38 ଇଞ୍ଜାଁ ଏଚିବେ଼ଲା ଏ଼ୱାରାଇଁ ଏଲେଇଚେସି, "ନା଼ ଜୀୱୁ ହା଼ନିଲେହେଁ ହା଼ରେକା କିଲିବିଲି ହ଼ଚି ମାଞ୍ଜାନେ, ମୀରୁ ଇମ୍ବାଆଁ ଡ଼ୟାହାଁ ନା଼ ତଲେ କା଼ଚିହିଁ ମାଞ୍ଜୁ ।"
39 ଇଞ୍ଜାଁ ଏ଼ୱାସି ହିରେ ହେକ ହାଜାହାଁ ମୁନୁ କୁତାହାଁ ପ୍ରା଼ତାନା କିହିହିଁ ଏଲେଇଚେସି, "ଏ଼ ନା଼ ଆ଼ବା ଆତିହିଁ ଈ ନା଼ ଦୁକୁ କସ୍ତଗାଟି ସ଼ଲାତି ହେକ କିମୁ; ସାମା ନା଼ ମ଼ନ କଡ଼େ ଆ଼ଏ ନୀ କାତେଏ ଆ଼ପେ ।"