11 ବାତେଙ୍କ୍ ଇତ୍କେ ସାର୍ରେ ନାରୁଡ଼ାଦ୍ ମୁକ୍ତି ସେଙ୍ଗେ ଇଶ୍ୱର୍ତେ ଅନୁଗ୍ରହ ଆସ୍ ମିନ୍ଦେ, 12 ମେଣ୍ଡେ, ମାମ୍ମେ ବେଲା ଅଦର୍ମ ନୁ ସଂସାର୍ ଆଶେ ୱିଡ଼୍ସି ଇଦ୍ ଇଞ୍ଜେତ୍ ଯୁଗ୍ତେ ଆତ୍ମ ସଂଯମ, ଦାର୍ମାମ୍ ନୁ ଇଶ୍ୱର୍ ପରାୟଣ ଲେକାମ୍ ଜିୱୁଣ୍ଡ୍ ବାଦ୍କିକାଡ଼୍, 13 ମହାନ୍ ଇଶ୍ୱର୍ ନୁ ମାନ୍ ମୁକ୍ତିଦାତାଲ୍ କ୍ରିଷ୍ଟ ଜିସୁନ୍ ଗୌରବ୍ ଆଦାନ୍ ସେଙ୍ଗେ ପ୍ରକାଶ୍ ଆଦାନଙ୍କ୍ ଆଦୁତ୍ତେ, ଆଦ୍ ଦିନେତାଦ୍ କେପି ମାମ୍ମେ ମିନ୍ଦେମ୍ । 14 ୨:୧୪ ୧ ପିତର୍ ୨:୯.ଆଦ୍ କ୍ରିଷ୍ଟ ଜିସୁ ମାନାଡ଼୍ ସାର୍ରେତଡ଼୍କିଂଙ୍କ୍ ଆଦାର୍ମିକନ୍ସ ମୁକ୍ତି ମାଡ଼ାନଙ୍କ୍ ନୁ ନିଜେତ୍ ନିଜେତ୍ ସାୟେତ୍ ପାଡ଼୍ୟିତାଗ୍ ସାର୍ଦେ ମାଡ଼ି ନିଜେତ୍ ନାରୁଡ଼୍ ଲେକାମ୍ ସାୟେ ମାଡ଼ାନ୍ ସେଙ୍ଗେ ନିଜେତ୍ ଜିୱୁଣ୍ଡ୍ ଇତ୍ତନ୍ ।