ସା଼ରି ଜା଼ଣା ମୀଣ୍କା ଆହ୍ନାରାଇଁ ଜୀସୁ ହା଼ଟିନାୟି
18 ଜୀସୁ ଗାଲିଲି ସାମ୍ଦୁରି ଗାଟୁଟି ହାଜିମାଚାଟି ସିମନ ଇନି ପିତର ଅ଼ଡ଼େ ତାନି ତାୟି ଆନ୍ଦ୍ରିୟ, ଈ ତାୟି ରିଆରି ସାମ୍ଦୁରିତା ଜା଼ଲା ମେତ୍ହି ମାଚାଣି ମେସ୍ତେସି, ଏ଼ନାଆଁତାକି ଇଚିହିଁ ଏ଼ୱାରି ମୀଣ୍କା ଆହ୍ନାରି ମାଚେରି । 19 ଜୀସୁ ଏ଼ୱାରାଇଁ ଏଲେଇଚେସି, "ନା଼ ଜେ଼ଚ ୱା଼ଦୁ, ନା଼ନୁ ମିଙ୍ଗ ଲ଼କୁଣି ଆହ୍ନାଣି ଜା଼ପ୍ହାଇଁ ।" 20 ଏଚେଟିଏ ଏ଼ୱାରି ଦେବୁଣିଏ ଜା଼ଲା ପିସାହାଁ ଏ଼ୱାଣି ଜେ଼ଚ ହାଚେରି ।
21 ଏମ୍ବାଟିଏ ଜୀସୁ ନ଼କିତା ହାଜାହାଁ ଜେବଦି ମୀର୍କା ଜାକୁବ ଅ଼ଡ଼େ ଏ଼ୱାଣି ତାୟି ଜହନ ଦ଼ରୁଗାଟାସି ଇଞ୍ଜାଁ ଅ଼ଡ଼େ ରିଆରି ତାୟିୟାଁ ତାମି ଆ଼ବା ଜେବଦି ତଲେ ଡଂଗତା ଜା଼ଲା ମୁଦା କିହିମାଚାଣି ମେସାହାଁ ଏ଼ୱାରାଇଁ ଜିକେଏ ହା଼ଟିତେସି । 22 ଏଚେଟିଏ ଏ଼ୱାରି ଏ଼ ଦେବୁଣିଏ ଡଂଗ ଅ଼ଡ଼େ ତାମି ଆ଼ବାଇଁ ପିସାହାଁ ଜୀସୁ ଜେ଼ଚ ହାଚେରି ।