48 ଅଡ଼୍ ଅଂକିଙ୍କ୍ ଉଡ଼ି ବାକ୍ୱା ଆତ୍ତଡ଼୍, ମେଣ୍ଡେ ତାମ୍ ୟାୟ ଅଂକିଙ୍କ୍ କେତ୍ତେ, "ପେକାଲ୍ ମା ସେଙ୍ଗେ ବାତେଙ୍କ୍ ଇଦ୍ ରକମ୍ ବ୍ୟବହାର୍ ମାଡ଼୍ତି ? ଉଡ଼େ, ମି ବାବାଲ୍ ନୁ ନାନ୍ ଗାଟି ଦାନ୍ଦେ ଆସ୍ ମିକା ନିକିଂଙ୍କ୍ ମେହେକ୍ତମ୍ ।"
49 ଇଗେ ଅଣ୍ଡ୍ ଅଡ଼୍କିଂଙ୍କ୍ କେତ୍ତଣ୍ଡ୍, ବାତେଙ୍କ୍ ମିଡ଼୍ ନାକିଂଙ୍କ୍ ମେହେକ ମାତ୍ତିଡ୍ ? ନା ବାବାନ୍ ଲୋନ୍ ମାନ୍ଦାନାଦ୍ ଯେ ନାୱାଦ୍ ପାଡ଼ିୟି, ଇଦ୍ ପୁନ୍ୱେକଟ୍ ମାତ୍ତିଡ୍ କି ? 50 ବାତେଙ୍କ୍ ଇତ୍କେ ଅଣ୍ଡ୍ ଅଡ଼୍କିଂଙ୍କ୍ ବେନେ ଗଟ୍ କେତ୍ତଣ୍ଡ୍, ଆଦିଙ୍କ୍ ଅଡ଼୍ ବୁଜେମ୍ ଆଦାଙ୍କ୍ ପାର୍ୱଡ୍ ।
51 ପେର୍କେ ଅଣ୍ଡ୍ ଅଡ଼୍ ତଡ଼୍ ମାଲ୍ସ୍ ନାଜରିତିୟ ତାଗ୍ ୱାତ୍ତଣ୍ଡ୍ ନୁ ଅଡ଼ାଦ୍ ଗଟ୍ କେଞ୍ଜି ମାତ୍ତଣ୍ଡ୍; ମେଣ୍ଡେ, ତାମ୍ ୟାୟ ଇଦ୍ ସାରେ ଗଟ୍ ସାବ୍ଦାନ୍ ତଡ଼୍ ତାନ୍ ହୃଦୟ୍ ତାଗ୍ ନେହେତ୍ତେ ।