25 "ଆଦିଙ୍କ୍ ନାନ୍ କେତୁତାନ୍, ବାଦ୍କାନ୍ ସେଙ୍ଗେ ଦର୍କାର୍ ଆଦାନ୍ ଆର୍ ନୁ ଉନ୍ଦାନ୍ନାଦ୍ ନୁ କେର୍ତାନ୍ ମାଇଦିଙ୍କ୍ ଦର୍କାର୍ ଆଦାନ୍ ଚକାସିଲେ ସେଙ୍ଗେ ଦାନ୍ଦେ ଆୟ୍ମାଟ୍ । ତିନ୍ଦାନାୱ୍ ନାଗାଙ୍କ୍ ଜିୱୁନ୍ ବାତ୍ ଅଦିକ୍ ମୂଲ୍ୟବାନ୍ ଆୟ୍ୟ ? ସିଲେକିନାଗାଙ୍କ୍ ମେନ୍ଦୁଲ୍ ବାତ୍ ଅଦିକ୍ ମୂଲ୍ୟବାନ୍ ଆୟ୍ୟ ?" 26 ପାର୍ତାନ୍ ପିଟେଙ୍କ୍ ଉଡ଼ାଟ୍ । ଆହ୍ ୱିତ କି କୟ୍ୟ । ପସଲ୍ ଅମଲ୍ ମାଡ଼ି କୁସ୍ତାଗ୍ ନେହେୱ । ଇତ୍କେ ସ୍ୱର୍ଗତଣ୍ଡ୍ ବାବାଲ୍ ଇଶ୍ୱର୍ ଆୱିଙ୍କ୍ ଜତନ୍ ମାଡ଼ି କାଦି ଇଦୁତଣ୍ଡ୍ । ମିଡ଼୍ ବାତେଏ ପିଟେନାଗାଙ୍କ୍ ଅଦିକ୍ ମୂଲ୍ୟବାନ୍ ଆୟୱିଡ଼୍ ? 27 ମି ଲୋପ୍ ବେନ ଚିନ୍ତେ ମାଡ଼ି ମାଡ଼ି ନିଜର୍ ଆୟୁସ୍ତିଙ୍କ୍ ମେଣ୍ଡେ ସୁଦୁର୍ ଦିନାମ୍ତିଙ୍କ୍ କାଲ୍ପିତଣ୍ଡ୍ ?
28 "ଚକାସିଲେନ୍ ସେଙ୍ଗେ ବାତେଙ୍କ୍ ଦାନ୍ଦେ ଆଦୁତିଡ଼୍ ? ଉଡ଼ାଟ୍, ଗୁପ୍ତାଗ୍ ମାନ୍ଦାନ୍ ପୁଙ୍ଗାର୍ ବେଲା ପେର୍ସୁତା । ଆୱୁ କଷ୍ଟ ମାଡ଼ କି ନିଜେତ୍ ସେଙ୍ଗେ ଚକାସିଲେ ତିଆର୍ ମାଡ଼; 29 ବାତେଙ୍କ୍ ଇତ୍କେ ନାନ୍ ମିକିଂଙ୍କ୍ କେତୁତାନ୍ ରାଜା ଶଲୋମନ୍ ଅନାଦ୍ ସାରେ ସମ୍ପତି ମାତ୍କେମିକା ଇୱୁ ପୁଙ୍ଗାନ୍ ଲେକେମ୍ ସୁନ୍ଦର୍ ସିଲେ ବେସୁଙ୍କ୍ କେର୍ୱେ ମାତ୍ତଣ୍ଡ୍ । 30 ନେଣ୍ଡ୍ ୱାୟାତାଗ୍ ମାନ୍ଦାନ୍ ଗାଡ଼୍ ଯଦି ନାଡ଼୍ ମାନ୍ନ, କଇସ୍ମିକା ଅୟ୍ଦାଲ୍ କିସ୍ତାଗ୍ କାର୍ୱିତା । ବାତେଙ୍କ୍ ଇତ୍କେ ଆୱିଙ୍କ୍ ମିକା ଇଶ୍ୱର୍ ବେସର୍ ସୁନ୍ଦର୍ ସିଲେନ୍ ସଜାମାଡ଼୍ତଣ୍ଡ୍ । ମିକିଂଙ୍କ୍ ଚକାସିଲେ ହିଦାନ୍ ମାଇଦିଙ୍କ୍ ଅଣ୍ଡ୍ ବାତ୍ ଗାଟି ଚିନ୍ତେ ମାଡ଼ଣ୍ଡ୍ ? ମିୱାଦ୍ ବିଶ୍ୱାସ୍ ନିଜାମ୍ ବେସର୍ ସୁଦୁର୍ !"
31 ଆଦିଙ୍କ୍ "ବେଗାକନ୍ସ୍ ତିନ୍ଦାନାଦ୍, କେର୍ଦାନାୱୁ ଦର୍କିତ୍, ଇଦ୍ ବିଷୟ୍ତେ ଚିନ୍ତେ ମାଡ଼୍ମାଟ୍ ।" 32 ବିଜାତିନାରୁଡ଼୍ ହିସତ୍ ବିଷୟ ତେ ମେହେକ ହୁଡିତଡ଼୍, ଇୱୁ ସାରେ ବିଷୟ୍ ମିକିଂଙ୍କ୍ ଦର୍କାର୍ ଇଞ୍ଜ ସ୍ୱର୍ଗତଣ୍ଡ୍ ମିଇ ବାବାଲ୍ ଇଶ୍ୱର୍ ପୁତ୍ତଣ୍ଡ୍ । 33 ମିଡ଼୍ ଅନ୍ ରାଜ୍ୟତ୍ ମାଇଦିଙ୍କ୍ ହେର୍କା ମାଡ଼ାଟ୍, ଆଲେକେ ଅଣ୍ଡ୍ ମିକିଂଙ୍କ୍ ଇଦ୍ ସାର୍ରେବିଷୟ୍ ହିଦ୍ତଣ୍ଡ୍ । ଆଲେକେ ଅଣ୍ଡ୍ ମିକିଂଙ୍କ୍ ବାଗାତ୍ ସାରେ ବିଷୟ୍ ନେହେସମିନ୍ଦେନ୍ । 34 ଆଦିଙ୍କ୍ ୱାଦାନ୍ ଦିନାମ୍ ସେଙ୍ଗେ ଦାନ୍ଦେ ଆୟ୍ମାଟ୍ । ନାଡ଼୍ଦେ ଚିନ୍ତେ ମାଡ଼ି ନେଣ୍ଡ୍ତେ ଦାନ୍ଦେ ଗାଟି ମାଡ଼୍ମାଟ୍ ।