍ ଉଞ୍ଜ୍ପିତ୍ ନୁ କେତିତଣ୍ଡ୍, ମାମ୍ ବାତେ କାରାପ୍ ମାଡ଼ନ୍ । 21 ମୁଣ୍ଡୁ ଗଟିନ୍ ବଜ୍ତେ ପୃତିବି ୱାଡ଼୍କିତ୍, ମେଣ୍ଡେ ନାଲୁ ଗଟିନେ ମିକା, ଆଦ୍ ସହେମ୍ଆଦେ ପାର୍ୱ; 22 ଦାସ ରାଜାନ୍ ପଡ଼ିୟେ ପାହେମ୍ ଆଦ୍ତଣ୍ଡ୍ ନୁ ମୁର୍କ କାଦିତେ ଡଙ୍କ୍ନିଣ୍ଡ୍ନା ତିନ୍ଦ୍ତଣ୍ଡ୍; 23 ପେଣ୍ଡୁଲ୍ ଆଦାନଙ୍କ୍ ପାସ୍କାନ୍ ନାଟାଡ଼୍ତେ ବଜ୍; ମେଣ୍ଡେ, ବେନ୍ ଦାସିଲ୍ ମାଲିକ୍ମୁତେନ୍ ଅଦିକାର୍ ପାହେମ୍ ଆଦ୍ତେ ତାନ୍ବଜ୍ ଆଲା । 24 ନାଲୁ ଜନ୍ତୁ ପୃତିବିତାଗେ ମିନ୍ଦେ ଚୁଦୁଲାଉ, ମାତର୍ ଅଦିକ୍ ଜ୍ଞାନ୍ବାନ୍, 25 ପେତେ ଦୁର୍ବଲ ଜାତି, ଆଗେକ୍ବା ଏଦ୍କାଲାତେ କାଦି ଗୁଡ଼୍ପିତା । 26 ସିମ୍ଉପେ ଜନ୍ତୁକିନ୍ ଶକ୍ତିଇଲ୍ୱେ ଜାତି, ଆଗେକ୍ବା ଆୱୁ ମେଟେତାଗ୍ ନିଜେ ନିଜେତ୍ ତୁଃକା ତିଆର ମାଡ଼ିତା । 27 ଇଟେକ୍କିନ୍ ବେନବା ରାଜାଲ୍ ଇଲେଣ୍ଡ୍, ଆଗେକ୍ବା ଆୱ୍ ସାରେ ମାନ୍ଦେ ଆସ୍ ଆଦ୍ତା । 28 ମେଣ୍ଡେ, ବାଲ୍ଡକେ କାଇଦେ ପୟିଦାନଙ୍କ୍ ଆଦ୍ତେ, ଆଗେକ୍ବା ଆୱୁ ରାଜାନ୍ ମେଡ଼୍ଦାଗ୍ ମାନ୍ତା । 29 ମୁଣ୍ଡୁ ଜିୱାକ୍ ସୁନ୍ଦର୍ତେ ଆଦ୍ତା, ମେଣ୍ଡେ, ନାଲୁ ଜନ୍ତୁ ସୁନ୍ଦର୍ତେ ଆଦ୍ତା; 30 ପଶୁକିନ୍ ବା ଶକ୍ତିମାନ୍ଦାନ୍ ସିଂହଡୁୱ୍ ବେନନ୍ ମୁନେକନ୍ ମାଲ୍ୱ । 31 ଯୁଜାନ୍ ଗଗଡ଼୍; ମେକା ବକ୍ଡ଼ା ନୁ ସୈନ୍ୟଡ଼୍ତଡ଼୍ ତିଆର୍ ଆତ୍ତେ ରାଜାନ୍ ବିରୁଦ୍ଦ୍ତେ ବେନ ତେଦେ ପାର୍ୱଡ଼୍, ବେନନ୍ ବିରୁଦ୍ଦତେ ବେନ ତେଦଡ଼୍ । 32 ବେସୁଙ୍କ୍ ମିଡ଼୍ ନିଜେତିଙ୍କ୍ ଡେଙ୍ଗ୍ ମାଡ଼ାନଙ୍କ୍ ମୁର୍କନ୍ ପାଡ଼୍ୟି ମାଡ଼ିମାନୁଟ୍, ବା ବେସୁଙ୍କ୍ କାରାପ୍ ଏର୍କେ ମାଡ଼ମାନୁଟ୍, ଆସୁଙ୍କ୍ ନିଜେତ୍ ପାୟୁର୍ତାଗେ କାଇ ଇମ୍ । 33 ବାତେଙ୍କ୍ଇତ୍କେ ବେଲାନେ ପାଲ୍ ପିର୍କେ ଦହି ପେୟ୍ତିତ୍ ନୁ ମସର୍ତିଙ୍କ୍ ପିର୍କେ ନେତୁରୁ ପେୟ୍ତିତ୍; ଆଲେନେ କପାମ୍ତିଙ୍କ୍ ପିର୍କେ ରାମ୍କ୍ ପେୟ୍ତିତ୍ ।
Publicidade
Publicidade