44 "ନୀନୁ ଏ଼ନିକିଁ ମେସାମାଞ୍ଜି, ଏଲେକିହିଁଏ ସା଼କି ହୀନି ତୂମୁ ଇଲୁ କେ଼ପାମୁ ଇଞ୍ଜିଁ ମ଼ସାକି ଆମ୍ବାଆସି ୱେସାମାଚେସି, ଏ଼ୱାଣି ହୁକୁମି ତଲେ ମା଼ ଆକୁୟାଁ ବାଟାତା ସା଼କି ହୀନି ତୂମୁ ଇଲେ କେ଼ପାମାଚେରି । 45 ଡା଼ୟୁ ମା଼ ଆକୁ ଆ଼ବାୟାଁ ଏ଼ଦାଆଁ ତାମି ଆ଼ବାୟାଁ ତା଼ଣାଟି ବେଟାଆ଼ତେରି ଇଞ୍ଜାଁ ଜିହସୁୟ ତଲେ ତା଼କିମାଚିବେ଼ଲା ଏ଼ୱାରି ଏ଼ଦାଆଁ ଡେ଼କା ଅ଼ତେରି, ଏମ୍ବାଟିଏ ମାହାପୂରୁ ଏ଼ୱାରି ନ଼କିତା ମାଚି ବାରେ କୂଡ଼ାତି ଲ଼କୁଣି ପେ଼ର୍ହା ତୁସାଲିଏ, ଇସ୍ରାୟେଲ ଲ଼କୁ ଈୱାରି ଦେ଼ସା ଜୀଣାଆ଼ହାନା ଈ କୂଡ଼ାଆନି ତୂମୁ ଇଲୁ ଏମ୍ବାଆଁ ତାଚାହାଁ ଇଟିତେରି, ଇଞ୍ଜାଁ ଏ଼ଦି ଦାୱୁଦ ରାଜା ପାତେକା ଏମ୍ବାଆଁ ଡ଼ୟିତେ । 46 ଦାୱୁଦ ମାହାପୂରୁ ନ଼କିତା କାର୍ମା ବେଟାଆ଼ହାଁ, ଜାକୁବତି ମାହାପୂରୁକି ର଼ ବାସାଟା଼ୟୁ କିହାଲି ପ୍ରା଼ତାନା କିତେସି । 47 ସାମା ସଲମନ ମାହାପୂରୁକି ଏ଼ ଇଲୁ କେ଼ପିତେସି ।"
48 "ସାମା ବା଼ଡ଼୍ୟୁ ଗାଟି ମାହାପୂରୁ ମାଣ୍ସି କେୟୁତଲେ କେ଼ପିତି ଇଲୁତା ବାସା କିଅସି; ଏ଼ନିକିଁ ମାହାପୂରୁ ଅଣ୍ପୁତି ବ଼ଲୁ ୱେହ୍ନାରି ୱେସାମାନେରି ।"
49 ପ୍ରବୁ ଏଲେଇଞ୍ଜା ମାନେସି, "ଲାକପୂରୁ ନା଼ ସିଂଗାସାଣି,
ଦାର୍ତି ନା଼ କଡା ଇଟିନି ଟା଼ୟୁ,
ମୀରୁ ନା଼ ତାକି ଏ଼ନିଲେହେଁତି ଇଲୁ କେ଼ପିଦେରି ?
ଇଞ୍ଜାଁ ନା଼ ଜ଼ମିନି ଟା଼ୟୁ ଏମ୍ବିୟାମାନେ ?
50 ନା଼ କେୟୁ ଈ ବାରେ ଗା଼ଡ଼ି କିହାହିଲେଏ କି ?"