1 ନାନୁ ଇୟା ୱିଜୁ ବିସୟ୍ଦୁ ମନ୍ସିଜି ପଇତା; ଦାର୍ମୁଦିକାନ୍ ମାରି ବୁଦିଦିକାନ୍, ମାରି ୱାରି ପାଣି ମାପୁରୁ ସିତାମାନାନ୍; ଇକା ଜିବନ୍ନୋନିକା ନ କାଡ଼୍ନିକା, ଆକା ଲୋକ୍ ନେସ୍ଏନ୍; ଆୟାୱିଜୁ ୱାରି ଆଗ୍ଡ଼ି ତେବାନାତ୍ 2 ୱିଜୁ ବିସୟ୍ ୱିଜେରି ଉଣ୍ତିଙ୍ଗ୍ ସାମାନ୍ ଗଟାନାତ୍; ଦାର୍ମୁଦିକାନ୍ ମାରି ତାଗ୍ଇକାନ୍, ସାନ୍ତିଦିକାନ୍ ମାରି ସୁଚି ମାରି ଅସୁଚିଦିକାନ୍; ପୁଜାକିନିକାନ୍ ମାରି ପୁଜାସିଇକାନ୍, ୱିଜେରି ଉଣ୍ତିଙ୍ଗ୍ ସାମାନ୍ ଗଟ୍ନା ଆନାତ୍; ନେଗି ଲୋକ୍ ଏଣ୍ତେସ୍, ପାପ୍ତି ଲୋକ୍ ଆୟାୱାଜା; ମାରି, ପାର୍ମାଣ୍ କିନିକାନ୍ ଏଣ୍ତେସ୍, ପାର୍ମାଣ୍ କିଦେଙ୍ଗ୍ ତିଲାନିକାନ୍ ଆୟାୱାଜା । 3 ୱେଡ଼ା ଆଡ୍ଗି ଏସ ପାଣି କିଆଜିନାତ୍, ଆୟା ମାନୁ ଦୁଃକ୍ତି ବିସୟ୍ ଇକା, ୱିଜେରି ଉଣ୍ତିଙ୍ଗ୍ ସାମାନ୍ ଗଟାନାତ୍; ମାରି ବା ଲୋକା ଜିବନ୍ ତାଗ୍ଇ ପାଣିଦୁ ପୁରାବର୍ତି ମାରି ଜିତିମାନି ସାନ୍ଦି ୱାରି ଜିବନ୍ତୁ ବାୟାବେମର୍ ତେବାନାତ୍, ମାରି ଆୟାୱେନେକା ୱାର୍ ସାତିୱାରି ଲାକୁତୁ ସନାର୍ । 4 ଇରିଙ୍ଗ୍ ଏମେ ଲୋକ୍ ଜିବନ୍ମାନି ନାଣ୍ତ ଲୋକା ମାନୁ ମିସାତାମାନାନ୍, ୱାନି ଆସା ତେବାନାତ୍; ଏଣ୍ତେସ୍କି ସାତି ନରେସ୍ ବାଦ୍ଲୁ ଜିବନ୍ମାନି ନୁକୁଡ଼ି ନେଗିକା । 5 ଜିବନ୍ମାନି ଲୋକୁ ସାନାର୍ ଇଜି ନେସ୍ନାର୍; ମାତର୍ ସାତି ଲୋକୁ ଇନିକା ନେସ୍ଏର୍, ଇରିଙ୍ଗ୍ ୱାର୍ ମାରି ଇନି ପଲ୍ ପଇଏର୍ନି; ଇରିଙ୍ଗ୍ ୱାରି ବିସୟ୍ଦି ଏତ୍ କିନିକା ତେବାଏତ୍ । 6 ଏଣ୍ତେସ୍ ୱାରି ଜିବନ୍ନୋନିକା, ଆୟାୱାଜା ୱାରି କାଡ଼୍ନିକା ମାରି ଆକାର୍ ନାସ୍ଟୁ ଆନାତ୍; ମାରିବା ୱେଡ଼ା ଆଡ୍ଗି ଇନିକା କିଆନାତ୍, ଆବେନୁ ୱିଜୁଦିନ୍ ୱାରି ଇନି ବାଗ୍ ସିଲେତ୍ । 7 ନିନୁ ନିଜେଦି ସାରିଦୁ ସାଙ୍ଗ୍ଆ, ୱେଡ଼ିକାଦାନ୍ ନିଜେଦି କାଦି ଉଣୁଆ ମାରି ୱେଡ଼ିକାଦାନ୍ ନିଜେଦି ଅଙ୍ଗୁରୁରସ୍ ଉଣୁଆ; ଇରିଙ୍ଗ୍ ମାପୁରୁ ନି ପାଣି ମାନାତାନ୍ନି । 8 ନି ଆଙ୍ଗିଁପାସିୟା ୱିଜୁଦିନ୍ ଅଡ଼ିନିକା ମାନିତ୍ ମାରି ନି ତାଲାଦୁ ନିୟୁଦି ଉଣା ଆମାକିତ୍ । 9 ୱେଡ଼ା ଆଡ୍ଗି ମାପୁରୁ ମିଙ୍ଗିଁ ବେକାର୍ତି ଏସ ଦିନ୍ ସିତାମାନାନ୍, ନି ଆୟା ବେକାର୍ତି ୱିଜୁ ଦିନ୍ ନିଜେଦି ଲାଡ୍ତି ଆଡ଼ିଦି ୱାଲେ ୱେଡ଼ିକାଦାନ୍ ତେବାଦୁ; ଇରିଙ୍ଗ୍ ଜିବନ୍ମାନି ବେଡ଼ାଦୁ ମାରି ୱେଡ଼ା ଆଡ୍ଗି ନିନୁ ଏମେ ପାଣି କିଜିନି, ଆୟା ପାଣିଦି ଲୋଇ ଇକା ନେ ନି ବାଗ୍ । 10 ନି କିୟୁ ଏମେ ପାଣି କିଦେଙ୍ଗ୍ ଆଟ୍ନାତ୍, ଆକା ନିଜେଦି ସାକ୍ତିଦାନ୍ କିଆ; ଇରିଙ୍ଗ୍ ନିନୁ ଏମେ ବାଡିଦୁ ସଲ୍ସିନି, ଆୟା ଦୁକିଗୁଟାଦୁ ଇନି ପାଣି, ନ ଏତ୍କିନିକା, ନ ଜାଦୁବିଦ୍ୟା, ନ ବୁଦି ସିଲେତ୍ । 11 ନାନୁ ଡ଼େସିୱାଜି ୱେଡ଼ା ଆଡ୍ଗି ସୁଡ଼ୁତା, ବେଗିଉରୁନିୱାରିଙ୍ଗ୍ ଟିକ୍ ବାଡିଦୁ ଇନିକା ମାରି ସନ୍ୟରିଙ୍ଗ୍ ଜିଣାନିକା, ମାରି ବୁଦିମାନିୱାରିଙ୍ଗ୍ କାଦି, ମାରିବା ବୁଦିମାନିୱାରିଙ୍ଗ୍ ଦନ୍, ମାରିବା ପଣ୍ତିତ୍କାଙ୍ଗ୍ ଦୟା ପଇଏର୍, ମାତର୍ ୱିଜେରି ଉଣ୍ତିଙ୍ଗ୍ ବେଡ଼ା ମାରି ଦାପ୍ରେନେ ଗଟ୍ନା ଗଟେଆନାତ୍ । 12 ଇରିଙ୍ଗ୍ ଲୋକ୍ ବା ନିଜେ ସାନି ବେଡ଼ା ନେସ୍ତେଙ୍ଗ୍ ଆଟ୍ଏନ୍; ଏଣ୍ତେସ୍ ମିନୁକୁ ଆସ୍ନିକାର୍ କାସ୍ଟୁ ଜାଡ଼ିଦୁ ଆର୍ନାର୍ ମାରି ଏଣ୍ତେସ୍ ପଟିଙ୍ଗ୍ ଉରିଦୁ ସେର୍ନେ, ଆୟାୱାଜା ଲୋକୁ ଦାପ୍ରେନେ ଇଗାୱାତି ଦଣ୍ତ୍ଦି ବେଡ଼ାଦୁ ଦାରାପଡ଼ାନାର୍ ।
13 ନାନୁ ବା ୱେଡ଼ା ଆଡ୍ଗି ଇୟା ୱାଜା ବୁଦି ସୁଡ଼ୁତାମାନା, ମାରି ଆକା ନା ଆଗ୍ଡ଼ି ପେରିକା ଇଜି ଅଡ଼୍ବିତା; 14 ମାରି, ଉଣା ଲୋକା ଉଣ୍ତ୍ରି ଇସ୍ରି ଗାଡ଼୍ ମାର୍ହାତ୍; ମାରି ଉଣ୍ତ୍ରି ପେରି ରାଜା ତାନି ବିରୁଦ୍ତାନ୍ ୱାଜି ଆକା ଅଦିକାର୍ କିତାନ୍ ମାରି ୱାନି ବିରୁଦ୍ତାନ୍ ପେରି ପେରି ଗଡେଙ୍ଗ୍ ତିଆର୍ କିତାନ୍ । 15 ଇୟାୱାଜା ବେଡ଼ାଦୁ ଆୟା ଲୋଇ ଅରେନ୍ କାକୁର୍ତିଦି ବୁଦିଦି ଲୋକୁ ତରିତାନ୍, ମାରି ୱାନ୍ ନିଜେଦି ବୁଦିଦି ମାଡ଼ାନ୍ ଗାଡ଼୍ ରକିଆ କିତାନ୍; ମାରିବା ଆୟା କାକୁର୍ତି ଲୋକ୍ତିଙ୍ଗ୍ ଏନ୍ ଏତ୍ କିଏତାନ୍ । 16 ଆର୍ତିଙ୍ଗ୍ ନାନୁ ଇର୍ହା, "ସାକ୍ତି ବାଦ୍ଲୁ ବୁଦି ନେଗିକା; ମାରିବା କାକୁର୍ତି ଲୋକ୍ତି ବୁଦ୍ଧି କାଡ଼୍ନାର୍ ମାରି ୱାନି ମାଟା ୱେନ୍ଏର୍ ।" 17 ମୁର୍କୁରି ମାଡ଼ାନ୍ ସାସନ୍କିନିୱାରି ଆଉଲି ବାଦ୍ଲୁ ସାନ୍ତିଦାନ୍ ମାଟା ବୁଦିଦି ମାଟା ନାଣ୍ତ ୱେନାର୍ । 18 ଜୁଦ୍ଦି ବାଦ୍ଲୁ ବୁଦି ନେଗିକା; ମାତର୍ ଅରେନ୍ ପାପି ଲୋକ୍ତିଙ୍ଗ୍ ନେଗିକା ନାଷ୍ଟୁ କିନାତ୍ ।