3 ୩:୩ ଜିହୁଦା ୧:୧୮.ପାର୍ତୁମ୍ ମିରୁ ନେସ୍ତେଙ୍ଗ୍ ଆନାତ୍ ଜେ, ଇୟା ସାରାସାରି ଦିନ୍କାଙ୍ଗ୍ ଏସଲୋକ୍ ସତ୍ ପାଣିଦୁ ଡ଼ିସ୍ସି କେବଲ୍ ନିଜେଦି ତାଗ୍ଇପାଣିଦାନ୍ ବୁଲାନାର୍; 4 ୱାର୍ ମିଙ୍ଗିଁ ସେମାର୍ କିଜି ୱେନ୍ବାନାର୍, "ଜିସୁ ୱାନାନ୍ ଇଜି ପାର୍ମାଣ୍ କିତିମାରିଇଦେର୍, ସିଲେ ନୋ ? ୱାନ୍ ଇଲେଇ ଏମେମାନୁ ? ମା ପୁର୍ବେଦିଡକ୍ରାଦାଦାର୍ ସାତାସୋର୍ହାର୍, ମାତର୍ ୱିଜୁ ବିସୟ୍ ଦୁନିଆ ତିଆର୍ଆତି ଆଗ୍ଡ଼ିରାନ୍ ଏଣ୍ତେସ୍ ମାର୍ହାତ୍, ଇଲେଇବା ୱିଜୁ ଆୟାୱାଜା ମାନାତ୍ !" 5 ୱାର୍ ନେସ୍ସି ନେସ୍ସି ବାଣାନାର୍ ଜେ, ତିଆର୍ଆତିଆଗ୍ଡ଼ିରାନ୍ ମାପୁରୁ ମାଟା ଇର୍ହାନ୍ ମାରି ବାଦ୍ଡ଼ ନି ଦୁନିଆ ତିଆର୍ ଆତାତ୍, ଦୁନିଆ ଏରୁଦାନ୍ ଏରୁ ମିସାଆଜି ତିଆର୍ ଆତାତ୍; 6 ମାରି, ଆୟା ପୁର୍ବେକାଡ଼ାଦି ପୃତିବି ଅର୍ଲେନ୍ ଗାଲିପିରୁଦାନ୍ ଦଂସ ଆନାତ୍ । 7 ମାତର୍ ଇଲେଇ ଆମା ବାଦ୍ଡ଼ ନି ଦୁନିଆ ମାନାତ୍, ଆକା ମାପୁରୁଦି ୱେର୍ତି ମାଟାଦାନ୍ ସିସୁଦୁ ଦଂସ ଆନି ଉଣ୍ତିଙ୍ଗ୍ ଇଡାଇଆତାମାନାତ୍ । ଆମା ନାଣ୍ତିଙ୍ଗ୍ ଅଦାର୍ମୁଦି ଲୋକୁ ବିସାର୍ ଆଜି ନାସ୍ଟୁ ଆନାର୍, ଆୟା ଦିନ୍ ସାନ୍ଦି ଆକା ନେଗେନ୍ତାନ୍ ତେବାନାତ୍ ।