ଜିସୁ କନ୍ଦାଙ୍କ୍ ନୁ କେଞ୍ଜାନଙ୍କ୍ ପାର୍ୱେନଙ୍କ୍ ସାୟେ ମାଡ଼୍ତଣ୍ଡ୍
31 ତାନ୍ ପେର୍କେ ଜିସୁ ସୋର ଅଞ୍ଚଲତାଗାଙ୍କ୍ ସିଦନ୍ତାଗ୍ ଆଞ୍ଜ୍ ଆଗାକଞ୍ଚ୍ ଦେକାପଲୀ ପ୍ରଦେଶ ଲୋପେଙ୍କ୍ ଇସ୍ ଗାଲିଲୀ ଆଞ୍ଚିନାଗ୍ ୱାସ୍ ହେୱ୍ତଣ୍ଡ୍ । 32 ଆଗାକଞ୍ଚ୍ ବେସ୍କ୍ତଡ଼୍ ନାରୁଡ଼୍ ୱେରଙ୍କ୍ ବୟ୍ରାଙ୍କ୍ ଜିସୁନ୍ ଗାରେ ତାତ୍ତଡ଼୍ । ଅଣ୍ଡ୍ ଲେକେତ୍ ଗଟି ତିର୍ୟେ ପାର୍ୱକଟ ମାତ୍ତଣ୍ଡ୍ । ଅନ୍ ପର କାଇ ୱାଟାନ୍ ମାଇଦିଙ୍କ୍ ଅଡ଼୍ ଜିସୁ ଅନୁରଦ୍ ମାଡ଼୍ତଡ଼୍ । 33 ଜିସୁ ଅଂକିଙ୍କ୍ ୱେର୍ଙ୍କେ ନାରୁଡ଼୍ ଲୋପେଙ୍କ୍ ସୁଦୁର୍ ଦୁରାମ୍ ଆତ୍ତଣ୍ଡ୍ । ଅଣ୍ଡ୍ କେୱ୍ଦାଗ୍ ୱାଡ଼୍ଞ୍ଜ୍ ଆଦ୍ପି, ଉଚି ଅନ୍ ୱାଞ୍ଜେର୍ତିଙ୍କ୍ ହିଟ୍ତଣ୍ଡ୍ । 34 ତାନ୍ପେର୍କେ ସ୍ୱର୍ଗତ୍ପାକେ ପର୍ଉଡ଼ି, ଗାଟିନେସ୍କି କେତ୍ତଣ୍ଡ୍ "ଇପ୍ପତଃ !" ଅର୍ତ ଲେଙ୍ଗା ।
35 ସାଙ୍ଗେ ସାଙ୍ଗେ ନାରୁଣ୍ଡ୍ କେଞ୍ଜାନ୍ ଶକ୍ତି ପାଏମ୍ ଆତ୍ତଣ୍ଡ୍, ଅନାଦ୍ କନ୍ଦାଲ୍ ବନ୍ଦନ୍ ଦୁର୍ ଆତ୍ତେ ନୁ ଅଣ୍ଡ୍ ଇଞ୍ଜ୍ ଲେକେତ୍ ଗଟି ତିର୍ୟେ ପାର୍ଦୁତଣ୍ଡ୍ । 36 ଇ ଗଟନା ବିଷୟ୍ତେ ୱେର୍ତଡ଼୍କିଙ୍କ୍ ବାତେ ବା କେଲ୍ମାଟ୍ ଇଞ୍ଜ ଜିସୁ ନାରୁଡ଼୍କ୍ ଆଦେଶ୍ ହିତ୍ତଣ୍ଡ୍ । କିନ୍ତୁ ଜିସୁ ବେସର୍ ମନା ମାଡ଼୍ତଣ୍ଡ୍, ନାରୁଡ଼୍ ଆସର୍ କେସ ଉଡ଼୍ତଡ଼୍ । 37 ବେନଡ଼୍ ଇ ସାରେ ଗଟି କେଞ୍ଜ୍ତଡ଼୍, ଅଡ଼୍ କାବା ଆସ୍ କେତ୍ତଡ଼୍, ଅଣ୍ଡ୍ ବେସର୍ ଚମତ୍କାର୍ତେ ପାଡ଼୍ୟି ମାଡ଼ୁତଣ୍ଡ୍, ବୟ୍ରାଙ୍କ୍ କେଞ୍ଜାନ୍ ଶକ୍ତି, କନ୍ଦାଙ୍କ୍ ତିର୍ୟାନ୍ ଶକ୍ତି ଇସ୍ ମିନ୍ଦେଣ୍ଡ୍ ।