1 ଜିରିମିୟଦି ୱେୟୁଦାନ୍ ସତିମାନି ପ୍ରବୁଦି ବାକ୍ୟ ପୁରାଦାନ୍ ପାରସ୍ୟ ଦେସ୍ତି ରାଜା କରସ୍ଦି ସାସନ୍ତି ପାର୍ତୁମ୍ ବାର୍ସୁ ପ୍ରବୁ ପାରସ୍ୟ ଦେସ୍ତି ରାଜା କରସ୍ଦି ମନ୍ତୁ ୱାର୍ଗିତାନ୍ । ୱାନ୍ ନିଜେଦି ଦେସ୍ତି ୱିଜୁ ତରିନ୍ ୱେର୍ସି, ମାରି ରାସ୍ସି ଇୟା ମାଟା ୱେରିସ୍ତାନ୍, 2 "ପାରସ୍ୟ ଦେସ୍ତି ରାଜା କରସ୍ ଇକା ଇନାନ୍, ପ୍ରବୁ ମୁସ୍କୁପୁର୍ତି ମାପୁରୁ, ଦୁନିଆଦି ୱିଜୁ ରାଜି ନାଙ୍ଗିଁ ସିତା ମାନାନ୍; ମାରି, ୱାନ୍ ଜିହୁଦା ଦେସ୍ତି ଜିରୁସାଲମ୍ତୁ ୱାନି ଉଣ୍ତିଙ୍ଗ୍ ଉନ୍ଡ୍ରି ପାର୍ତନା ଇଲୁ ତିଆର୍ କିଦେଙ୍ଗ୍ ନାଙ୍ଗିଁ ମାଟା ୱେର୍ତାମାନାନ୍ । 3 ୱାନି ୱିଜୁ ଲୋକା ଲୋଇ ମି ଏମେକାନ୍ଆପିନ୍, ୱାନି ମାପୁରୁ ୱାନି ୱାଲେମାନିନ୍ ମାରି ୱାନ୍ ଜିହୁଦା ଦେସ୍ତି ଜିରୁସାଲମ୍ତୁ ସୋଲ୍ସି ପ୍ରବୁ ଇସ୍ରାଏଲ୍ତି ମାପୁରୁଦି ଜିରୁସାଲାମ୍ତି ପାର୍ତନା ଇଲୁ ତିଆର୍ କିପିନ୍; ୱାନ୍ ନେ ମାପୁରୁ । 4 ମାରି, ଏନ୍ଆପିନ୍ ଏମେ ବାଡିଦୁ ତେବାଜି ବାସା କିଜିନାନ୍, ୱାନି ଆୟା ବାଡିଦି ଲୋକୁ ମାପୁରୁଦି ଜିରୁସାଲମ୍ତି ପାର୍ତନା ଇଲୁ ତିଆର୍ ଉଣ୍ତିଙ୍ଗ୍ ନିଜେଦି ବଦାଦାନ୍ ସିତିମାନି ପୁଜା ଡ଼ିସ୍ସି ୱେଣ୍ତି ନି ବାଙ୍ଗାରାମ୍, ଆଇଆଇ ଜିନିସ୍ ମାରି ଜାତୁ ସିଜି ୱାନି ସାହାଜ୍ୟ କିପିର୍ ।"
5 ନାସ୍ତିୱାଲେ ଜିହୁଦାଦି ମାରି ବିନ୍ୟାମିନ୍ତି ବୁବାରି କୁଟୁମ୍ତି ପେରିକାର୍, ମାରି ଜାଜକର୍ ମାରି ଲେବିୟର୍, ଅର୍ତାତ୍, ପ୍ରବୁଦି ଜିରୁସାଲମ୍ତି ପାର୍ତନା ଇଲୁ ତିଆର୍ କିଦେଙ୍ଗ୍ ସନି ଉଣ୍ତିଙ୍ଗ୍ ମାପୁରୁ ଏମେ ୱିଜୁ ଲୋକା ମନ୍ତିଙ୍ଗ୍ ୱାର୍ଗିତାନ୍, ୱାର୍ ନିଙ୍ଗିଁତାର୍ । 6 ମାରି, ନିଜେଦି ବଦାଦାନ୍ ସିତି ଦାନ୍ ଜିନିସ୍ ଡ଼ିସ୍ସି ୱାରି ସାରିବେଡ଼ିତିଦି ଲୋକୁ ୱିଜେରେ ୱେଣ୍ତିଦି ଡୁବାଇ, ବାଙ୍ଗାରାମ୍, ଆଇଆଇ ଜିନିସ୍ ମାରି ଜାତୁ ନି ନାଣ୍ତଦାରାଦି ଜିନିସ୍ ସିଜି ୱାରି କିୟୁ ଡାଟ୍ କିତାର୍ ।
7 ମାରି, ନବୂଖଦ୍ନିତ୍ସର ପ୍ରବୁଦି ଇଲୁଦି ଏମେୱିଜୁ ଡୁବାଇ ଜିରୁସାଲାମ୍ତାନ୍ ତାସି ନିଜେଦି ଦିୟାମ୍ ମନ୍ଦିର୍ତୁ ଇଟ୍ତାମାର୍ହାନ୍, କରସ୍ ରାଜା ଆୟାୱିଜୁ ସପ୍ସି ତାତାନ୍ । 8 ପାରସ୍ୟ ଦେସ୍ତି ରାଜା କରସ୍ ଡାବୁକାସୁ ଇଡ୍ନି ମିତ୍ରଦାତଦି କିୟୁଦାନ୍ ଆୟାୱିଜୁ ସପ୍ସି ତାସି ଜିହୁଦାଦି ଅଦିକାରି ଶେଶବସରତିଙ୍ଗ୍ ଲେକିସ୍ କିଜି ସିତାନ୍ । 9 ଆୟା ଜିନିସ୍ତି ଲେକିସ୍ତିକା ଇକା; ତିରିସ୍ ଗୋଟା ବାଙ୍ଗାରାମ୍ ସାଡ଼ୁୱେଙ୍ଗ୍, ଏକ୍ ହାଜାର୍ ଗୋଟା ୱେଣ୍ତି ସାଡ଼ୁୱେଙ୍ଗ୍, କଡ଼େ ନୋ ଗୋଟା ସୁରିଙ୍ଗ୍; 10 ତିରିସ୍ ଗୋଟା ବାଙ୍ଗାରାମ୍ତି ଉଣିଡୁବାଇଙ୍ଗୁଁ, ସାରସ ଦାସ୍ ଗୋଟା ୱେଣ୍ତିଦି ସାମାନ୍ତି ଉଣିଡୁବାଇଙ୍ଗୁଁ, ମାରି ଏକ୍ ହାଜାର୍ ଆଇଆଇ ଡୁବାଇଙ୍ଗୁଁ, 11 ପୁରାୱିଜୁ ପାସ୍ ହାଜାର୍ ସାରିସ ବାଙ୍ଗାରାମ୍ ନି ୱେଣ୍ତିଦି ଡୁବାଇଙ୍ଗୁଁ ମାର୍ହେ; ଜଇଲ୍ତୁ ମାର୍ଇ ଲୋକୁ ବାବିଲତାନ୍ ଜିରୁସାଲାମ୍ତୁ ତାନିୱାଲେ ଶେଶବସର ଇୟାୱିଜୁ ଜିନିସ୍ ତାତାନ୍ ।