ଜୀସୁ ତ଼ୟା ମା଼ର୍ନୁଇଁ ବା଼କା ଇଟିନାୟି
18 ଜୀସୁ ଗା଼ଡ଼ାତା ୱେଣ୍ତା ହାଜିମାଚାଟି ହାକି ଆ଼ତେସି, 19 ଅ଼ଡ଼େ ଜିରୁ ଦାରିତା ର଼ ତ଼ୟା ମା଼ର୍ନୁ ମେସାହାଁ ଦାରିତା ହାଚେସି, ଇଞ୍ଜାଁ ୱାର୍ଇ ଆ଼କା ପିସ୍ପେ ଏମ୍ବାଆଁ ଏ଼ନାଆଁ ମେହ୍ଆତେସି ଇଞ୍ଜାଁ ଏ଼ଦାନି ବା଼କା ଇଟାହାଁ ଏଲେଇଚେସି, "ନୀ ତା଼ଣା ଏଚେଲା ପା଼ଡ଼େୟି ଆ଼ୟାଆପେ" ଇଞ୍ଜାଁ ଏ଼ ଦେବୁଣିଏ ଏ଼ ତ଼ୟା ମା଼ର୍ନୁ ୱା଼ୟାହାଚେ ।
20 ସୀସୁୟାଁ ଏ଼ଦାଆଁ ମେସାହାଁ କାବାଆ଼ହାନା ଏଲେଇଚେରି, "ତ଼ୟା ମା଼ର୍ନୁ ଏ଼ନିକିଁ ଏ଼ ଦେବୁଣିଏ ୱା଼ୟା ହାଚେ ।"
21 ୨୧:୨୧ ମାତି ୧୭:୨୦; ୧କର ୧୩:୨ ଜୀସୁ ଏ଼ୱାରାଇଁ ଏଲେଇଚେସି, "ନା଼ନୁ ମିଙ୍ଗେ ସାତା ୱେସିମାଞ୍ଜାଇଁ, ମୀ ନାମୁ ମାଚିହିଁ, ଅ଼ଡ଼େ ମୀରୁ ଆନାମାନା ଆ଼ଆନା, ଈ ତ଼ୟା ମା଼ର୍ନୁତି ଏ଼ନି କିୱିଆ଼ହାମାନେ, ଏଲେକିହିଁଏ କିଦେରି ଏ଼ଦି ଆ଼ଏ, ‘ସାମା ଈ ହ଼ରୁତି ଜିକେଏ ନୀନୁ ନିଙ୍ଗାହାଁ ସାମ୍ଦୁରିତା ତର୍ଗାମୁ’ ଇଞ୍ଜେରି, ଆତିହିଁ ଏ଼ଦି ଆ଼ନେ । 22 ଇଞ୍ଜାଁ ନାମୁତଲେ ପ୍ରା଼ତାନାତା ଏ଼ନାଆଁ ରୀହ୍ଦେରି ଏ଼ ବାରେ ମିଙ୍ଗେ ମେଡ଼ାଆୟାନେ ।"