ନାର୍ଗେ ନାରୁଡ଼୍କ୍ ସାୟ୍ ମାଡ଼ନ୍ ଶକ୍ତି ଇତଣ୍ଡ୍
29 ଯାକୁବ୍, ଯୋହନ୍ ନୁ ବାଗାତ୍ ଶିଷ୍ୟନଡ଼୍ ତଡ଼୍ ଜିସୁ ପ୍ରାର୍ତନା ଲୋନ୍ ୱିଡ଼୍ସି ଶିମୋନ୍ ନୁ ଆନ୍ଦ୍ରିୟନ୍ ଲୋନ୍ ଆତ୍ତଡ଼୍ । 30 ଆଗେ ହେଉଦାନ୍ ୱେଲେ ଅଣ୍ଡ୍ କେଞ୍ଜ୍ତଣ୍ଡ୍ ଯେ ଶିମୋନ୍ତେ ପୋୟେ ଏଡ଼୍କିନେ ପାଟିମିନ୍ଦେ । 31 ଅଣ୍ଡ୍ ତାନ୍ ଗାର୍ରେ ଆଞ୍ଜ୍ ତାନାଦ୍ କାଇ ପଇସ୍ କେତ୍ତାନ୍, ତାନାଦ୍ ଏଡ଼୍କ୍ ୱିଡ଼୍ସିଆତ୍ତେ ନୁ ଆଦ୍ ଅଡ଼୍କିଂଙ୍କ୍ ସେବା ମାଡ଼ାଙ୍କ୍ ଦାନ୍ଦେଆତ୍ତେ ।