2 ଆଗେ ୱେରନ୍ ପକ୍ୟାଗାତ୍ ରୋଗିଙ୍କ୍ ନାରୁଡ଼୍ ଅନ୍ ଗାର୍ରେ ତାତ୍ତଡ଼୍ । ରୋଗି ତାନ୍ କେତ୍ତାଗ୍ ପାଟ୍ଟିମାତ୍ତନ୍ । ଜିସୁ ଅଡ଼ାଦ୍ ନାର୍ଗେ ବିଶ୍ୱାସ୍ ଉଡ଼ି ପକ୍ୟାଗାତ୍ ରୋଗିଙ୍କ୍ କେତ୍ତଣ୍ଡ୍, "ବାବୁ, ସାହାସ୍ ପୟିମ୍ । ନିୟାଦ୍ ପାପ୍ ସାରେ କ୍ଷମା ଆତ୍ତେ ।"
3 ବେସ୍କ୍ତୁଡ଼୍ ଶାସ୍ତ୍ରୀନାରୁଡ଼୍ ଇଦ୍ ଗଟ୍ କେଞ୍ଜି ହେର୍କା ମାଡ଼୍ତଡ଼୍, "ହିଣ୍ଡ୍ ନାରୁନ୍ ଇଶ୍ୱର୍ତିଙ୍କ୍ ଲିନ୍ଦ୍ ମାଡ଼ୁତଣ୍ଡ୍ ।"
4 ଅଡ଼ାଦ୍ ମନ୍ତାଦ୍ ଗଟ୍ ପୁଞ୍ଜ୍ ଜିସୁ କେତ୍ତଣ୍ଡ୍, "ମିଡ଼୍ ବାତେଙ୍କ୍ କାରାପ୍ ଶିନ୍ତେ ମାଡ଼ୁତିଡ଼୍ ? 5 ‘ମିୟାଦ୍ ପାପ୍ କ୍ଷମା ଆତ୍ତେ ?’ ହିଦ୍ ଗଟ୍ କେତାନାଦ୍ ସହଜ୍ ନା ‘ତେଦି ଆନ୍’ କେତାନାଦ୍ ଅଦିକ୍ ସହଜ୍ ? 6 ବାତେଙ୍କ୍ ଇତ୍କେ ପୃତିବିତେ ପାପ୍ କ୍ଷମା ମାଡ଼ାନାଦ୍ ଗାଲା ମନୁଷ୍ୟପୁତ୍ରନ୍ ଅଦିକାର୍ ମିନ୍ଦେ, ଇଦ୍ ଗଟ୍ ମିଇ ମୁନେ ପ୍ରମାନ୍ ମାଡ଼ିତାନ୍ ।" ତାନ୍ ପେର୍କେ ଜିସୁ ପକ୍ୟାଗାତ୍ ରୋଗିଙ୍କ୍ କେତ୍ତଣ୍ଡ୍, "ତେଦା, କେତ୍ ତେଇସ୍, ଲୋନ୍ ମାଲ୍ସ୍ ଆନ୍ ।"
7 ଅନ୍ ମୁନେ ରୋଗି ତେଦିମେଣ୍ଡେ ଲୋନ୍ ଆତ୍ତନ୍ ।