ଜିସୁ ବେତ୍ସାଇଦାତାଗ୍ କାନାଙ୍କ୍ ଉଡ଼ାନ୍ ଶକ୍ତି ହିତ୍ତଣ୍ଡ୍
22 ଅଡ଼୍ ବେସୁଙ୍କ୍ ବେତ୍ସାଇଦା ନାର୍ ଏୱ୍ତଡ଼୍, ନାରୁଡ଼୍ ୱେରଙ୍କ୍ କାନାଙ୍କ୍ ଜିସୁନ୍ ଗାରେ ତାସ୍ ଅଂକିଙ୍କ୍ ଇଟାନ୍ ମାଇଦିଙ୍କ୍ ଅନୁରୋଦ ମାଡ଼୍ତଡ଼୍ । 23 ଜିସୁ କାନାନ୍ କାଇ ପୟ୍ସ୍ ଅଂକିଙ୍କ୍ ନାର୍ଦେ ବାୟ୍ଦ୍ ଅତ୍ତଣ୍ଡ୍ । ଆଗେ ଅଂକିଙ୍କ୍ କଣ୍ଡାନାଗ୍ ଉସୁଲ୍ ମେହେସିସ୍ ଅନ୍ ମେନ୍ଦୁଲ୍ ତାଗେ କାୟ୍ୱାଟି ଅଂକିଙ୍କ୍ ପାଚ୍ରାରା ମାଡ଼୍ତଣ୍ଡ୍, "ବାତା ଉଡ଼୍ ପାର୍ଦୁତି ?"
24 ନାରୁଡ଼୍କ୍ ଉଡ଼ି କେତ୍ତଣ୍ଡ୍, "ହ, ନାରୁଡ଼୍କିଙ୍କ୍ ଉଡ଼୍ ପାର୍ଦୁତାନ୍ । ଅଡ଼୍ ବୁଚା ମାଡ଼ାନ୍ଡ଼୍ ଲେକାମ୍ ତନ୍ଦମିନ୍ଦେଡ଼୍ ।"
25 ଜିସୁ ନାରୁନ୍ତେ କଣ୍ଡେତ୍ ପର ନିଜର୍ କାଇୱାଟି ନୁ ନାରୁଣ୍ଡ୍ ସାୟେ ହେର୍କେ ମାଡ଼୍ତଣ୍ଡ୍ । ହଟାତ୍ ଅନାଦ୍ ଉଡ଼ାନ୍ ଶକ୍ତି ମାଲ୍ସ୍ ୱାତ୍ତେ ନୁ ଅଣ୍ଡ୍ ଲେକେତ୍ ଉଡ଼୍ପାର୍ତଣ୍ଡ୍ । 26 ଜିସୁ ଅଂକିଙ୍କ୍ ଆ ନାର୍ ମାଲ୍ସ୍ ଆନ୍ମା ଇଞ୍ଜ ଗଟ୍ ଇସ୍ ଅନ୍ ଲୋନ୍ ରୟ୍ସିତ୍ତଣ୍ଡ୍ ।