24 ଈଦି ମିଙ୍ଗେତାକି ନା଼ ଆଙ୍ଗା; ନାଙ୍ଗେ ଅଣ୍ପାଲିତାକି ଈଦାଆଁ କିଦୁ । 25 ଏଲେକିହିଁଏ ତିଚି ଡା଼ୟୁ ଗହ୍ନି ସ଼ଲା ଅ଼ହାଁ ଏଲେଇଚେସି, ଈ ସ଼ଲା ନା଼ ନେତେରିତା ତୀରିକିତି ପୁଃନି ରା଼ଜିମା଼ନା; ମୀରୁ ଈ ସ଼ଲାଟି ଏଚର ଦେବା ଗହ୍ଦେରି ଏଚର ଦେବା ନାଙ୍ଗେ ଅଣ୍ପାଲିତାକି କିଦୁ । 26 ଇଚିହିଁ ଏଚର ଦେବା ମୀରୁ ଈ ରୂଟି ତିଞ୍ଜେରି ଅ଼ଡ଼େ ଈ ସ଼ଲାଟି ଗହ୍ଦେରି, ଏଚର ଦେବା ମୀରୁ ପ୍ରବୁତି ୱା଼ନି ଦିନା ପାତେକା ତାନି ହା଼କିତି କାବ୍ରୁ ୱେ଼କ୍ଦେରି ।
27 ଇଚିହିଁ ଆମ୍ବାଆସି ଜ଼ଗେ ଆ଼ଆନା ପ୍ରବୁ ବ଼ଜିତି ରୂଟି ତିନେସି ଅ଼ଡ଼େ ଈ ସ଼ଲାଟି ଗହ୍ନେସି, ଏ଼ୱାସି ପ୍ରବୁତି ଆଙ୍ଗା ଅ଼ଡ଼େ ନେତେରିତି ଦା଼ୟି ଆ଼ନେସି । 28 ଏ଼ଦାଆଁତାକି ମାଣ୍ସି ତଲିଏ ତା଼ନୁଏ ତାଙ୍ଗେ ତାୟିପାରି କିହାଁ କଡାହାଁ ଈ ରୂଟି ତିଣ୍ମ୍ବେସି ଅ଼ଡ଼େ ଈ ଗହ୍ନି ସ଼ଲାଟି ଗସ୍ପେସି ।