51 ଆଦ୍ ସମୟ୍ତେ ମନ୍ଦିର୍ତାଗ୍ ଉଙ୍ଗମାନ୍ଦାନ୍ ପର୍ଦା ପର୍ରକଞ୍ଚ୍ ମଦଲ୍ ହେଉନା ରେଣ୍ଡ୍ ଗାନା ଆସ୍ ହିଙ୍ଗ୍ତେ । ବୂମିକମ୍ପ ଆତ୍ତେ, ମେଟେଆନ୍ତେ ପକ୍ତ୍ତା 52 ନୁ କବର୍ କୁଲାଆସ୍ ନାର୍ଗେ ଇଶ୍ୱର୍ ଆଶେ ଡଲିମନ୍ଦାନ୍ ନାରୁଡ଼୍ ମେଣ୍ଡେ ଜିୱୁନ୍ ଆଦ୍ତଡ଼୍ । 53 ହିଡ଼୍ କବର୍ ତାଗାଙ୍କ୍ ତେଦି ୱାତ୍ତଡ଼୍ ନୁ ଜିସୁନ୍ ପୁନରୁତ୍ତାନ୍ ପେର୍କେ ହିଡ଼୍କିଙ୍କ୍ ପବିତ୍ର ନାର୍ ଯିରୁଶାଲେମ୍ତାଗ୍ ଆଦାନାଦ୍ ବେସ୍କ୍ ତଡ଼୍ ଉଡ଼୍ତଡ଼୍ ।
54 ଜିସୁଙ୍କ୍ କେପି ମାନ୍ଦାନ୍ ସେନାପତି ନୁ ସୈନ୍ୟହିଡ଼୍ ବୁମିକମ୍ପ ନୁ ବାଗାତାଉ ଗଟ୍ନା ଉଡ଼ି ୱେର୍ସ୍ ଆଦ୍ତଡ଼୍ । ଅଡ଼୍ କେତ୍ତଡ଼୍, "ହିଣ୍ଡ୍ ନିଜାମ୍ ଇଶ୍ୱର୍ତେ ମାର୍ ।"