4 "ହୋ ଗୁରୁ, ଇଦ୍ ନାଟାଡ଼୍ ବ୍ୟବିଚାର୍ ପାଡ଼୍ୟି ମାଡ଼ମାନ୍ଦାନ୍ ୱେଲେ ଦର୍କ୍ତେ । 5 ଇସତ୍ ନାଟାକିଙ୍କ୍ କାଲ୍କିନ୍ ତ ରେହେତାଙ୍କ୍ ମୋଶାନ୍ ନିୟମ୍ତାଗ୍ ମାକିଂଙ୍କ୍ ଗଟ୍ ଇସ୍ମିନ୍ଦେଣ୍ଡ୍, ଇଞ୍ଜେ ଆଲେକେ ନିମ୍ ବାତେଏ କେତୁତିନ୍ ?" 6 ଅଡ଼୍ ବେଲା ଅନ୍ ବିରୁଦ୍ତେ ଅବିଯଗ୍ତେ ବାତେଙ୍କ୍ ଇତ୍କେ ପାଏମ୍ ଆତ୍ତାଙ୍କ୍, ଆଦିନ୍ ସେଙ୍ଗେ ଅଡ଼୍ ଅଂକିଙ୍କ୍ ପରିକ୍ଷା ମାଡ଼ାନ୍ ମାଇଦିଙ୍କ୍ ଆଦ୍ କେତ୍ତଡ଼୍ । ବାତେଙ୍କ୍ ଇତ୍କେ ଜିସୁ ଆଡ଼୍କିମେଣ୍ଡେ ୱାଡ଼୍ଞ୍ଜ୍ ତ ବୂମ୍ତାଗ୍ ଲେକାଙ୍କ୍ ପସ୍ପ୍ତଣ୍ଡ୍ ।
7 ଅଡ଼୍ ଆଗେ ନିସ୍ ମେଣ୍ଡେ ପ୍ରଶ୍ନ କେଲ୍ନାଙ୍କ୍, ଜିସୁ ତାଲେ ତେସ୍ ଅଡ଼୍କ୍ କେତ୍ତାନ୍, "ମିୟାଗାଙ୍କ୍ ବେନ୍ ବା ବାତେବା ପାପ୍ ମାଡ଼ନ୍, ଅଣ୍ଡ୍ ମୁନେ ଆଦିଙ୍କ୍ କାଲ୍ ହେସିତନ୍ ।" 8 ମେଣ୍ଡନ୍ଦାମ୍ ଅଣ୍ଡ୍ ଅଡ଼୍ମିକା ନେଲ୍ ଲେକାଙ୍କ୍ ପସ୍ପ୍ତଣ୍ଡ୍ । 9 ଆଦ୍ କେଞ୍ଜି ଅଡ଼୍ ବେଡ଼ିୟନାଗାଙ୍କ୍ ଆରାମ୍ ମାଡ଼ି ୱେରଣ୍ଡ୍ ୱେରଣ୍ଡ୍ ପେଇସ୍ ସାରେତଡ଼୍ ଆଦାଙ୍କ୍ ପସ୍ପ୍ତ୍ତଡ଼୍ । 10 ମେଣ୍ଡେ, ଜିସୁ ତାଲେତେସ୍ ଆଦିଙ୍କ୍ କେତ୍ତଣ୍ଡ୍, "ଅଡ଼୍ ବେକେ ? ନିକିଂଙ୍କ୍ ଦଣ୍ଡ୍ ହିଦାଙ୍କ୍ ୱେରଣ୍ଡ୍ବା ହିଲ୍ଲେଡ଼୍ ?"
11 ଆଦ୍ କେତ୍ତେ, "ବେନ ଇଲାଡ଼୍, ପ୍ରବୁ ।" ତାନ୍ପେର୍କେ ଜିସୁ ଆଦିଙ୍କ୍ କେତ୍ତଣ୍ଡ୍, "ନାନ୍ ବା ନିକିଂଙ୍କ୍ ଦଷି ମାଡ଼ନ୍; ଅନ୍, ନେଣ୍ଡ୍କଞ୍ଜ୍ ମେଣ୍ଡେ ପାପ୍ ମାଡ଼୍ମା ।"