କସ୍ତ ଅ଼ଡ଼େ ନିନ୍ଦା ୱା଼ନି କାତା
3 ଡା଼ୟୁ ଜୀସୁ ଜୀତ ହ଼ରୁ ଲାକ କୁଗାଲିଏ, ତାନି ସୀସୁୟାଁ ମେ଼ଣେଏ ୱା଼ହାଁ ୱେଚେରି, "ଈ ବାରେ ଏଚେଲା ଆ଼ନେ, ଅ଼ଡ଼େ ନୀନୁ ୱା଼ନାୟି ଇଞ୍ଜାଁ ଜୁଗୁ ରା଼ନି ଦିନାତି ସିନା ଏ଼ନାୟି ଏ଼ଦାଆଁ ମାଙ୍ଗେ ୱେସ୍ତାମୁ ।"
4 ଏମ୍ବାଟିଏ ଜୀସୁ ଏ଼ୱାରାଇଁ ଏଲେଇଚେସି, "ଜାଗ୍ରାତା ଏ଼ନିକିଁ ଆମ୍ବାଆରି ମିଙ୍ଗେ ନା଼ଡ଼ି କିୟଅରି । 5 ଇଚିହିଁ ହା଼ରେକା ନା଼ ଦ଼ରୁଟି ୱା଼ହାଁ ନା଼ନୁ କ୍ରୀସ୍ତତେଏଁ ଇଞ୍ଜିଁ ୱେସାନା ହା଼ରେକା ଲ଼କୁଇଁ ନା଼ଡ଼ି କିନେରି । 6 ଅ଼ଡ଼େ ମୀରୁ ଜୁଜୁତି କାତା ଇଞ୍ଜାଁ ଜୁଜୁତା କା଼ଲୱି ଆ଼ହିମାନି ଲ଼କୁତି ହା଼ଡା ୱେଞ୍ଜେରି; ଜାଗ୍ରାତା କିଲିବିଲି ଆ଼ଆଦୁ । ଏ଼ନାଆଁତାକି ଇଚିହିଁ ଈ ବାରେ ଆ଼ନାୟି ମାନେ, ସାମା ଏ଼ କା଼ଲା ଜୁଗୁ ରା଼ନାୟି ଆ଼ଏ ।