1 ଇୟାୱେନ୍କା ଜଇଲ୍ତୁ ମାର୍ହି ଲୋକୁ ପ୍ରବୁ ଇସ୍ରାଏଲତି ମାପୁରୁଦି ଉଦେସ୍ତାନ୍ ଉନ୍ଡ୍ରି ପାର୍ତନା ଇଲୁ ତିଆର୍ କିଜିନାର୍ ଇଜି ଜିହୁଦାଦି ନି ବିନ୍ୟାମିନ୍ଦି ସାତ୍ରୁର୍ ୱେର୍ଆର୍ । 2 ନାସ୍ତିୱାଲେ ୱାର୍ ଜିରୁବ୍ବାବିଲ୍ ନି ବୁବାରି କୁଟୁମ୍ ପେରିୱାରିମାନୁ ୱାଜି ୱାରିଙ୍ଗ୍ ଇର୍ହାର୍, "ମାପୁ ମି ୱାଲେ ତିଆର୍ କିନାପ୍; ଇରିଙ୍ଗ୍ ଏଣ୍ତେସ୍ ମିରୁ, ଆୟାୱାଜା ମାପ୍ ମି ମାପୁରୁଙ୍ଗୁଁ ପୟ୍ଜିନାପ୍; ମାରି, ଅସୁରୀୟ ରାଜା ଏସର୍ହଦ୍ଦୋନ୍, ଏନ୍ ମାଙ୍ଗିଁ ଇବେନୁ ତାତାମାନାନ୍, ୱାନି ବେଡ଼ାଦାନ୍ ମାପୁ ୱାନି ଉଦେସ୍ତାନ୍ ପୁଜା ସିଜିନାପ୍ ।"
3 ମାତର୍ ଜିରୁବ୍ବାବିଲ୍ ନି ଜେସୁୟ ମାରି ଇସ୍ରାଏଲତି ଆଇ ବୁବାରି କୁଟୁମ୍ତି ପେରିକାର୍ ୱାରିଙ୍ଗ୍ ଇର୍ହାର୍, "ମା ମାପୁରୁଦି ଉଦେସ୍ତାନ୍ ପାର୍ତନା ଇଲୁ ତିଆର୍ କିନି ବିସୟ୍ତାନ୍ ମା ୱାଲେ ମି ଇନି ମିସାବିଡ଼ାନିକା ସିଲେତ୍; ମାତର୍ ମା ଉଣ୍ତିଙ୍ଗ୍ ପାରସ୍ୟ ରାଜା କରସ୍ ରାଜାଦି ମାଟାଦାନ୍ ମାପୁ ନିଜେ ଅର୍ସେ ଉଡ୍ରେମାନୁ ଆଜି ଇସ୍ରାଏଲତି ମାପୁରୁ ପ୍ରବୁଦି ଉଦେସ୍ତାନ୍ ତିଆର୍ କିନାଟ୍ ।" 4 ଆବେଟ୍ ଦେସ୍ତି ଲୋକୁ ଜିହୁଦାଦି ଲୋକା କିୟୁ ସାକି ସିଲିକା କିଦେଙ୍ଗ୍ ମାରି ତିଆର୍ କିନି ପାଣିଦୁ ୱାର୍ କାସ୍ଟୁ ସିଦେଙ୍ଗ୍ ଆସ୍ତାର୍, 5 ମାରି, ୱାରି ଆସା ପୁରାକିଇ ଉଣ୍ତିଙ୍ଗ୍ ପାରସ୍ୟ ଦେସ୍ତି ରାଜା କରସ୍ଦି ଜିନିମାନି ମାରି ପାରସ୍ୟ ରାଜା ଦାରିୟାବସଦି ଅଦିକାର୍ ସାନ୍ଧି ୱାରି ବିରୁଦ୍ତାନ୍ ସୁରିୱାରିଗିନିୱାରିଙ୍ଗ୍ ଡାବୁଙ୍ଗ୍ ସିଜି ଇଟ୍ତାର୍ । 6 ମାରି, ଅକ୍ଷଶ୍ୱେରସଦି ବେଡ଼ାଦୁ ୱାନି ସାସନ୍ତୁ ଆରାମ୍ତାନ୍ ସାତ୍ରୁର୍ ଜିହୁଦା ମାରି ଜିରୁସାଲମତୁ ବାସାତିମାନିୱାରି ବିରୁଦ୍ତାନ୍ ଉନ୍ଡ୍ରି ବୁଲ୍ତିସିଟି ରାସ୍ତାର୍ ।
7 ମାରିଡ଼େସି, ଅର୍ତ୍ତକ୍ଷସ୍ତଦି ଅଦିକାର୍ ବେଡ଼ାଦୁ ବିଶ୍ଳମ୍, ମିତ୍ରଦାତ, ଟାବେଲ ନି ୱାନି ଆଇ ତଡ଼୍କୁ ପାରସ୍ୟ ଦେସ୍ତି ରାଜା ଅର୍ତ୍ତକ୍ଷସ୍ତ ଲାକ୍ତୁ ରାସ୍ତାର୍; ଆୟା ସିଟି ଅରାମିୟ ଅଇକରତାନ୍ ରାସାତିକା ମାରି ଅରାମିୟ ବାସାଦାନ୍ ପଡ଼ାଦେଙ୍ଗ୍ ଅନୁବାଦ ଆତାମାର୍ହାତ୍ ।
8 ରହୁମ୍ ମନ୍ତ୍ରୀ ନି ଶିମ୍ଶୟ ରାସ୍ନିକାନ୍ ଅର୍ତ୍ତକ୍ଷସ୍ତ ରାଜା ଲାକ୍ତୁ ଜିରୁସାଲମ ବିରୁଦ୍ତାନ୍ ଇୟାୱାଜାଦି ସିଟି ରାସ୍ତାର୍; 9 ରହୁମ୍ ମନ୍ତ୍ରୀ ନି ଶିମ୍ଶୟ ରାସ୍ନିକାନ୍ ମାରି ୱାରି ଆଇ ତଡ଼୍କୁ ୱିଜେରେ, ଅର୍ତାତ୍, ଦିନିୟ ନି ଅଫର୍ସ୍ତଖୀୟ, ଟର୍ପଲିୟ, ଅପର୍ସିୟ, ଅର୍କବିୟ, ବାବିଲିୟ, ଶୁଶନୀୟ, ଦେହ୍ୱୀୟ, ଏଲମିୟ ଲୋକୁ, 10 ମାରି, ପେରି ସାକ୍ତିସାଲି ଅସ୍ନପ୍ପଦି ମାଣାନ୍ ତାତି, ମାରି ଶମରିୟା ଗାଡ଼୍ତୁ ନି ପରାତ୍ ଗାଡାଦି ଆୟାପାଡ଼ାକାରି ଦେସ୍ତି ଆଇଆଇ ବାଡିଦୁ ତିଆର୍ଆତିମାନି, ନାଣ୍ତ କୁଟୁମ୍ତି ଲୋକୁ ରାସ୍ତାର୍ ।
11 ୱାର୍ ଅର୍ତ୍ତକ୍ଷସ୍ତ ରାଜା ଲାକ୍ତୁ ଏମେ ସିଟି ପକ୍ତାମାର୍ହାର୍, ଆବେନୁ ରାସାତା ମାର୍ହାତ୍ ଇକା; "ପରାତ୍ ଗାଡା ଆୟାପାଡ଼ାକାରି ଲୋକୁ, ମି ସାକର୍କା ମାଣାନ୍କୁ, 12 ପେରିରାଜାଦି ଲାକ୍ତୁ ୱେର୍ତୁ ଇକା ଜେ ନି ଲାକ୍ତୁରାନ୍ ୱାତିମାନି ଜିହୁଦିୟ ଲୋକୁ ଜିରୁସାଲମତୁ ନା ଲାକ୍ତୁ ୱାତାମାନାର୍; ୱାର୍ ଆୟା ଜୁଦ୍କିନି ତାଗ୍ଇ ଗାଡ଼୍ ତିଆର୍ କିଜିନାର୍ ମାରି ଗଡେଙ୍ଗ୍ ୱିସ୍ତାରୋ କୁନାଦି ପୁନା କିତାମାନାର୍ । 13 ପେରିରାଜାଦି ଲାକ୍ତୁ ୱେର୍ତୁ ଜେ ଇକା, ଏସ୍କାଙ୍ଗ୍ ଇୟା ଗାଡ଼୍ ତିଆର୍ଆଜି ମାରି ଗଡେଙ୍ଗ୍ ପାଣି ୱିଜ୍ନାତ୍, ଆର୍ତିଙ୍ଗ୍ ଆୟା ଲୋକୁ ସିସୁଟୁ ନି ଆସ୍ଲି ସିଏର୍, ମାରି ସାରାସାରି ଆକା ରାଜାରି ନାସ୍ଟୁ ଆନାତ୍ । 14 ମାପୁ ରାଜା ଇଲୁଦି ସରୁ ତିନାପ୍ ମାରି ପେରିରାଜାଦି ଅପ୍ମାନ୍ ସୁଣାପ୍ ଆକା ମା ଟିକ୍ ସିଲେତ୍, ଇୟାଇଣ୍ତିଙ୍ଗ୍ ଲୋକ୍ ପୋକ୍ସି ପେରିରାଜେଙ୍ଗ୍ ଇକା ୱେର୍ତାପ୍ । 15 ମି ପୁର୍ବେଦିଡକ୍ରାଦାଦାରି ପୁର୍ବେଦି ବଇ ପୟିର୍; ଆର୍ତିଙ୍ଗ୍ ଆୟା ପୁର୍ବେଦି ବଇଦୁ ମିରୁ ସୁଣିଦେର୍ ମାରି ନେସ୍ନିଦେର୍ ଜେ, ଇୟା ଗାଡ଼୍ ଜୁଦ୍ କିନି ଗାଡ଼୍, ମାରି ରାଜାର୍ ନି ଦେସ୍କୁୱିଜୁ ଉଣ୍ତିଙ୍ଗ୍ ନିସ୍ଟୁର୍, ମାରି ୱାର୍ ପୁର୍ବେ କାଡ଼ାଦୁ ଆୟା ଲୋଇ ଜାଟିଜଗଡ଼ା ଗଟେକିତାମାନାର୍ । ଆୟା ଉଣ୍ତିଙ୍ଗ୍ ଇୟା ଗାଡ଼୍ ନାସ୍ଟୁ ଆତାମାନାତ୍ । 16 ମାପୁ ପେରିରାଜେଙ୍ଗ୍ ୱେର୍ସିନାପ୍ ଜେ, ଇୟା ଗାଡ଼୍ ତିଆର୍ ଆତିଙ୍ଗ୍ ମାରି ଇୟା ଗଡେଙ୍ଗ୍ ପାଣି ୱିଜିତିଙ୍ଗ୍, ଆୟାମାଣାନ୍ ପରାତ୍ ଗାଡା ଆୟାପାଡ଼୍କା ନିଦି ଇନି ବାଗ୍ ତେବାଏତ୍ନି ।"
17 ଆବେଟ୍ ରାଜା ମନ୍ତ୍ରୀ ରହୁମ୍ ନି ପାଣିକିବିସ୍କିନି ପେରିକାନ୍ ଶିମ୍ଶୟ ମାରି ୱାରି ଶମରିୟାଦୁ ମାନି ଆଇ ତଡ଼୍କୁ, ମାରି ପରାତ୍ ଗାଡା ଆୟାପାଡ଼ାକାଦି ଦେସ୍ତି ଆଇଆଇ ଲୋକାଦି ଲାକ୍ତୁ ମାଟା ପୋକ୍ତାନ୍, "ମିରୁ ନେଗେନ୍ ମାନ୍ଡ୍ରୁ । 18 ମିରୁ ମା ଲାକ୍ତୁ ଏମେ ସିଟି ପକ୍ତାତିମାନିଦେର୍, ଆକା ନା ଆଗ୍ଡ଼ି ନେଗେନ୍ କିଜି ପଡ଼ାତା ମାନାର୍ । 19 ମାରି, ନା ମାଟାଦାନ୍ ପୟାୟ୍ ଆତିଙ୍ଗ୍, ତରିତାମାନାତ୍ ଜେ, ପୁର୍ବେକାଡ଼ାଦୁ ଇୟା ଗାଡ଼୍ ରାଜାରି ବିରୁଦ୍ତାନ୍ ବିରୁଦ୍ କିତାମାନାତ୍ ମାରି ଆୟା ମାଣାନ୍ ରାଜାରି ବିରୁଦ୍ ମାରି ଜାଟିଜଗଡ଼ା କିଆୟ୍ଆତାମାନାତ୍ । 20 ମାରିବା ଜିରୁସାଲମତୁ ବପୁଦି ରାଜାର୍ ମାର୍ହାର୍, ୱାର୍ ପରାତ୍ ଗାଡା ଆୟାପାଡ଼ାକାଦି ୱିଜୁ ଦେସ୍କାଙ୍ଗ୍ ସାସନ୍ କିତାର୍; ମାରି, ୱାରିଙ୍ଗ୍ ସିସୁଟୁ, ଆସ୍ଲି ସିଆୟ୍ଆତାତ୍ । 21 ଆଦେଙ୍ଗ୍ ନା ମାଣାନ୍ ମାଟା ୱିଙ୍ଗିଁଇ ସାନ୍ଧି ଆୟା ଗାଡ଼୍ ଏଣ୍ତେସ୍ ତିଆର୍ ଆଏତ୍, ଇୟାଉଣ୍ତିଙ୍ଗ୍ ଇଲେଇ ମିରୁ ଆୟା ଲୋକାଙ୍ଗ୍ ପାଣିଦାନ୍ ତେବାଦେଙ୍ଗ୍ ଆଦେସ୍ ସିଜି ୱେର୍ତୁ । 22 ମାରି ଜାଗାର୍ତା, ଇୟା ବିସୟ୍ତାନ୍ ମିରୁ ୱେଡ଼ା କିମାଟ୍; ରାଜାରି ନାସ୍ଟୁ ଉଣ୍ତିଙ୍ଗ୍ ଏନ୍ଧା ତାଗ୍ଇକା ପିରିନାତ୍ ?"
23 ଆବେଟ୍ ରହୁମ୍ ନି ପାଣିକିବିସ୍କିନି ପେରିକାନ୍ ଶିମ୍ଶୟ ମାରି ୱାରି ତଡ଼୍ ଲୋକା ଲାକ୍ତୁ ଅର୍ତ୍ତକ୍ଷସ୍ତ ରାଜାଦି ସିଟିଦି ରାସାତିକା ପଡ଼ାତାର୍ । ମାରି ୱାର୍ ବେଗି ଜିରୁସାଲମତୁ ଜିହୁଦିରି ଲାକ୍ତୁ ସୋଲ୍ସି ସାକ୍ତି ନି ଅଦିକାର୍ତାନ୍ ୱାରିଙ୍ଗ୍ ପାଣିଦାନ୍ ତେବା କିତାର୍ । 24 ଆବେଟ୍ ଜିରୁସାଲମତୁ ମାପୁରୁଦି ପାର୍ତନା ଇଲୁଦି ପାଣି ତେବାତାତ୍ । ମାରି, ପାରସ୍ୟ ଦେସ୍ତି ରାଜା ଦାରିୟାବସଦି ସାସନ୍ତି ମାରିଉଣ୍ଡ୍ରି ବାର୍ସେକ୍ ସାନ୍ଧି ଆକା ତେବାତାତ୍ ।