ମିଚି ଜା଼ପ୍ନାରି
1 ସାମା ଲ଼କୁ ତା଼ଣାଟି ମିଚି ମାହାପୂରୁ ବ଼ଲୁ ୱେହ୍ନାରି ହ଼ତେରି; ଏଲେକିହିଁଏ ମୀ ବିତ୍ରାଟି ମିଚି ଜା଼ପ୍ନାରି ହ଼ନେରି; ଏ଼ୱାରି ନା଼ସା ଆ଼ନିଲେହେଁତି ନା଼ଡ଼ିକିନି ଅଣ୍ପୁ, ଡ଼ୁଗାନା ୱେ଼କ୍ହାନା ଏ଼ୱାରାଇଁ କଡାମାନି ପ୍ରବୁଇଁ ଜିକେଏ ପୁଞ୍ଜାହିଲଅମି ଇନେରି, ଅ଼ଡ଼େ ଜାହାରାଇଁ ଦେବୁଣିଏ ନା଼ସା କିୟାନେରି । 2 ଅ଼ଡ଼େ ହା଼ରେକା ଲ଼କୁ ଏ଼ୱାରି ଲାଗେଏ କାମାତି ଜେ଼ଚ ହାନେରି, ଇଞ୍ଜାଁ ଈୱାରି ତାକି ସାତାତି ଜିରୁ ନିନ୍ଦା ବେଟାଆ଼ନେ । 3 ଏ଼ୱାରି ଦ଼ନ ଜୂପ୍କାତାକି ମିଚି ଜା଼ପ୍ହାନା ମୀ ତା଼ଣାଟି ଡାବୁୟାଁ ଲା଼ବା ବେଟାଆ଼ହାଲି ଅଣ୍ପିନେରି, ଏ଼ୱାରି ଡଣ୍ତ ତଲି କା଼ଲାଟିଏ ଆ଼ହିମାନେ ଅ଼ଡ଼େ ହା଼ରେକା ଦିନାଟିଏ ମାହାପୂରୁ ଏ଼ୱାରାଇଁ ବିଚାରା କିହାମାନେସି, ଏ଼ୱାରି ନା଼ସା ଆ଼ନାୟି ୱା଼ତେୟିଏ ।