1 ଇଚିହିଁ ମ଼ସାତି ମେ଼ରା ୱା଼ହିମାନି ଦିନାତି ନେହିଁ ସା଼ୟିଁଲେହେଁ ଆ଼ହାଁ ଏ଼ ବାରେତି ୱା଼ଣା ଆ଼ଆତାକି ପୂଜେରାଙ୍ଗା ବାର୍ସା ତାକି ବାର୍ସା ଏ଼ ରଣ୍ତିଏ ର଼ଲେତି ପୂଜା କିହିମାନାକି ପ୍ରା଼ତାନା କିନାରାଇଁ ଏଚେଲାୱା ତୀରି କିହାଲି ଆ଼ଡଅରି । 2 ଏଲେକିହିଁ ମାହାପୂରୁତି ସେ଼ବା କିନାରି ସାତେଏ ପା଼ପୁଟି ନର୍ୱି ଆ଼ତିହିଁମା, ଆତିହିଁ ଏ଼ୱାରି ଅ଼ଡ଼େ ଜାହାରାଇଁ ପା଼ପୁ ଗାଟାତମି ଇଞ୍ଜିଁ ଅଣ୍ପାଆତେରିମା, ଅ଼ଡ଼େ ବାରେ ପୂଜା କିନାୟି ଡୂଙ୍ଗିତେମା । 3 ସାମା ଏଲେକିଁ ଆ଼ଆନା ବାର୍ସା ତାକି ବାର୍ସା ପୂଜା କିହିମାନାକି ମାଣ୍ସିଇଁ ତାନି ପା଼ପୁତି ଅଣ୍ପି କିୱିଆ଼ହିମାନେ । 4 ଇଚିହିଁ ବାଚା କ଼ଡିତି ନେତେରି ଆ଼ପେ କି ଗରିତି ନେତେରି ଆ଼ପେ ଏ଼ଦି ଏଚେଲାୱା ମା଼ ପା଼ପୁ ମ୍ଣେକ୍ହାଲି ଆ଼ଡେଏ ।