1 ଇୟାୱେନ୍କା ହାଗୟ ବବିସ୍ୟତ୍ବକ୍ତା ନି ଇଦ୍ଦୋଦି ମାରିନ୍ ଜିକରିୟ, ଇୟା ବବିସ୍ୟତ୍ବକ୍ତାର୍ ଜିହୁଦା ନି ଜିରୁସାଲମତି ଜିହୁଦିରି ଲାକ୍ତୁ ବବିସ୍ୟତ୍ବାକ୍ୟ ୱେର୍ତାର୍; ୱାର୍ ଇସ୍ରାଏଲତି ମାପୁରୁଦି ଦର୍ତାନ୍ ୱାରି ଲାକ୍ତୁ ବବିସ୍ୟତ୍ବାକ୍ୟ ୱେର୍ତାର୍ । 2 ଆବେଟ୍ ଶଲ୍ଟିୟେଲଦି ମାରିନ୍ ଜିରୁବ୍ବାବିଲ୍ ନି ଯୋସାଦକଦି ମାରିନ୍ ଜେସୁୟ ଜିରୁସାଲମତୁ ମାପୁରୁଦି ପାର୍ତନା ଇଲୁ ତିଆର୍ କିଦେଙ୍ଗ୍ ଆସ୍ତାର୍; ମାରି, ମାପୁରୁଦି ରିଏର୍ ବବିସ୍ୟଦ୍ବକ୍ତାର୍ ୱାରି ୱାଲେ ମାନ୍ଜି ୱାରି ସାହାଜ୍ୟ କିତାର୍ ।
3 ଆୟାବେଡ଼ାଦୁ ତତ୍ତନୟ, ପରାତ୍ ଗାଡା ଆୟାପାଡ଼ାକାଦି ଦେସ୍ତି ପେରିକାନ୍ ନି ଶଥର-ବୋସଣୟ ମାରି ୱାରି ତଡ଼୍କୁ ୱାଜି ୱାରିଙ୍ଗ୍ ୱେନ୍ବାତାର୍, "ଇୟା ପାର୍ତନା ଇଲୁ ତିଆର୍ କିଦେଙ୍ଗ୍ ମାରି ଇୟା ଗଡା ୱିସ୍ତେଙ୍ଗ୍ ଏନ୍ ମିଙ୍ଗିଁ ଆଦେସ୍ ସିତାନ୍ ?" 4 ଆବେଟ୍ ମାପୁ ୱାରିଙ୍ଗ୍ ଆୟା ଇସାବ୍ତାନ୍ ୱେର୍ତାପ୍; ୱାର୍ ୱେନ୍ବାତାର୍, "ଇୟା ପାର୍ତନା ଇଲୁ ତିଆର୍କିନିୱାରି ଦରୁ ଇନିକା ?" 5 ମାତର୍ ଜିହୁଦିରି ପେରିୱାରି ଉଣ୍ତିଙ୍ଗ୍ ୱାରି ମାପୁରୁଦି କାଣ୍ଗା ମାନିଙ୍ଗ୍ ଦାରିୟାବସ ଲାକ୍ତୁ ଇୟା ମାଟା ସଲ୍ଇ ସାନ୍ଦି ମାରି ସିଟିଦାନ୍ ଆୟା ବିସୟ୍ତି ମାଟା ମାରିଡ଼େସି ରେଇ ସାନ୍ଧି ସାତ୍ରୁରୁ ୱାରିଙ୍ଗ୍ ତେବା କିଏତାର୍ ।
6 ତତ୍ତନୟ, ପରାତ୍ ଗାଡା ଆୟାପାଡ଼ାକାଦି ଦେସ୍ତି ପେରିକାନ୍ ନି ଶଥର-ବୋସଣୟ ମାରି ଗାଡା ଆୟାପାଡ଼ାକାଦି ୱାନି ତଡ଼୍ ଅପର୍ସଖୀୟରି ଦାରିୟାବସ ରାଜା ଲାକ୍ତୁ ପକ୍ତି ସିଟିଦି ରାସାତିକା; 7 ୱାର୍ ୱାନି ଲାକ୍ତୁ ଏମେ ସିଟି ପୋକ୍ତାର୍, ଆବେନୁ ଇୟାୱାଜା ରାସାତା ମାର୍ହାତ୍; ପେରିରାଜା ଦାରିୟାବସ ସାନ୍ତିଦାନ୍ ସାସନ୍ କିଆ । 8 ପେରିରାଜାଦି ଲାକ୍ତୁ ଇକା ୱେର୍ତୁ ଜେ, ମାପୁ ଜିହୁଦା ଦେସ୍ତୁ ପେରି ମାପୁରୁଦି ପାର୍ତନା ଇଲୁଦୁ ସର୍ହାମାର୍ହାପ୍, ଆକା ପେରି ପେରି କାଲ୍କାଣାନ୍ ତିଆର୍ ଆଜିନାତ୍ ମାରି ଗଡାଦୁ ମାରାନ୍ ଦୁଲାମ୍କୁ ବାସା କିଜିନାର୍, ମାରି ଇୟା ପାଣି ଜାତୁନ୍ତାନ୍ ଆଜିନାତ୍ ମାରି ୱାରି କିୟୁଦୁ ପୁରା ଆଜିନାତ୍ । 9 ଆର୍ତିଙ୍ଗ୍ ମାପୁ ଆୟା ପେରିୱାରିଙ୍ଗ୍ ୱେନ୍ବାଜି ଇୟାୱାଜା ଇର୍ହାପ୍, ଇୟା ପାର୍ତନା ଇଲୁ ତିଆର୍ କିଦେଙ୍ଗ୍ ମାରି ଇୟା ଗଡା ୱିସ୍ତେଙ୍ଗ୍ ଏନ୍ ମିଙ୍ଗିଁ ଅଦିକାର୍ ସିତାନ୍ ? 10 ମାରିବା ମାପ୍ ନିଙ୍ଗିଁ ୱେର୍ନି ଉଣ୍ତିଙ୍ଗ୍ ୱାରି ପେରିୱାରି ଦରୁ ରାସ୍ସୋ ଅତେଙ୍ଗ୍ ୱାରି ଦରୁକୁ ୱେନ୍ବାତାପ୍ । 11 ଆବେଟ୍ ୱାର୍ ମାଙ୍ଗିଁ ଇୟା ମାଟା ୱେର୍ତାର୍, ମାପୁ ମୁସ୍କୁପୁର୍ ନି ଦୁନିଆଦି ମାପୁରୁଦି ସାକର୍, ମାରି ଇୟା ଏମେ ପାର୍ତନା ଇଲୁ ତିଆର୍ କିଜିନାପ୍, ଇକା ନାଣ୍ତ ବାର୍ସେକ୍ ଆଗ୍ଡ଼ି ତିଆର୍ ଆତାମାର୍ହାତ୍, ଇସ୍ରାଏଲତି ଅରେନ୍ ସାକ୍ତିସାଲି ରାଜା ଆକା ତିଆର୍ କିଜି ୱିସ୍ତା ମାର୍ହାନ୍ । 12 ମାତର୍ ମା ପୁର୍ବେଦି ଡକ୍ରାଦାଦାର୍ ମୁସ୍କୁପୁର୍ତି ମାପୁରୁଙ୍ଗୁଁ ରିସା କିତି ୱେନ୍କା ୱାନ୍ ୱାରିଙ୍ଗ୍ ବାବିଲ ଦେସ୍ତି ରାଜା କଲ୍ଦିୟ ନବୂଖଦ୍ନିତ୍ସର କିୟୁଦୁ ସର୍ପେ କିତାନ୍ । ମାରି ୱାନ୍ ଇୟା ପାର୍ତନା ଇଲୁ ନାସ୍ଟୁ କିଜି ଲୋକାଙ୍ଗ୍ ବାବିଲତୁ ତର୍ତା ଅତାନ୍ । 13 ମାତର୍ ବାବିଲ ଦେସ୍ତି ରାଜା କରସ୍ଦି ସାସନ୍ତି ପାର୍ତୁମ୍ ବାର୍ସେକ୍ ମାପୁରୁଦି ଇୟା ପାର୍ତନା ଇଲୁ ତିଆର୍ କିନି ଉଣ୍ତିଙ୍ଗ୍ କରସ୍ ରାଜା ଆଦେସ୍ ସିତାନ୍ । 14 ମାରି, ନବୂଖଦ୍ନିତ୍ସର ମାପୁରୁଦି ପାର୍ତନା ଇଲୁଦି ଏମେୱିଜୁ ବାଙ୍ଗାରାମ୍ ନି ୱେଣ୍ତିଦି ଡୁବାଇ ଜିରୁସାଲମତି ଇଲୁଦାନ୍ ଅସି ବାବିଲତି ଦିୟାମ୍ ମନ୍ଦିର୍ତୁ ତାତାମାର୍ହାନ୍, ଆକାୱିଜୁ କରସ୍ ରାଜା ବାବିଲତି ମନ୍ଦିର୍ତାନ୍ ସପ୍ତା ସିତାନ୍, ମାରି ଆକାୱିଜୁ ଶେଶବସର ଦର୍ତି ୱାନି ଆସ୍କିତିମାନି ସାସନକିନିୱାନି କିୟୁଦୁ ସର୍ପେ ଆତାତ୍; 15 ମାରି, ୱାନ୍ ୱାନିଙ୍ଗ୍ ଇର୍ହାନ୍, ଇୟାୱିଜୁ ଡୁବାଇଙ୍ଗୁଁ ଅସ ଜିରୁସାଲମ୍ତି ପାର୍ତନା ଇଲୁଦୁ ଇଡ୍ଦୁ ମାରି ମାପୁରୁଦି ପାର୍ତନା ଇଲୁ ଆୟା ଆଗ୍ଡ଼ି ମାର୍ହି ବାଡିଦୁ ତିଆର୍ ଆପିତ୍ । 16 ଆବେଟ୍ ଆୟା ଶେଶବସର ୱାଜି ଜିରୁସାଲମତୁ ମାପୁରୁଦି ପାର୍ତନା ଇଲୁଦୁ କୁନାଦିକାଲୁ ଇଟ୍ତାନ୍; ମାରି, ଆୟା ୱାଲେରାନ୍ ଇଲେଇ ସାନ୍ଧି ଆକା ତିଆର୍ ଆଜିନାତ୍, ମାରିବା ଆକା ପୁରା ଆଏତ୍ ।
17 ଇୟା ଉଣ୍ତିଙ୍ଗ୍ ଏସ୍କାଙ୍ଗ୍ ପେରିରାଜେଙ୍ଗ୍ ନେଗିକା ତର୍ନାତ୍, ଆର୍ତିଙ୍ଗ୍ କରସ୍ ରାଜା ଜିରୁସାଲମ୍ତୁ ମାପୁରୁଦି ଇୟା ପାର୍ତନା ଇଲୁ ତିଆର୍ କିଦେଙ୍ଗ୍ ମାଟା ୱେର୍ତା ମାର୍ହାନ୍ନୋ ସିଲେ, ଆକା ବାବିଲତି ପେରିରାଜାଦି ସାମାନ୍ ଇଡ୍ନି ଇଲୁଦୁ ସୁଡ଼ୁଦୁ, ମାରି ଇୟା ବିସୟ୍ତାନ୍ ପେରିରାଜା ମା ଲାକ୍ତୁ ନିଜେଦି ମାଟା ୱେରିନ୍ ।